ରାଜ୍ୟରେ ଆଉ ମିଳିବନି ଗୁଟଖା...

Aug 30, 2026 - 23:02
 8
ରାଜ୍ୟରେ ଆଉ ମିଳିବନି ଗୁଟଖା...

ରାଜ୍ୟରେ ବନ୍ଦ ହେବ ଗୁଟଖା ବ୍ୟବସାୟ, ବ୍ୟାନ୍ ନେଇ ସରକାରୀ ବିଜ୍ଞପ୍ତି କାଏମ ରଖିଲେ ହାଇକୋର୍ଟ

ଗୁଟଖା ବ୍ୟବସାୟ ଉପରେ ପ୍ରତିବନ୍ଧକ ଲଗାଇବା ନେଇ ଗତ ଜାନୁଆରୀ ୨୧ ତାରିଖରେ ରାଜ୍ୟ ସରକାର ଯେଉଁ ବିଜ୍ଞପ୍ତି ପ୍ରକାଶ କରିଥିଲେ, ତାକୁ କାଏମ ରଖିଛନ୍ତି ହାଇକୋର୍ଟ । 

ସରକାରୀ ବିଜ୍ଞପ୍ତି ବିରୋଧରେ ଦାୟର ମାମଲା ଗୁଡ଼ିକୁ ହାଇକୋର୍ଟ ଖାରଜ କରିଛନ୍ତି । 

ଏଥି ସହିତ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଯେଉଁ ବିଜ୍ଞପ୍ତି ପ୍ରକାଶ ହୋଇଥିଲା, ତାହା ଆଇନ ସମ୍ମତ ବୋଲି ହାଇକୋର୍ଟ କହିଛନ୍ତି ।

ଜାନୁଆରୀ ୨୧ରେ ପ୍ରକାଶିତ ସରକାରୀ ବିଜ୍ଞପ୍ତି ମୁତାବକ ଜାରି ଟବାକୋ'କୁ ଖାଦ୍ୟ ପରିସରଭୁକ୍ତ କରାଯାଇଛି । 

କିନ୍ତୁ ଚିୱିଙ୍ଗ୍ ଟବାକୋ ଫୁଡ୍ ସେଫ୍ଟି ଆଣ୍ଡ ଷ୍ଟାଣ୍ଡାର୍ଡ ଆକ୍ଟ ପରିସର ଭିତରେ ଆସୁନାହିଁ । ଏହା କୋଟପା ଭିତରେ ଆସୁଛି ଓ ଏହା କେନ୍ଦ୍ରୀୟ ଆଇନ ଦ୍ବାରା ପରିଚାଳିତ । 

ରାଜ୍ୟ ସରକାର ଏହି ଚିୱିଙ୍ଗ୍ ଟବାକୋକୁ ଫୁଡ୍ ସେଫ୍ଟି ଏବଂ ଷ୍ଟାଣ୍ଡାର୍ଡ ଆଇନ ଆଧାରରେ ଖାଦ୍ୟ ବୋଲି ଦର୍ଶାଇଛନ୍ତି ।

ତେଣୁ ଏହି ଚିୱିଙ୍ଗ୍ ଟବାକୋ ଖାଦ୍ୟ ଉତ୍ପାଦ ମଧ୍ଯରେ ଆସୁ ନ ଥିବାରୁ ଏହି ବିଜ୍ଞପ୍ତିକୁ ରଦ୍ଦ ପାଇଁ ଆବେଦନକାରୀ ମାମଲାରେ ଦର୍ଶାଇଥିଲେ । 

ମାମଲାର ପ୍ରାରମ୍ଭିକ ଶୁଣାଣି କରି ସରକାରୀ ବିଜ୍ଞପ୍ତି ଉପରେ ହାଇକୋର୍ଟ ଅନ୍ତରୀଣ ରହିତାଦେଶ ଜାରୀ କରିଥିଲେ । 

କିନ୍ତୁ ଚୂଡାନ୍ତ ରାୟ ପ୍ରକାଶ ପାଇବା ପରେ ଜଣାପଡିଛି କି, ସମସ୍ତ ଆବେଦନ ଖାରଜ ହୋଇଛି । 

ରାଜ୍ୟରେ ଗୁଟଖା ନିଷିଦ୍ଧ ବାବଦୀୟ ଜାରି ହୋଇଥିବା ସରକାରୀ ବିଜ୍ଞପ୍ତି କାଏମ ରହିଛି ।