ଆୟୋଜିତ ନିଯୁକ୍ତି ମେଳାରେ ଯୋଗଦେଇ ନବ ନିଯୁକ୍ତ ପ୍ରାର୍ଥୀଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ..

Dec 30, 2025 - 22:42
 8
ଆୟୋଜିତ ନିଯୁକ୍ତି ମେଳାରେ ଯୋଗଦେଇ ନବ ନିଯୁକ୍ତ ପ୍ରାର୍ଥୀଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ..

ଆୟୋଜିତ ନିଯୁକ୍ତି ମେଳାରେ ଯୋଗଦେଇ ନବ ନିଯୁକ୍ତ ପ୍ରାର୍ଥୀଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ..

ଅଡିଟୋରିୟମଠାରେ ଆୟୋଜିତ ନିଯୁକ୍ତି ମେଳାରେ ଯୋଗଦେଇ ମୁଖ୍ୟ ମନ୍ତ୍ରୀ ନବନିଯୁକ୍ତ ପ୍ରାର୍ଥୀଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କଲେ |

ସେ ଆନ୍ତରିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇ କହିଥିଲେ ଯେ ଏହି ଯୁବ ଅଧିକାରୀମାନେ ହେଉଛନ୍ତି ଆମ ରାଜ୍ୟର ପ୍ରଗତିର ସାରଥି। 

ଆମ ସରକାର ଯୁବଶକ୍ତିଙ୍କୁ ସଶକ୍ତ କରିବା ପାଇଁ ସରକାରୀ ଚାକିରିର ବୟସ ସୀମାକୁ ୩୨ରୁ ୪୨ ବର୍ଷକୁ ବୃଦ୍ଧି କରିଥିବାବେଳେ, ଶିଳ୍ପାୟନ ମାଧ୍ୟମରେ ମଧ୍ୟ ବ୍ୟାପକ ରୋଜଗାର ସୁଯୋଗ ସୃଷ୍ଟି କରିବା ପାଇଁ ଆମର ଅଭିଯାନ ଜାରି ରହିଛି। 

ଏହି ନିଯୁକ୍ତି ପ୍ରକ୍ରିୟା କେବଳ ଏକ ସରକାରୀ କାର୍ଯ୍ୟକ୍ରମ ନୁହେଁ, ବରଂ ଓଡ଼ିଶାର ଯୁବପିଢ଼ିଙ୍କ ସ୍ୱପ୍ନକୁ ସାକାର କରିବା ପାଇଁ ଆମ ସରକାରଙ୍କ ପ୍ରତିବଦ୍ଧତାର ଏକ ପ୍ରତିଫଳନ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ସମସ୍ତ ନବନିଯୁକ୍ତଙ୍କୁ 'ସୁଶାସନ'ର ତିନୋଟି ମନ୍ତ୍ର - ସ୍ଵଚ୍ଛତା, ଉତ୍ତରଦାୟିତ୍ଵ ଏବଂ ଅଭିଯୋଗର ତ୍ଵରିତ ସମାଧାନ ଉପରେ ଗୁରୁତ୍ୱ ଦେବାକୁ ପରାମର୍ଶ ଦେଇଛି। 

ଆମ ସରକାର ଦୁର୍ନୀତି ବିରୁଦ୍ଧରେ ‘ଶୂନ୍ୟ ସହନଶୀଳତା ନୀତି’ ଆପଣାଇଛନ୍ତି, ତେଣୁ କାର୍ଯ୍ୟର ପ୍ରଥମ ଦିନରୁ ହିଁ ସମ୍ପୂର୍ଣ୍ଣ ସ୍ୱଚ୍ଛତା ଓ ନିଷ୍ଠାର ସହ ଜନସାଧାରଣଙ୍କ ସେବାରେ ନିଜକୁ ଉତ୍ସର୍ଗ କରିବାକୁ ମୁଁ ସମସ୍ତଙ୍କୁ ଆହ୍ୱାନ କରିଛନ୍ତି ନବନିଯୁକ୍ତମାନେ ଯେତେ ଦକ୍ଷତାର ସହ କାମ କରିବେ ଏବଂ ସାଧାରଣ ଲୋକଙ୍କୁ ସମ୍ମାନ ଦେବେ, ଆମେ ସେତେ ଶୀଘ୍ର ଏକ ‘ସମୃଦ୍ଧ ଓଡ଼ିଶା’ ଗଠନର ଲକ୍ଷ୍ୟ ହାସଲ କରିପାରିବା। 

ଏକାଠି ହୋଇ ଲୋକଙ୍କ ବିଶ୍ୱାସଭାଜନ ହେବା ଏବଂ ରାଜ୍ୟବାସୀଙ୍କ ସେବାରେ ନିଜକୁ ନିୟୋଜିତ କରିବା କହିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ