ରାଇରଙ୍ଗପୁରରେ ପ୍ରତିଷ୍ଠା ହେବ ନୂତନ ଆୟୁର୍ବେଦିକ କଲେଜ ।
ଏଥିପାଇଁ ରାଜ୍ୟ ସରକାର ଖର୍ଚ୍ଚ
କରିବେ 85 କୋଟି । ରାଜ୍ୟସ୍ତରୀୟ ଜାତୀୟ ଆୟୁର୍ବେଦ
ଦିବସ ପାଳନରେ ଯୋଗ ଦେଲେ ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ
ମୋହନ ଚରଣ ମାଝୀ । ଢେଙ୍କାନାଳ, ବ୍ରହ୍ମପୁର ଓ
ବାଲେଶ୍ବରରେ ନିର୍ମାଣ ଚାଲିଛି ୩ଟି ଇଣ୍ଡିଗ୍ରେଟେଡ ଆୟୁଷ
ହସ୍ପିଟାଲ । ଚଳିତବର୍ଷ ଆଉ ୮ଟି ନୂତନ ପଞ୍ଚକର୍ମ କେନ୍ଦ୍ର
ନିର୍ମାଣ କରାଯିବ । ଆୟୁର୍ବେଦ ସାରା ବିଶ୍ବକୁ ଭାରତର ଏକ
ଅମୂଲ୍ୟ ଅବଦାନ, ଏହା ଜୀବନର ଏକ ଧାରା । ଆୟୁଷ
ଚିକିତ୍ସା ପଦ୍ଧତି ଜରିଆରେ ଅଧିକ ଲୋକଙ୍କୁ ଉଚ୍ଚମାନର
ସେବା ଯୋଗାଇ ଦିଆଯିବ ବୋଲି ଏହି ଅବସରରେ କହିଛନ୍ତି
ମୁଖ୍ୟମନ୍ତ୍ରୀ ।