ପୁଣି ଲାଇନଚ୍ୟୁତ ହେଲା ଯାତ୍ରୀବାହୀ ଟ୍ରେନ
ଭବାନୀପାଟଣା : ବିଶାଖାପାଟନମରୁ ଭବାନୀପାଟଣା ଆସୁଥିବା ଗୋଟିଏ ଟ୍ରେନ ହୋଇଛି ଲାଇନଚ୍ୟୁତ । ଟ୍ରେନର କୌଣସି ବଡ ଅଘଟଣ ଘଟି ନାହିଁ । ଟ୍ରେନର ଇଞ୍ଜିନ ଅଳ୍ପ ବେଗରେ ଥିବା ବେଳେ ଲାଇନଚ୍ୟୁତ ହୋଇଥିବାର ସୂଚନା ମିଳିଛି । ତେବେ ଟ୍ରେନର କୌଣସି ବଗି ନୁହେଁ, ବରଂ ଇଞ୍ଜିନ ଅଳ୍ପ ବେଗରେ ଥିବା ବେଳେ ଲାଇନଚ୍ୟୁତ ହୋଇଥିବାରୁ କୌଣସି ବଡ଼ ଅଘଟଣ ଘଟି ନାହିଁ। ଇଞ୍ଜିନ ଲାଇନଚ୍ୟୁତ ହୋଇଥିବାରୁ ଟ୍ରେନର ଜଣେ ଲୋକୋ ପାଇଲଟ ସାମାନ୍ୟ ଆହତ ହୋଇଛନ୍ତି। ମିଳିଥିବା ସୂଚନା ଅନୁସାରେ, ଟ୍ରେନଟି ୨ ନମ୍ବର ପ୍ଲାଟଫର୍ମରୁ ୫ ନମ୍ବର ପ୍ଲାଟଫର୍ମକୁ ଯାଉଥିବା ସମୟରେ ଲକିଙ୍ଗ ସିଷ୍ଟମରେ ତ୍ରୁଟି ଯୋଗୁ ଲାଇନଚ୍ୟୁତ ହୋଇଥିଲେ। ତଥାପି ଗାଡ଼ିର ସମସ୍ତ ବଗି ଓ ଏହା ମଧ୍ୟରେ ଥିବା ଯାତ୍ରୀ ସୁରକ୍ଷିତ ରହିଛନ୍ତି। ଇଞ୍ଜିନ ଲାଇନଚ୍ୟୁତ ହୋଇଥିବାରୁ ବେଶ କିଛି ସମୟ ଉକ୍ତ ରୁଟରେ ଗାଡ଼ି ଚଳାଚଳ ବନ୍ଦ ରହିଥିଲା।