ଓଡ଼ିଶାରେ ଅଣ୍ଡା ଦର ଧୀରେଧୀରେ କମିବ ବୋଲି କହିଲେ ମତ୍ସ୍ୟ ଓ ପଶୁସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ।
ଓଡ଼ିଶାରେ ଅଣ୍ଡା ଦର ଧୀରେଧୀରେ କମିବ ବୋଲି କହିଲେ ମତ୍ସ୍ୟ ଓ ପଶୁସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ।
ମନ୍ତ୍ରୀଙ୍କ କହିବା ଅନୁଯାୟୀ, ଅଣ୍ଡାର ଚାହିଦା ଅଛି, ବାହାରକୁ ଯାଉଥିବାରୁ ଦର ବଢ଼ିଛି।
ଏବେ ରାଜ୍ୟରେ ପ୍ରତିଦିନ ପ୍ରାୟ ୧କୋଟି ୨୫ଲକ୍ଷ ଅଣ୍ଡା ଉତ୍ପାଦନ ହେଉଛି।
ଏହାକୁ ବଢ଼ାଇ ଦୈନିକ ୨କୋଟି ଅଣ୍ଡା ଉତ୍ପାଦନ କରିବା ସରକାରଙ୍କ ଲକ୍ଷ୍ୟ ରହିଛି।
କୁକୁଡ଼ା ଚାଷ ପାଇଁ ରାଜ୍ୟ ସରକାର ବିଭିନ୍ନ ପ୍ରୋତ୍ସାହନ ଦେଉଛନ୍ତି।
ଆଗାମୀ ଦିନରେ ରାଜ୍ୟରେ ଅଣ୍ଡା ଉତ୍ପାଦନ ଆହୁରି ବୃଦ୍ଧି ପାଇବ।