ଇଲେକ୍ଟ୍ରିକ ସେଫ୍ଟି ସାର୍ଟିଫିକେଟହେଲା ବାଧ୍ୟତାମୂଳକ...

Sep 9, 2026 - 16:39
 3
ଇଲେକ୍ଟ୍ରିକ ସେଫ୍ଟି ସାର୍ଟିଫିକେଟହେଲା ବାଧ୍ୟତାମୂଳକ...

ଏହି certificate ନହେଲେ ଚାଲିପାରିବନି ହୋଟେଲ, ମଲ, ରେଷ୍ଟୁରାଣ୍ଟ, ଶିକ୍ଷାନୁଷ୍ଠାନ। 

ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଆୟୋଜିତ ବୈଠକ ଏଭିଳି ନିଷ୍ପତ୍ତି ନେଇଛି କଟକ ଜିଲ୍ଲା ପ୍ରଶାସନ। 

କଟକ ସହରରେ ଥିବା ହୋଟେଲ, ମଲ, ରେଷ୍ଟୁରାଣ୍ଟ, ଶିକ୍ଷାନୁଷ୍ଠାନ ଗୁଡିକୁ ଏଣିକି ନେବାକୁ ପଡିବ ଇଲେକ୍ଟ୍ରିକ ସେଫ୍ଟି ସାର୍ଟିଫିକେଟ। 

ଇଲେକ୍ଟ୍ରିକ ସେଫ୍ଟି ସାର୍ଟିଫିକେଟ ବିନା କୈଣସି ହୋଟେଲ, ମଲ, ବ୍ୟବସ୍ୟାୟୀକ ପ୍ରତିଷ୍ଠାନ ସହ ଶିକ୍ଷାନୁଷ୍ଠାନ ଚାଲିପାରିବ ନାହିଁ। 

ଏକ ଭେରିଫାୟଡ ସଂସ୍ଥା ଦ୍ୱାରା ଆବଶ୍ୟକୀୟ ଯାଞ୍ଚ କରି ସାର୍ଟିଫିକେଟ ନେବାପାଇଁ କୁହାଯାଇଛି। 

ସମସ୍ତ ଅନୁଷ୍ଠାନ ଗୁଡିକ ଫାୟାର ସେଫ୍ଟି ଲାଇସେନ୍ସ ସହ ଇଲେକ୍ଟ୍ରିକ ସେଫ୍ଟି ସାର୍ଟିଫିକେଟ ତୁରନ୍ତ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। 

ଏହାର ଖିଲାପ କଲେ ସଂପୃକ୍ତ ସଂସ୍ଥା ବିରୋଧରେ କାର୍ଯ୍ୟାନୁଷ୍ଠାନ ସହ ଆବଶ୍ୟକ ସ୍ଥଳେ ବନ୍ଦ ପାଇଁ ମଧ୍ୟ ନିର୍ଦ୍ଦେଶ ଦିଆଯିବ ବୋଲି ଜିଲ୍ଲାପାଳ କହିଛନ୍ତି।