କଂଗ୍ରେସ ସଭାପତିଙ୍କ ପ୍ରେସ ବିଜ୍ଞପ୍ତି...

Sep 5, 2026 - 21:02
 4
କଂଗ୍ରେସ ସଭାପତିଙ୍କ ପ୍ରେସ ବିଜ୍ଞପ୍ତି...

ଏଫସିଆଇ ଆମ କଥା ମାନୁନାହିଁ, ଡବଲ ଇଞ୍ଜିନ ସରକାରଙ୍କ ରାଜ୍ୟ ଯୋଗାଣ ମନ୍ତ୍ରୀ କହିବା ଲଜ୍ୟାର ବିଷୟ

ରାଜ୍ୟରୁ ଚାଊଳ ଊଠି ପାରୁ ନାହିଁ, ଯଦି ଖୋଦ୍ ମନ୍ତ୍ରୀ ସ୍ବୀକାର କରୁଛନ୍ତି ତେବେ ମନ୍ତ୍ରୀପଦରେ ରହିବେ କାହିଁକି

ଭୁବନେଶ୍ୱର 5 ସେପ୍ଟେମ୍ବର 

ରାଜ୍ୟରୁ ଚାଉଳ ଉଠିପାରୁନାହିଁ ବୋଲି ରାଜ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ଅଭିଯୋଗ କରିଛନ୍ତି, ତେବେ ଜଣା ପଡୁଛି ରାଜ୍ୟ ସରକାର ଅପାରଗ ଅପାରଗ ତେଣୁ ଓଡିଶାରୁ ଚାଊଳ ନେବାକୁ ଏଫସିଆଇ ମନା କରୁଛି l ତାହେଲେ ବିଭାଗୀୟ ମନ୍ତ୍ରୀ ଇସ୍ତଫା ଦେଇ ଦିଅନ୍ତୁ l

ଏଫସିଆଇ ରାଜ୍ୟରୁ ଚାଊଳ ନ ଊଠାଇବାକୁ ନେଇ ଡବଲ ଇଂଜିନ ସରକାରଙ୍କୁ ଦାୟୀ କଲେ ପ୍ରଦେଶ କଂଗ୍ରେସ ସଭାପତି ଭକ୍ତ ଚରଣ ଦାସ l

ମନ୍ତ୍ରୀଙ୍କ କଥା ମାନୁନି FCI 

ନିକଟରେ ଏଫସିଆଇ ଚାଊଳ ଉଠାଉ ନଥିବା ନେଇ ରାଜ୍ୟର ଯୋଗାଣ ମନ୍ତ୍ରୀ କୃଷ୍ଣ୍ଣ ଚନ୍ଦ୍ର ପାତ୍ର ଯୋଗାଣ ନିଗମର ପ୍ରତିଷ୍ଠା ଦିବସ ଅବସରରେ ଏଫସିଆଇର ଚାଉଳ ଉଠାଣକୁ ନେଇ ଅସନ୍ତୋଷ ପ୍ରକାଶ କରିଥିଲେ ରାଜ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ।

କେନ୍ଦ୍ରରେ ବିଜେପି, ରାଜ୍ୟରେ ବିଜେପି, ଡବଲ ଇଞ୍ଜିନ ସରକାର ଚାଲିଛି କିନ୍ତୁ ଏପଟେ ରାଜ୍ୟ ଯୋଗାଣ ମନ୍ତୀ ଏଫସିଆଇ ଆମ କଥା ଶୁଣୁନି କହିବା ଘୋର ଲଜ୍ୟାଜନକ ବିଷୟ l ତେବେ କେନ୍ଦ୍ରୀୟ ସଂସ୍ଥା ଏଫସିଆଇ ଠିକ୍ ସମୟରେ ଚାଉଳ ନ ଉଠାଇବା ଘଟଣା ନିଶ୍ଚିତଭାବେ ଏକ ଚିନ୍ତାର କାରଣ ।

ଯଦି ଚାଷୀଙ୍କଠାରୁ ଧାନ କିଣାଯିବା ପରେ ନିର୍ଦ୍ଧାରିତ ସମୟରେ ଚାଉଳ ଯଦି ନ ଊଠିପାରିବ,ତାହେଲେ ଏଥିନେଇ ଯେଊଁ କ୍ଷତି ହେବ ବା ହେଊଛି,ଏଥିପାଇଁ ରାଜ୍ୟ ସରକାର ହିଁ ଦାୟୀ।ତେଣୁ ସ୍ବତଃଭାବେ ବିଭାଗୀୟ ମନ୍ତ୍ରୀ ଇସ୍ତଫା ଦେଇ ଦିଅନ୍ତୁ।କାରଣ ତାଙ୍କର ଅପାରଗତ କାରଣରୁ ଆଜି ରାଜ୍ୟରେ ଏଭଳି ଅବସ୍ଥା ।

ରାଜ୍ୟବାସୀ ଏଇ ସରକାର ଊପରେ ଭରସା କରିଥିଲେ। ଚାଊଳ ଊଠାଣ ନହେଲେ ଧାନ ସଂଗ୍ରହ ଓ ମିଲିଂ ବ୍ୟବସ୍ଥା ଉପରେ ଏହାର ପ୍ରଭାବ ପଡ଼ିବ ବୋଲି କଂଗ୍ରେସ ସଭାପତି କହିଛନ୍ତି। 

ରାଜ୍ୟରେ ଡବଲ ଇଂଜିନ ସରକାର।ଯଦି ଆାମ ରାଜ୍ୟର ମନ୍ତ୍ରୀଙ୍କ ଊତ୍ତର ଏଭଳି ରହିବ ,ତାହେଲେ ଓଡିଶାର ଲୋକେ କାହା ଊପରେ ଭରସା କରିବେ ବୋଲି ଓଡିଶା କଂଗ୍ରେସ ସଭାପତି ଶ୍ରୀ ଭକ୍ତ ଚରଣ ଦାସ ପ୍ରଶ୍ନ କରିଛନ୍ତି। ଶ୍ରୀ ଦାସ କହିଛନ୍ତି ଯେ ଇଏ କେଊଁ ପ୍ରକାରର ସରକାର। 

ଖୋଦ୍ ମନ୍ତ୍ରୀ କହୁଛନ୍ତି, ଏଫସିଆଇ ଆମ କଥା ମାନୁନି । ଆମକୁ ଧପେଇ ଦେଉଛି । ଏଫସିଆଇ ପକ୍ଷରୁ ଚାଉଳ ଉଠାଣ ପାଇଁ ଟାର୍ଗେଟ ଦିଆଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ରାଜ୍ୟରୁ ଚାଉଳ ଉଠାଯାଇ ପାରୁ ନାହିଁ । 

ଏନେଇ ସେ ବାରମ୍ବାର ଦିଲ୍ଲୀ ଯାଇ କେନ୍ଦ୍ରମନ୍ତ୍ରୀଙ୍କୁ ଭେଟିଥିବା କହିଛନ୍ତି । ଅନ୍ୟ ରାଜ୍ୟ ପ୍ରତି କେନ୍ଦ୍ରର ଦରଦ ବଢ଼ୁଛି, କିନ୍ତୁ ଓଡ଼ିଶା ପ୍ରତି ସେଭଳି ଆଗ୍ରହ ଦେଖାଯାଉନଥିବା କଥା କାହିଁକି, ତାହା ବୁଝିପାରୁନଥିବା ମନ୍ତ୍ରୀ କହିଛନ୍ତି । 

ଶ୍ରୀ ଦାସ୍ କହିଛନ୍ତି ଯେ ଖୋଦ୍ ଆମ ରାଜ୍ୟ ମନ୍ତ୍ରୀଙ୍କର କେନ୍ଦ୍ରରେ ଥିବା ଡବଲ ଇଂଜିନ ସରକାରଙ୍କ ଊପରେ ଭରସା ନାହିଁ। ଏଥିରୁ ଏହା ସ୍ପଷ୍ଟ ପ୍ରମାଣ ମିଳୁଛି ଯେ କେନ୍ଦ୍ରରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସରକାର ଓଡିଶାକୁ କିଭଳି ଅଣଦେଖା କରୁଛନ୍ତି। ନିର୍ବାଚନବେଳେ ଚାଷୀଙ୍କର ଊନ୍ନତ୍ତି କଥା କହି ତଥା ସେମାନଙ୍କ ସୁଖଦୁଖରେ ସାମିଲ ହେବା ପାଇଁ ପ୍ରତିଶ୍ରୁତି ଦେଇ ସରକାର ଗଠନ କରିଥିଲେ।

ଏବେ ଆମ ରାଜ୍ୟର ଚାଷୀମାନଙ୍କୁ ଧୋକା କାହିଁକି ।କେନ୍ଦ୍ର ସରକାରଙ୍କର ଏଭଳି ଦାୟିତ୍ବହୀନତା ହିଁ ଆମ ରାଜ୍ୟ ଓଡିଶାକୁ ବୈମାତୃକ ମନୋଭାବର ପରିଚୟ ଦେଖାଊଛି ବୋଲି ପ୍ରଦେଶ କଂଗ୍ରେସ ସଭାପତି କହିଛନ୍ତି।

ଏଫସିଆର ଏଭଳି ବୈମାତୃକ ମନୋଭାବ କାରଣରୁ ଆମ ଓଡିଶା ବିଶେଷଭାବେ କ୍ଷତିଗ୍ରସ୍ତ ହେବ ବୋଲି ଶ୍ରୀ ଦାସ୍ ଚେତେଇ ଦେଇଛନ୍ତି। 

ଶ୍ରୀ ଦାସ ପଚାରିଛନ୍ତି ଯେ ରାଜ୍ୟବାସୀ କାହାକୁ ଭରସା କରିବେ। ସରକାରଙ୍କ ଊପରେ ନା କର୍ମକୁ ଆଦରି ରହିବେ । ଏହାର ଊତ୍ତର ଖୋଦ ରାଜ୍ୟ ମୁଖ୍ୟମନ୍ତ୍ରୀ ରଖନ୍ତୁ। ଏଫସିଆଇ ଚାଉଳ ଉଠାଣରେ କାହିଁକି ବିଳମ୍ବ କରୁଛି ଓ ରାଜ୍ୟ ସରକାରଙ୍କ କଥା କାହିଁକି ମାନୁନି ଏଫସିଆଇ ।

ରାଜ୍ୟକୁ ଦିଆଯାଇଥିବା ଟାର୍ଗେଟ୍‌ ସତ୍ତ୍ୱେ ଚାଉଳ ଉଠୁନଥିବାର କାରଣ କ’ଣ? ଆଉ ଏହାର ସମାଧାନ କେବେ ହେବ ବୋଲି ପିସିସି ସବାପତି ପ୍ରଶ୍ନ ପଚାରିଛନ୍ତି। ଏ ସମସ୍ତ ପ୍ରଶ୍ନର ଊତ୍ତର ଦିଅନ୍ତୁ ବୋଲି ଶ୍ରୀ ଦାସ ଏକ ପ୍ରେସ ବିବୃତିରେ ପଚାରିଛନ୍ତି।