ପଶ୍ଚିବଙ୍ଗରେ ଘଟିଲା ସାଙ୍ଘାତିକ ଲଜ୍ଜା ଜନକ ଓ ଅତୀବ ନିନ୍ଦନୀୟ ଘଟଣା...

Oct 11, 2025 - 18:39
 15
ପଶ୍ଚିବଙ୍ଗରେ ଘଟିଲା ସାଙ୍ଘାତିକ ଲଜ୍ଜା ଜନକ ଓ ଅତୀବ ନିନ୍ଦନୀୟ ଘଟଣା...

ପଶ୍ଚିମବଙ୍ଗର ଦୁର୍ଗାପୁରରେ ଜଣେ ଓଡ଼ିଆ ଛାତ୍ରୀଙ୍କ ଗଣଦୁଷ୍କର୍ମ ଘଟଣାରେ ଶନିବାର ଦିନ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ଏହି ଘଟଣାକୁ ଗଭୀର ଯନ୍ତ୍ରଣାଦାୟକ ଏବଂ ନିନ୍ଦନୀୟ ବୋଲି କହିଛନ୍ତି।

ମୁଖ୍ୟମନ୍ତ୍ରୀ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଅଭିଯୁକ୍ତଙ୍କ ବିରୁଦ୍ଧରେ ଦୃଷ୍ଟାନ୍ତମୂଳକ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅନୁରୋଧ କରିଛନ୍ତି ଏବଂ ଓଡ଼ିଶାର ବରିଷ୍ଠ ଅଧିକାରୀମାନଙ୍କୁ ବଙ୍ଗୀୟ କର୍ତ୍ତୃପକ୍ଷଙ୍କ ସହିତ ସମନ୍ୱୟ ରକ୍ଷା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ପୀଡିତାଙ୍କ ପରିବାରକୁ ରାଜ୍ୟ ସରକାରଙ୍କ ପକ୍ଷରୁ ପୂର୍ଣ୍ଣ ସମର୍ଥନ ଯୋଗାଇ ଦିଆଯିବ ବୋଲି ସେ କହିଛନ୍ତି। 

ପଶ୍ଚିମବଙ୍ଗର ଦୁର୍ଗାପୁର ଅଞ୍ଚଳ ଅନ୍ତର୍ଗତ ଶୋଭାପୁରରେ ଏକ ଘରୋଇ ମେଡିକାଲ କଲେଜରେ ଦ୍ୱିତୀୟ ବର୍ଷ MBBS ପଢ଼ୁଥିବା ଜଳେଶ୍ୱରର ଓଡ଼ିଆ ଝିଅକୁ ଶୁକ୍ରବାର ରାତିରେ ବଳାତ୍କାର କରାଯାଇଥିବା ଜଣାପଡ଼ିଛି। 

ଯୁବତୀ ଏବଂ ତାଙ୍କ ପ୍ରେମିକ କଲେଜ କ୍ୟାମ୍ପସ ବାହାରକୁ ଯାଉଥିବା ସମୟରେ ତାଙ୍କୁ ନିକଟବର୍ତ୍ତୀ ଜଙ୍ଗଲକୁ ନେଇ ସେଠାରେ ଯୌନ ନିର୍ଯାତନା ଦିଆଯାଇଥିଲା। 

ସୂଚନା ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।