ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଭିଭିଭୂମି ଉନ୍ନୟନ ପ୍ରକଳ୍ପ କାର୍ଯ୍ୟକାରିତା ସଂପର୍କିତ ୬ଷ୍ଠ ଟାକ୍ସଫୋର୍ସ ବୈଠକ ଅନୁଷ୍ଠିତ

Feb 22, 2026 - 19:28
 9
ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଭିଭିଭୂମି ଉନ୍ନୟନ ପ୍ରକଳ୍ପ କାର୍ଯ୍ୟକାରିତା ସଂପର୍କିତ ୬ଷ୍ଠ ଟାକ୍ସଫୋର୍ସ ବୈଠକ ଅନୁଷ୍ଠିତ

ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଭିଭିଭୂମି ଉନ୍ନୟନ ପ୍ରକଳ୍ପ କାର୍ଯ୍ୟକାରିତା ସଂପର୍କିତ ୬ଷ୍ଠ ଟାକ୍ସଫୋର୍ସ ବୈଠକ ଅନୁଷ୍ଠିତ

ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଆଜି ଭିଭିଭୂମି ଉନ୍ନୟନ ପ୍ରକଳ୍ପ କାର୍ଯ୍ୟକାରିତା ସଂପର୍କିତ ୬ଷ୍ଠ ଟାକ୍ସଫୋର୍ସ ବୈଠକ ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ବୈଠକର ପ୍ରାରମ୍ଭରେ ମାନ୍ୟବର ପ୍ରଧାନମନ୍ତ୍ରୀ “ପ୍ରଗତି’” ବୈଠକରେ ଗୁରୁତ୍ବ ଦେଉଥିବା ପ୍ରମୁଖ ଭିଭିଭୂମି ପ୍ରକଳ୍ପଗୁଡିକର କାର୍ଯ୍ୟ ଅଗ୍ରଗତି ଉପରେ ସମୀକ୍ଷା କରାଯାଇଥିଲା । ବୈଠକରେ ନିର୍ମାଣାଧୂନ ବିଭିନ୍ନ ଗୁରୁତ୍ବପୂର୍ଣ ସଡ଼କ ଭିତ୍ତିଭୂମି ପ୍ରକଳ୍ପ ସହିତ ଜାତୀୟ ରାଜପଥ ପ୍ରକଳ୍ପ, ଶିଳ୍ପ, ଜଳସଂପଦ ବିଭାଗ ସଂପର୍କିତ ବୃହତ୍ ପ୍ରକଳ୍ପଗୁଡ଼ିକର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରାଯାଇଥିଲା ।

ମୁଖ୍ୟ ଶାସନ ସଚିବ କହିଥିଲେ ଯେ, ପ୍ରତିବର୍ଷ ରାଜ୍ୟ ବଜେଟ୍‌ରେ ଭିଭିଭୂମି ପ୍ରକଳ୍ପକୁ ଗୁରୁତ୍ବ ଦିଆଯାଉଛି । ସେସବୁ ବୃହତ୍ ଭିତ୍ତିଭୂମିପ୍ରକଳ୍ପ ରାଜ୍ୟର ବିକାଶ ପାଇଁ ଅତ୍ୟନ୍ତ ଗୁରୁତ୍ବପୂର୍ଣ । ବିଭିନ୍ନ ବୃହତ୍ ଭିଭିଭୂମି ପ୍ରକଳ୍ପ କାର୍ଯ୍ୟକାରିତାରେ ରହୁଥ‌ିବା ସମସ୍ୟାର ସମାଧାନ କରି ପ୍ରକଳ୍ପ କାର୍ଯ୍ୟ ତ୍ବରାନିତ୍ବ କରିବାକୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି ।

ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ଦେଓ ରଂଜନ କୁମାର ସିଂ, ଶିଳ୍ପ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ହେମନ୍ତ ଶର୍ମା, ରାଜସ୍ବ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡଃ. ଅରବିନ୍ଦ କୁମାର ପାଢୀଙ୍କ ସମେତ ପୂର୍ତ ବିଭାଗ, ଜଳ ସଂପଦ ବିଭାଗ, ବାଣିଜ୍ୟ ଓ ପରିବହନ ବିଭାଗର ପ୍ରମୁଖ ଶାସନ ସଚିବ ବୃନ୍ଦ, ଇଡକୋର ପରିଚାଳନା ନିର୍ଦ୍ଦେଶକ, ପ୍ରଧାନ ମୁଖ୍ୟ ବନ ସଂରକ୍ଷକ, ଓଡ଼ିଶା, ଜାତୀୟ ରାଜପଥ କର୍ତ୍ତୃପକ୍ଷ ଆଂଚଳିକ ଅକାରୀ ଏବଂ ରାଜ୍ୟ ସରକାରଙ୍କ ସମ୍ପୃକ୍ତ ବିଭିନ୍ନ ବିଭାଗର ବରିଷ୍ଠ ପଦାଧିକାରୀମାନେ ଉପସ୍ଥିତ ଥିଲେ । ସଂପୃକ୍ତ ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳମାନେ ଆଭାସୀ ମାଧ୍ୟମରେ ବୈଠକରେ ଯୋଗଦେଇଥିଲେ ।

ବିଭିନ୍ନ ଜିଲ୍ଲାରେ ବୃହତ୍ ଶିଳ୍ପ ପ୍ରକଳ୍ପର କାର୍ଯ୍ୟ ଅଗ୍ରଗତି ନେଇ ସମୀକ୍ଷା କରାଯାଇଥିଲା । ଶିଳ୍ପ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରକଳ୍ପଗୁଡ଼ିକର କାର୍ଯ୍ୟକାରିତା, କାର୍ଯ୍ୟ ଅଗ୍ରଗତି ନେଇ ରହୁଥ‌ିବା ସମସ୍ୟା ଓ ସେସବୁର ସମାଧାନ ସଂପର୍କରେ ଆଲୋଚନା କରି ଥିଲେ । ସଂପୃକ୍ତ ଜିଲ୍ଲାପାଳମାନଙ୍କ ସହିତ ପ୍ରକଳ୍ପର କାର୍ଯ୍ୟ ଅଗ୍ରଗତି ସ୍ଥିତି, ନିଆଯାଇଥିବା ପଦକ୍ଷେପ, ବାକି ରହିଥ‌ିବା କାର୍ଯ୍ୟ

ଓ ସେସବୁ ଶୀଘ୍ର ସାରିବା ନେଇ ବୈଠକରେ ଆଲୋଚନା କରାଯାଇଛି । ଶିଳ୍ପ ବିଭାଗ ତରଫରୁ ଅନ୍ୟାନ୍ୟ ପ୍ରକଳ୍ପ ମଧ୍ଯରେ ଝାରସୁଗୁଡା, ବରପାଲି-ସରଡେଗା ଫେଜ୍-୨ ରେଳ ସଂଯୋଗୀକରଣ କାର୍ଯ୍ୟରେ ଜମି ଅଗ୍ରହଣ ସ୍ଥିତି ଓ କାର୍ଯ୍ୟ ଅଗ୍ରଗତି ସଂପର୍କରେ ଆଲୋଚନା କରାଯାଇ ପରାମର୍ଶ ଦିଆଯାଇଥିଲା ।

ସେହିପରି ଜଳସଂପଦ ବିଭାଗ ତରଫରୁ ନିର୍ମାଣାଧୀନ ବିଭିନ୍ନ ଜଳସେଚନ ପ୍ରକଳ୍ପର ଅଗ୍ରଗତି ନେଇ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଶୁଭା ଶର୍ମା ତଥ୍ୟ ରଖିଥିଲେ । କାନୁପୁର ପ୍ରକଳ୍ପର କାର୍ଯ୍ୟ ସନ୍ତୋଷଜନକ ରହିଛି ଏବଂ ମୁଖ୍ୟ କେନାଲର କାର୍ଯ୍ୟ ଓ ଶାଖା କେନାଲର କାର୍ଯ୍ୟ ଶୀଘ୍ର ଶେଷ କରାଯିବା ନେଇ ବୈଠକରେ ଆଲୋଚନା କରାଯାଇଥିଲା । ନବରଙ୍ଗପୁର ଜିଲ୍ଲା ତୁରୀ-ଗୁନ୍ତାତ୍ ଡାଇଭରସନୱେର ବ୍ୟାରେଜ ପ୍ରକଳ୍ପ, ନୂଆପଡା ଜିଲ୍ଲାର ଅପର ଉଦନ୍ତୀ ବ୍ୟାରେଜ ପ୍ରକଳ୍ପ, ମାଲକାନଗିରି ଜିଲ୍ଲା ଗୋବିନ୍ଦପାଲି ସମ୍ୱନ୍ବିତ ନଦୀବନ୍ଧ ପ୍ରକଳ୍ପ, ଗଂଜାମ ଜିଲ୍ଲାର ପିପଳପଙ୍କ ଡ୍ୟାମ ପ୍ରକଳ୍ପ ଆଦି ସମେତ ଅନ୍ୟ ବିଭିନ୍ନ ପ୍ରକଳ୍ପର କାର୍ଯ୍ୟ ଅଗ୍ରଗତି ସମୀକ୍ଷା କରି ମୁଖ୍ୟ ଶାସନ ସଚିବ ଆବଶ୍ୟକ ନିର୍ଦ୍ଦେଶ ଓ ପରାମର୍ଶ ଦେଇଛନ୍ତି ।

ବୈଠକରେ ରାଜ୍ୟ ପୂର୍ବ ବିଭାଗର ଜାତୀୟ ରାଜପଥ ଶାଖା କାର୍ଯ୍ୟ ସଂପର୍କିତ କାର୍ଯ୍ୟକାରୀ ହେଉଥ‌ିବା କୁଆଖୁଆ— ମଙ୍ଗଳପୁର (ଯାଜପୁର) ଅଂଶ ପର୍ଯ୍ୟନ୍ତ ରାସ୍ତା ନିର୍ମାଣ, ବାଲିଗୁଡା -ମୂଳାକାନୀ ଅଂଶ ରାସ୍ତା, ଟିଟିଲାଗଡ ସହରକୁ ବାଇପାସ ରୋଡ, କୋକସରାରୁ ନବରଙ୍ଗପୁରକୁ ଦୀର୍ଘ ରାସ୍ତାର ପ୍ରଶସ୍ତିକରଣ ଓ ସୁଦୃଢ଼ୀକରଣ, ରାଇରଙ୍ଗପୁର ସହରକୁ ବାଇପାସ ରାସ୍ତା, ଧର୍ମଗଡ (କଳାହାଣ୍ଡି) ବାଇପାସ ରାସ୍ତା, ଦାରିଙ୍ଗବାଡି ଘାଟ ଅଂଚଳର ସୁଦୀର୍ଘ ରାସ୍ତାର ପ୍ରଶସ୍ତିକରଣ ଓ ସୁଦୃଢ଼ୀକରଣ, ମୋହନା- ରାଇପଙ୍କା- ତଣ୍ଡିକୋନାକୁ ଯୋଗାଯୋଗ କରୁଥିବା ଜାତୀୟ ରାଜପଥର ସଂପ୍ରସାରଣ ଓ ସୁଦୃଢ଼ୀକରଣ ଆଦି ବିଭିନ୍ନ ରାସ୍ତାର ଉନ୍ନତିକରଣ, ନୂତନ ରାସ୍ତା ନିର୍ମାଣ ଓ ପ୍ରଶସ୍ତିକରଣ ନେଇ ରହୁଥ୍ବା ଜମି ଅଗ୍ରହଣ, ପ୍ରତିପୂରଣ ବନୀକରଣ, କ୍ଷତିପୂରଣ ଅର୍ଥ ପ୍ରଦାନ ଆଦି ସମସ୍ୟାର ସମାଧାନ କରାଯାଇ କାର୍ଯ୍ୟ ଅଗ୍ରଗତି ସଂପର୍କରେ ପୂର୍ବ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ସଂଜୟ କୁମାର ସିଂ ଉପସ୍ଥାପନ କରି ଆଲୋଚନା କରିଥିଲେ । ଅଦ୍ୟାବଧୂ ଗୁରୁତ୍ବପୂର୍ଣ୍ଣ ଭିତ୍ତିଭୂମି ପ୍ରକଳ୍ପର କାର୍ଯ୍ୟକାରିତା ନେଇ ସଂପୃକ୍ତ ଜିଲ୍ଲାପାଳମାନଙ୍କର ରହିତ୍ସା ସହଯୋଗକୁ ମୁଖ୍ୟ ଶାସନ ସଚିବ ପ୍ରଶଂସା କରିବା ଏହି ପ୍ରୟାସ ଜାରି ରଖିବା ଏବଂ ରହୁଥ‌ିବା ଅନ୍ୟ ସମସ୍ୟା ସବୁକୁ ସମୟସୀମା ଭିତରେ ଶୀଘ୍ର ସମାଧାନ କରି ପ୍ରକଳ୍ପ କାର୍ଯ୍ୟ ତ୍ବରାନିତ୍ବ କରିବା ନେଇ ମୁଖ୍ୟ ଶାସନ ସଚିବ ପରାମର୍ଶ ଦେଇଛନ୍ତି ।

ସେହିପରି ଓଡ଼ିଶାରେ ଜାତୀୟ ରାଜପଥ କର୍ତ୍ତୃପକ୍ଷ (ଏନ୍.ଏଚ୍.ଏ.ଆଇ)ଙ୍କ ପକ୍ଷରୁ କାର୍ଯ୍ୟକାରୀ ହେଉଥ‌ିବା ପ୍ରକଳ୍ପ ମଧ୍ୟରେ ବଅଁରପାଳ ଗୋଡିବନ୍ଧ ସଡ଼କ (୧୭ କି.ମି), କଟକ–କନ୍ଦରପୁର ରାସ୍ତା କାର୍ଯ୍ୟ ଅଗ୍ରଗତି, କ୍ୟାପିଟାଲ ରିଜିଅନ୍ ରିଂ ରୋଡ୍ କାର୍ଯ୍ୟରେ ବିଭିନ୍ନ ଭାଗ କାର୍ଯ୍ୟ ଅଗ୍ରଗତି, ଏଥ୍‌ନେଇ ଜମି ଅଗ୍ରହଣ ବାବଦକୁ କ୍ଷତିପୂରଣ ସହାୟତା ଏବଂ ଅନ୍ୟ ରହୁଥ‌ିବା ସମସ୍ୟା ଓ ସମାଧନ ସଂପର୍କରେ ଆଲୋଚନା କରାଯାଇଥିଲା ।