ଓଁ ଶାନ୍ତି ନମଃ

Sep 30, 2026 - 16:48
 6
ଓଁ ଶାନ୍ତି ନମଃ

ଶାନ୍ତି କେବଳ ଏକ ବ୍ୟକ୍ତିଗତ ଅନୁଭୂତି ନୁହେଁ, ଏହା ଚେତନାର ଏକ ସର୍ବୋଚ୍ଚ ସ୍ତର...। 

ଆପଣଙ୍କ ମୁଖରୁ ଶବ୍ଦ ନିସୃତ ହେବା ପୂର୍ବରୁ, ଆପଣଙ୍କ ଶାନ୍ତ ମନର ପ୍ରକମ୍ପନ ଅନ୍ୟର ହୃଦୟକୁ ସ୍ପର୍ଶ କରିସାରିଥାଏ...।

ଏକ ସ୍ଥିର ଏବଂ ଶାନ୍ତ ମନ ସମ୍ପର୍କଗୁଡ଼ିକୁ ମଧୁର କରେ, ବିଚଳିତ ଆତ୍ମାକୁ ଆଶ୍ୱାସନା ଦିଏ ଏବଂ ନୀରବତା ଭିତରେ ବିଶ୍ୱାସ ଜାଗ୍ରତ କରିଦିଜ ଯେ— "ଶାନ୍ତି ସମ୍ଭବ।" 

ଦୁନିଆକୁ ଆଜି ଆପଣଙ୍କ ପ୍ରତିଭା ଅପେକ୍ଷା ଆପଣଙ୍କ ଶାନ୍ତ ଉପସ୍ଥିତିର ଅଧିକ ଆବଶ୍ୟକତା ରହିଛି...। 

ଯେତେବେଳେ ଜଣେ ଆତ୍ମା ଶାନ୍ତିର ସ୍ଥିତିରେ ସ୍ଥିର ହୋଇଯାଏ, ତା'ର ପ୍ରଭାବରେ ଚାରିପାଖର ଅସଂଖ୍ୟ ହୃଦୟ ସହଜ ଓ ହାଲୁକା ହୋଇଯାନ୍ତି...।

ତେଣୁ ଶାନ୍ତିର ବାର୍ତ୍ତା ବାଣ୍ଟିବା ଅପେକ୍ଷା ନିଜେ 'ଶାନ୍ତି ସ୍ୱରୂପ' ହୁଅନ୍ତୁ, ଆପଣଙ୍କ ନୀରବତା ମଧ୍ୟ ଜଗତ ପାଇଁ ବରଦାନ ପାଲଟିଯିବ।