ଓଡ଼ିଶାର କାର୍ଯ୍ୟରତ ସାମ୍ବାଦିକମାନଙ୍କ କଲ୍ୟାଣ ପାଇଁ ଲୋକଙ୍କ ସରକାର ସର୍ବଦା ଲୋକଙ୍କ ସାଥିରେ...

Sep 9, 2026 - 16:40
 20
ଓଡ଼ିଶାର କାର୍ଯ୍ୟରତ ସାମ୍ବାଦିକମାନଙ୍କ କଲ୍ୟାଣ ପାଇଁ  ଲୋକଙ୍କ ସରକାର ସର୍ବଦା ଲୋକଙ୍କ ସାଥିରେ...

ସାମ୍ବାଦିକମାନେ ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ଭାବେ ସମାଜର ବିଭିନ୍ନ ଘଟଣା ଓ ସମସ୍ୟାକୁ ଲୋକଲୋଚନକୁ ଆଣିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଉଛନ୍ତି । 

ସେମାନଙ୍କ ଏହି ଗୁରୁତ୍ୱପୂର୍ଣ୍ଣ ସେବାକୁ ଦୃଷ୍ଟିରେ ରଖି ସରକାର ସାମ୍ବାଦିକଙ୍କ ସାମାଜିକ ଓ ଆର୍ଥିକ ସୁରକ୍ଷା ଦିଗରେ ବିଭିନ୍ନ ପଦକ୍ଷେପ ନେଉଛନ୍ତି । 

ବିଶେଷକରି କାର୍ଯ୍ୟରତ ସାମ୍ବାଦିକଙ୍କ ଅକାଳ ମୃତ୍ୟୁ ଘଟିଲେ, ସେମାନଙ୍କ ପରିବାରକୁ ଆର୍ଥିକ ସହାୟତା ଯୋଗାଇ ଦିଆଯିବାକୁ ବ୍ୟବସ୍ଥା ରହିଛି |

ସୂଚନା ଓ ଲୋକସମ୍ପର୍କ ବିଭାଗ ଜରିଆରେ ମୃତ କାର୍ଯ୍ୟରତ ସାମ୍ବାଦିକଙ୍କ ନିକଟତମ ଆତ୍ମୀୟଙ୍କୁ ୪ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯାଉଛି । 

ସାମ୍ବାଦିକଙ୍କ ମୃତ୍ୟୁ ପରେ ପରିବାର ଉପରେ ପଡ଼ୁଥିବା ଆର୍ଥିକ ଚାପକୁ କିଛି ମାତ୍ରାରେ କମାଇବା ଏହି ସହାୟତାର ମୁଖ୍ୟ ଉଦ୍ଦେଶ୍ୟ । 

ଚଳିତ ଆର୍ଥିକ ବର୍ଷରେ ଏପର୍ଯ୍ୟନ୍ତ ୧୩ ଜଣ ମୃତ କାର୍ଯ୍ୟରତ ସାମ୍ବାଦିକଙ୍କ ପରିବାରକୁ ଏହି ଆର୍ଥିକ ସହାୟତା ପ୍ରଦାନ କରାଯାଇଛି । 

ଅର୍ଥାତ୍ ୧୩ଟି ପରିବାରକୁ ସରକାରଙ୍କ ପକ୍ଷରୁ ୪ ଲକ୍ଷ ଟଙ୍କା ଲେଖାଏଁ ସହାୟତା ଯୋଗାଇ ଦିଆଯାଇଛି 

ଏହି ସହାୟତା ମାଧ୍ୟମରେ ମୃତ ସାମ୍ବାଦିକମାନଙ୍କ ପରିବାରକୁ ସରକାର ସହଯୋଗର ହାତ ବଢ଼ାଇଛନ୍ତି । 

ସେହି ମୃତ ସାମ୍ବାଦିକମାନଙ୍କ ମଧ୍ୟରେ ଅୟଶକାନ୍ତ ସ୍ବାଇଁ, ଅରୁଣ କୁମାର ମହାନ୍ତି, ଆଶୁତୋଷ କୁମାର ପଟ୍ଟନାୟକ, ବଦ୍ରିନାରାୟଣ ପଣ୍ଡା, ଆଶୁତୋଷ ମିଶ୍ର, ସମେତ ଅନ୍ୟ ସାମ୍ବାଦିକ ମଧ୍ୟ ସାମିଲ ରହିଛନ୍ତି ।

ସାମ୍ବାଦିକମାନେ ନିଜ ଜୀବନକୁ ବିପଦରେ ପକାଇ ବିଭିନ୍ନ ଘଟଣାର ଖବର ସଂଗ୍ରହ କରିବା ସହ ଲୋକଙ୍କ ସମସ୍ୟାକୁ ସରକାର ଓ ପ୍ରଶାସନର ଦୃଷ୍ଟିକୁ ଆଣିଥାଆନ୍ତି । 

ତେଣୁ ସାମ୍ବାଦିକଙ୍କ କଲ୍ୟାଣ ଏବଂ ସେମାନଙ୍କ ପରିବାରର ସୁରକ୍ଷାକୁ ଗୁରୁତ୍ୱ ଦେବା ଆବଶ୍ୟକ ବୋଲି ମତ ପ୍ରକାଶ ପାଇଛି । 

ରାଜ୍ୟ ସରକାରଙ୍କ ଏଭଳି ଆର୍ଥିକ ସହାୟତା ଯୋଜନା ମୃତ କାର୍ଯ୍ୟରତ ସାମ୍ବାଦିକଙ୍କ ପରିବାର ପାଇଁ ଏକ ସହାୟକ ପଦକ୍ଷେପ ଭାବେ ବିବେଚିତ ହେଉଛି। 

ଆଗାମୀ ଦିନରେ ମଧ୍ୟ କାର୍ଯ୍ୟରତ ସାମ୍ବାଦିକଙ୍କ କଲ୍ୟାଣ, ସୁରକ୍ଷା ଓ ସେମାନଙ୍କ ପରିବାରର ଆର୍ଥିକ ସହାୟତା ଦିଗରେ ସରକାର ଗୁରୁତ୍ୱ ଦେବାକୁ ପ୍ରତିଶ୍ରୁତିବଦ୍ଧ ବୋଲି ଜଣାପଡ଼ିଛି ।