ଜାନୁଆରୀ ୨୭ରୁ ଫକୀର ମୋହନ ବିଶ୍ୱବିଦ୍ୟାଳୟରେ ୩୯ତମ ପୂର୍ବାଞ୍ଚଳ ଆନ୍ତଃ ବିଶ୍ୱବିଦ୍ୟାଳୟ ଯୁବ ମହୋତ୍ସବ

Jan 20, 2026 - 21:41
 11
ଜାନୁଆରୀ ୨୭ରୁ ଫକୀର ମୋହନ ବିଶ୍ୱବିଦ୍ୟାଳୟରେ ୩୯ତମ ପୂର୍ବାଞ୍ଚଳ ଆନ୍ତଃ ବିଶ୍ୱବିଦ୍ୟାଳୟ ଯୁବ ମହୋତ୍ସବ

ଜାନୁଆରୀ ୨୭ରୁ ଫକୀର ମୋହନ ବିଶ୍ୱବିଦ୍ୟାଳୟରେ ୩୯ତମ ପୂର୍ବାଞ୍ଚଳ ଆନ୍ତଃ ବିଶ୍ୱବିଦ୍ୟାଳୟ ଯୁବ ମହୋତ୍ସବ

ଭୁବନେଶ୍ଵର, ୨୦.୧ : ଜାନୁଆରୀ ୨୭ ତାରିଖରୁ ୩୧ ତାରିଖ ପର୍ଯ୍ୟନ୍ତ ୫ ଦିନ ବ୍ୟାପୀ ବାଲେଶ୍ଵରର ଫକୀର ମୋହନ ଶ୍ୱବିଦ୍ୟାଳୟସ୍ଥିତ ବ୍ୟାସବିହାର କ୍ୟାମ୍ପସଠାରେ ଭାରତୀୟ ବିଶ୍ଵବିଦ୍ୟାଳୟ ସଂଘ, ନୂଆଦିଲ୍ଲୀ ଓ ଫକୀର ମୋହନ ବିଶ୍ଵବିଦ୍ୟାଳୟ ବାଲେଶ୍ବର ଶ୍ଵରର ମିଳିତ ସହ‌ଯୋଗରେ ୩୯ତମ ଆନ୍ତଃ ବିଶ୍ଵବିଦ୍ୟାଳୟ ପୂର୍ବଜନ ଯୁବ ମହୋତ୍ସବ ‘ୟୁନିଫେଷ୍ଟ ୨୦୨୫-୨୬ ଆୟୋଜନ ଜନ କରିବ ବୋଲି ବିଶ୍ଵବିଦ୍ୟାଳୟର ପି.ଜି କାଉନସିଲ୍‌ର ଅଧ୍ୟକ୍ଷ ପ୍ରଫେସର ଭାସ୍କର ବେହେରା, ସଂଯୋଜକ ଡଃ ନିହାର ରଞ୍ଜନ ରାଉତ, ସଂଗଠନ ସମ୍ପାଦକ ଡ. ଅସୀମ ଅମିତାଭ ପ୍ରଧାନ ଏବଂ ସାମ୍ବାଦିକତା ଓ ଗଣ ଯୋଗାଯୋଗ ବିଭାଗର ମୁଖ୍ୟ ପ୍ରଫେସର ଭାରତୀବା ତୀବାଳା ପଟ୍ଟନାୟକ ପ୍ରକାଶ କରିଛନ୍ତି ।

ମଙ୍ଗଳବାର ଭୁବନେଶ୍ୱରସ୍ଥିତ ପ୍ରେସ୍ କ୍ଲବ ଅଫ୍ ଓଡ଼ିଶାଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସେମାନେ କହିଛନ୍ତି ଯେ, ଏହି ଯୁବ ମହୋତ୍ସବର ନାମ ଉତ୍ସାହ– ୨୦୨୬ ରଖାଯାଇଛି । ଏହି ଆନ୍ତଃ ବିଶ୍ବବିଦ୍ୟାଳୟ ଯୁବ ମହୋତ୍ସବରେ ପୂର୍ବ ଜୋନ୍ ତଥା ଓଡ଼ିଶା, ବିହାର, ଛତିଶଗଡ଼ ଏବଂ ପଶ୍ଚିମବଙ୍ଗ ଆଦି ମୋଟ ୨୦ଟି ବିଶ୍ଵବିଦ୍ୟାଳୟର ୧ ହଜାରରୁ ଉର୍ଦ୍ଧ୍ଵ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିବେ । ପ୍ରତ୍ୟେକ । ବିଶ୍ଵବିଦ୍ୟାଳୟରୁ ପ୍ରାୟ ୬୦ ଜଣ ଛାତ୍ରଛାତ୍ରୀ ଓ ଦଳନାୟକ ଯୋଗଦେଇ ଏହାକୁ ପୂର୍ବାଞ୍ଚଳର ଯୁବ ପ୍ରତିଭାମାନଙ୍କର ଏକ ବୃହତ୍ ସାଂସ୍କୃତିକ ସ‌ ସମାବେଶରେ ପରିଣତ କରିବେ । ଏହି ଯୁବ ମହୋତ୍ସବରେ ସଙ୍ଗୀତ, ନୃତ୍ୟ, ନାଟକ, ସାହିତ୍ୟ, ସୂକ୍ଷ୍ମକଳା ସହିତ ସମ୍ପୃକ୍ତ ସୃଜନାତ୍ମକ ବିଭାଗରେ ମୋଟ ୬ଟି ବିଭାଗ ଅଧୀନରେ ୨୮ଟି ପ୍ରତିଯୋଗିତା ଅନୁଷ୍ଠିତ ହେବ । ପ୍ରତ୍ୟେକ ଇଭେଣ୍ଟରୁ ପ୍ରଥମ, ଦ୍ବିତୀୟ ଓ ତୃତୀୟ କୃତୀ ପ୍ରତିଯୋଗୀଙ୍କୁ ପ୍ରତିଯୋଗୀଙ୍କୁ ପୁର ପୁରସ୍କୃତ କରାଯିବ । ସେମାନେ ଆସନ୍ତା ମାର୍ଚ୍ଚ ମାସ ୧୦ରୁ ୧୪ ତାରିଖ ମଧ୍ୟରେ ଚେନ୍ନାଇଠାରେ ଅନୁଷ୍ଠିତ ହେଉଥ‌ିବା ଫାଇନ ଫାଇନାଲ ମ୍ୟାଚ୍‌ର ଜାତୀୟ ଯୁବ ଯୁବ ଉତ୍ସବରେ ଅଂଶଗ୍ରହଣ କରିବେ ।

ଭାରତୀୟ ବିଶ୍ଵବିଦ୍ୟାଳୟ ସଂ ଶ୍ୱବିଦ୍ୟାଳୟ ସଂଘର ପ୍ରମୁଖ ଯୁବ ମହୋତ୍ସବ ଭାବେ ‘ୟୁନିଫେଷ୍ଟ’ ସଦା ସର୍ବଦା କଳାତ୍ମକ ଉତ୍କୃଷ୍ଟତା, ସୃଜନାତ୍ମକ ଅଭିବ୍ୟକ୍ତି ଓ ବିବି ବିବିଧତା ମଧ୍ୟରେ ଏକତାକୁ ପ୍ରୋତ୍ସାହନ ଦେଇ ଆସୁଛି । ମହୋତ୍ସବକୁ ସୁପ୍ଟରୁ ରୂପେ ଓ ସଫଳ ଭାବେ ଆୟୋଜନ କରାଯିବା । ପାଇଁ ଫକୀର ମୋହନ ବିଶ୍ଵବିଦ୍ୟାଳୟ ପକ୍ଷରୁ ଆବାସ, ଆତିଥ୍ୟ, ଯାତାୟତ, ସୁରକ୍ଷା, କାର୍ଯ୍ୟକ୍ରମ ପରିପ୍ପଳନା ଏବଂ ସମନ୍ବୟ ସମ୍ପର୍କିତ ସମସ୍ତ ବ୍ଯ ବ୍ୟବସ୍ଥା । ନେଇ ବିସ୍ତୃତ ସମୀକ୍ଷା ବୈଠକ ସମ୍ପନ୍ନ ହୋଇଯାଇଛି । ଅଂଶଗ୍ରହଣକାରୀ ବିଶ୍ଵବିଦ୍ୟାଳୟ ଓ ଛାତ୍ରଛାତ୍ରୀଙ୍କ ପାଇଁ ପଞ୍ଜିକ କରଣ ପ୍ରକ୍ରିୟା ଆରମ୍ଭ ହୋଇଛି । ଓଡ଼ିଶାରେ ଦ୍ଵିତୀୟଥର ପାଇଁ ଏହି ଯୁବ ମହୋତ୍ସବ ଅନୁଷ୍ଠିତ ହେଉଛି । ପ୍ରଥମଥର ପାଇଁ ବ୍ରହ୍ମପୁର ବିଶ୍ବବିଦ୍ୟାଳୟରେ ଏହି । ଏହି ଯୁବ । ମହୋତ୍ସବ ଅନୁଷ୍ଠିତ ହୋଇଥିଲା ବୋଲି ସେମାନେ କହିଥିଲେ । ଏହି ସାମ୍ବାଦିକ ସମ୍ମିଳନୀରେ ଫକୀର ମୋହନ ବିଶ୍ବବିଦ୍ୟାଳ ଶ୍ୱବିଦ୍ୟାଳୟର କୁଳସଚିବ ଶ୍ରୀମତୀ କୁକୁମୀନା ଦାସ ଏବଂ ଲୋକ ସମ୍ପର୍କ ଅଧିକାରୀ ଶର୍ମିଷ୍ଠା ମହାରଣା ଉପସ୍ଥିତ ରହି ୩୯ତମ ପୂର୍ବାଞ୍ଚଳ ଆ ଆନ୍ତଃ ବିଶ୍ଵବିଦ୍ୟାଳୟ ଯୁବ ମହୋତ୍ସବ ୟୁନିଫେଷ୍ଟ ୨୦୨୫-୨୬ ଯୁବଶକ୍ତି, ସାଂସ୍କୃତିକ ସମନ୍ବୟ ଓ ସୃଜନଶୀଳ ଉତ୍କୃଷ୍ଟତାର ଏକ ସ୍ମରଣୀୟ ଐତିହାସିକ ଉତ୍ସବ ଭାବେ ପରିଚିତ ହେବ, ଯାହା ଫକୀର ମୋହନ ବିଶ୍ଵବିଦ୍ୟାଳୟକୁ ଜାତୀୟସ୍ତରରେ ଶିକ୍ଷା ଓ ସାଂସ୍କୃତିକ ନେତୃତ୍ବର ଏକ ସକ୍ରିୟ କେନ୍ଦ୍ର ଭାବେ ସୁଦୃଢ କରିବ ବୋଲି ସେମାନେ କହିଥିଲେ ।