OSCB ର ମାଷ୍ଟର ଟ୍ରେନରଙ୍କୁ ନେଇ ପ୍ରଶିକ୍ଷିଣ ଶିବିର...

May 6, 2026 - 18:55
 4
OSCB ର ମାଷ୍ଟର ଟ୍ରେନରଙ୍କୁ ନେଇ ପ୍ରଶିକ୍ଷିଣ ଶିବିର...

ଓଡ଼ିଶା ରାଜ୍ୟ ସମବାୟ ବ୍ୟାଙ୍କ (OSCB) ସମ୍ମିଳନୀ କକ୍ଷରେ ସମବାୟ ବିଭାଗ ପକ୍ଷରୁ ଆଗାମୀ “ସମବାୟ ସଦସ୍ୟତା ମହାଅଭିଯାନ–୨୦୨୬” ର ସଫଳ ରୂପାୟନ ନିମନ୍ତେ ମାଷ୍ଟର ଟ୍ରେନରମାନଙ୍କୁ ନେଇ ଏକ ଓରିଏଣ୍ଟେସନ୍ ଓ ପ୍ରଶିକ୍ଷଣ ଶିବିର ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। 

ସମବାୟ ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀ ରାଜେଶ ପ୍ରଭାକର ପାଟିଲଙ୍କ ଉପସ୍ଥିତିରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଭାଗର ବରିଷ୍ଠ ଅଧିକାରୀମାନଙ୍କ ସହ ରାଜ୍ୟର ସମସ୍ତ DRCS ମାନେ ଯୋଗଦେଇଥିଲେ।

ଏହି ଅବସରରେ ଶ୍ରୀ ପାଟିଲ ତୃଣମୂଳ ସ୍ତରରେ ସମବାୟ ଆନ୍ଦୋଳନକୁ ଆହୁରି ସୁଦୃଢ଼ କରିବାରେ ମାଷ୍ଟର ଟ୍ରେନରମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି କହିଥିଲେ। 

ସେ କହିଥିଲେ ଯେ, ଅଧିକରୁ ଅଧିକ ଚାଷୀ ଓ ସାଧାରଣ ଜନସାଧାରଣଙ୍କୁ ସମବାୟ ସମିତି ସହ ଯୋଡ଼ିବା ମାଧ୍ୟମରେ ଗ୍ରାମୀଣ ଅର୍ଥନୀତିକୁ ଶକ୍ତିଶାଳୀ କରିବା ଏହି ମହାଅଭିଯାନର ପ୍ରମୁଖ ଲକ୍ଷ୍ୟ। 

ପ୍ରଶିକ୍ଷଣ ଶିବିରରେ ଅଭିଯାନର କାର୍ଯ୍ୟପଦ୍ଧତି, ସଚେତନତା କାର୍ଯ୍ୟକ୍ରମ, ଏବଂ ସଦସ୍ୟତା ବୃଦ୍ଧି ପାଇଁ କ୍ଷେତ୍ର ସ୍ତରରେ ନେବାକୁ ପଡ଼ିବା ଉଚିତ ପଦକ୍ଷେପ ସମ୍ପର୍କରେ ରୂପରେଖା ଦିଆଯାଇଥିଲା ।