ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ପରିଦର୍ଶନରେ ଆଇଏଏସ (IAS ) ପ୍ରଶିକ୍ଷାର୍ଥୀ...

May 6, 2026 - 18:57
 3
ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ପରିଦର୍ଶନରେ ଆଇଏଏସ (IAS ) ପ୍ରଶିକ୍ଷାର୍ଥୀ...

୨୦୨୫ ବ୍ୟାଚ୍‌ ଓଡ଼ିଶା କ୍ୟାଡରର ଭାରତୀୟ ପ୍ରଶାସନିକ ସେବା (ଆଇଏଏସ )ପ୍ରଶିକ୍ଷାର୍ଥୀମାନେ ଆଜି ଭୁବନେଶ୍ୱରସ୍ଥିତ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ (ସିଇଓ) କାର୍ଯ୍ୟାଳୟ ପରିଦର୍ଶନ କରିଛନ୍ତି।

ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ଆର. ଏସ. ଗୋପାଳନ ସମସ୍ତ ପ୍ରଶିକ୍ଷାର୍ଥୀଙ୍କୁ ସ୍ୱାଗତ କରିବା ସହ ନିର୍ବାଚନ ପରିଚାଳନା ସମ୍ପର୍କରେ ସବିଶେଷ ସୂଚନା ପ୍ରଦାନ କରିଥିଲେ।

ଏହି ଅବସରରେ ସେ ନିର୍ବାଚନ ପାଇଁ କରାଯାଉଥିବା ରଣନୀତି, ଭୋଟର ତାଲିକା ପଞ୍ଜିକରଣ ପ୍ରକ୍ରିୟା, ଇଭିଏମ୍ ଓ ଭିଭିପାଟ୍ ପରିଚାଳନା ଏବଂ କିଭଳି ଅବାଧ ଓ ନିରପେକ୍ଷ ନିର୍ବାଚନ ପରିଚାଳନା କରାଯାଏ, ସେ ବିଷୟରେ ଅଧିକାରୀମାନଙ୍କୁ ଅବଗତ କରାଇଥିଲେ।

 "ଏକ ସୁସ୍ଥ ଗଣତନ୍ତ୍ର ଗଠନରେ ନିର୍ବାଚନ ପ୍ରକ୍ରିୟାର ସ୍ୱଚ୍ଛତା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। 

ନୂତନ ଅଧିକାରୀମାନେ ଏହି କ୍ଷେତ୍ରରେ ଦକ୍ଷତା ହାସଲ କରିବା ଜରୁରୀ," ବୋଲି ଶ୍ରୀ ଗୋପାଳନ ପ୍ରକାଶ କରିଛନ୍ତି।

ଏହି ବୈଠକରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ଆର ଏସ ଗୋପଲନ ଙ୍କ ସମେତ ଅତିରିକ୍ତ ସିଇଓ ଶ୍ରୀ ସୁଶାନ୍ତ କୁମାର ମିଶ୍ର, ଯୁଗ୍ମ ସିଇଓ ଶ୍ରୀ ଗୋପୀନାଥ କୁଅଁର, ବିତ୍ତ ପରାମର୍ଶଦାତା ଶ୍ରୀ ସଞ୍ଜୟ କୁମାର ଲୁଗୁନ,ଡେ଼ପୁଟି ସିଇଓ ଡ଼. ଲକ୍ଷ୍ମୀପ୍ରସାଦ ସାହୁ ,ଡେ଼ପୁଟି ସିଇଓ ଶ୍ରୀମତୀ ଅନାମିକା ସିଂ ପ୍ରମୁଖ ଉପସ୍ଥିତ ଥିଲେ।