ରାଜ ଯୋଗିନୀ ଦାଦିଙ୍କ ୧୯ ତମ ମହା ପରାୟଣ ଦିବସ...
ବିଶିଷ୍ଠ ଉଚ୍ଚପ୍ରଶାସିକା ରାଜଯୋଗିନୀ ଦାଦି ପ୍ରକାଶମଣିଜୀ ଙ୍କ ୧୯ତମ ମହାପ୍ରୟାଣ ଦିବସ ଅବସରରେ ବିଶ୍ବ ବନ୍ଧୁତ୍ୱ ଓ ରକ୍ତଦାନ ଶିବିର
ବ୍ରହ୍ମାକୁମାରୀଜ୍ ବିଜେବିନଗର ଭୁବନେଶ୍ଵର ଆନୁକୁଲ୍ୟରେ ,
ଅଲାରପୁର ସ୍ଥିତ ବ୍ରହ୍ମାକୁମାରୀଜ୍ ଶିବସନ୍ଦେଶ ଭବନରେ , ଅତି ଭକ୍ତି ଓ ଭାବର ପରିବେଶ ମଧ୍ୟରେ ବିଧିବଦ୍ଧ ଭାବେ ଅନୁଷ୍ଠିତ ହୋଇଯାଇଛି ।
ଏହି ଆଧ୍ୟାତ୍ମିକ ଉତ୍ସବ ଓ ରକ୍ତଦାନ ଶିବିର କୁ ପରିଚାଳନା କରିଥିଲେ ଏହାର ମୁଖ୍ୟ ସଞ୍ଚାଳିକା ବ୍ରହ୍ମାକୁମାରୀ ତପସ୍ୱିନୀ ଭଉଣୀ ।ସେ ଆହ୍ଵାନ ଦେଇ କହିଥିଲେ ରକ୍ତଦାନ କରି ପୁଣ୍ୟ ଅର୍ଜନ କରନ୍ତୁ ,ବିଶ୍ୱ ବନ୍ଧୁତ୍ୱ ଦିଗକୁ ଆଗେଇ ଚାଲନ୍ତୁ ।
ମୁଖ୍ୟ ଅତିଥି ରୂପେ ଯୋଗଦେଇ ,ପୂର୍ବତନ ମନ୍ତ୍ରୀ ତଥା ଵିଶିଷ୍ଟ ଶିକ୍ଷାବିତ ଡ଼ଃ ଅରବିନ୍ଦ ଢାଲି ଏହି ଉତ୍ସବ କୁ ଆନୁଷ୍ଠାନିକ ଭାବେ ପ୍ରଦୀପ ପ୍ରଜ୍ଵଳନ କରି ଉଦ୍ ଘାଟନ କରିଥିଲେ ।
ରକ୍ତଦାନ ଏକ ମହତ କାର୍ଯ୍ୟ ଏହା କରିବା ଦ୍ଵାର ନିଜର ତଥା ସମାଜ ର ମଙ୍ଗଳ ହେବ ବୋଲି ଡ଼ଃ ଅରବିନ୍ଦ ଢାଲି ଉଦବୋଧନ ଦେଇଥିଲେ ।
ବିଶିଷ୍ଟ ଅତିଥି ରୂପେ ସିଫା ର ବରିଷ୍ଠ ବୈଜ୍ଞାନିକ ଡ଼ଃ ପ୍ରିୟବ୍ରତ ସ୍ବାଇଁ ଯୋଗଦେଇ ରକ୍ତଦାତା ମାନଙ୍କ ମଙ୍ଗଳ ନିମନ୍ତେ ଶିବବାବା ଙ୍କ ନିକଟରେ ପ୍ରାର୍ଥନା କରି ବକ୍ତବ୍ୟ ପ୍ରଦାନ କରିଥିଲେ ।
ମୁଖ୍ୟ ବକ୍ତା ରୂପେ ଆଧ୍ୟାତ୍ମିକ ଓ ସାଂସ୍କୃତିକ ପତ୍ରିକା ର ମୁଖ୍ୟ ସମ୍ପାଦକ, ଓଁକାରନାଥ ମିଶନ୍ ଓଡିଶା ର ଅଧ୍ୟକ୍ଷ ତଥା କ୍ୟାପିଟାଲ ଫ୍ରେଣ୍ଡସ୍ ଆସୋସିଏସନ ର ମୁଖ୍ୟ ବିଶିଷ୍ଟ ସ୍ତମ୍ଭକାର ଇଂ ଜିତେନ୍ କୁମାର ରାଉତରାୟ ଯୋଗଦେଇ ରାଜଯୋଗିନୀ ଦାଦି ପ୍ରକାଶମଣିଜୀ ଙ୍କ ୧୯ତମ ମହାପ୍ରୟାଣ ଦିବସ ରେ ତାଙ୍କ ପ୍ରତି ଭକ୍ତିପୁତ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ,ଏହି ରକ୍ତଦାନ ଶିବିର ର ଆୟୋଜକ ଓ ଦିବ୍ୟ ରକ୍ତଦାତା ଭାଇଭଉଣୀ ମାନଙ୍କୁ ହୃଦୟରୁ କୃତଜ୍ଞତା ଜ୍ଞାପନ କରିଥିଲେ ।ରକ୍ତଦାନ ଏହା ଏକ ପୁଣ୍ୟ କାର୍ଯ୍ୟ ।
ଏହି ମହତ୍ କାର୍ଯ୍ୟ ଦ୍ଵାରା ନିଜ ଶରୀର ସୁସ୍ଥ ହେବା ସହିତ ଅନ୍ୟ ମାନଙ୍କ ଜୀବନ ବଞ୍ଚିପାରିବ ବୋଲି ସେ କହି,ନିଜେ ଶାନ୍ତିରେ ରହି ଅନ୍ୟମାନଙ୍କୁ ଶାନ୍ତିରେ ରହିବା ପାଇଁ ଆହ୍ଵାନ ଦେଇଥିଲେ ।
ଅନ୍ୟମାନଙ୍କ ମଧ୍ୟରେ ସମ୍ମାନିତ ଅତିଥି ରୂପେ ଶ୍ରୀମତୀ ଉଷାରାଣୀ ସ୍ବାଇଁ, ଝିଲ୍ଲୀ ସାମାନ୍ତରାୟ, ରଶ୍ମିତା ଭୋଇ, ନିଶିକାନ୍ତ ପଣ୍ଡା ପ୍ରମୁଖ ଯୋଗ ଦେଇ ଥିଲେ।
ଧନ୍ୟବାଦ ଅର୍ପଣ କରିଥିଲେ ସାମ୍ବାଦିକ ନିରଞ୍ଜନ ସେନାପତି ।
ଏହି ରକ୍ତଦାନ ଶିବିର କୁ ପରିଚାଳନା କରିବାରେ ସହଯୋଗ କରିଥିଲେ ବ୍ରହ୍ମକୁମାର ସନ୍ତୋଷ, ବ୍ରହ୍ମକୁମାର ଦୀନବନ୍ଧୁ,ବ୍ରହ୍ମକୁମାର ବିମ୍ବାଧର, ବ୍ରହ୍ମକୁମାର ସୁବାସ, ବ୍ରହ୍ମକୁମାରୀଜ୍ ଅପରାଜିତା, ଅପର୍ନ୍ନା,ସୁସ୍ମିତା ପ୍ରମୁଖ ।
ରକ୍ତଦାତା ମଧ୍ୟରେ ରବୀନ୍ଦ୍ର କୁମାର ସାହୁ, ବିଶ୍ୱଜିତ ସାହୁ, ଅମିତ ସୁତାର, ସନ୍ତୋଷ ଜେନା ସୌମ୍ୟାପ୍ରିୟଦର୍ସିନି,ମିତାରାଣି,ଗୋଲକ ଚନ୍ଦ୍ର ସାହୁ,ମନୋଜ କୁମାର ପରିଡା ,ଜ୍ୟୋତ୍ସାରାଣୀ, ,ଇପଶିତା, ଗୀତାଞ୍ଜଲି, ଜୟଶ୍ରୀ ,ଆଶିସ୍ ପ୍ରଧାନ ପ୍ରତିମା,ବିଦ୍ୟୁତପ୍ରଭା, ରଶ୍ମିତା,ସୁଦେଷ୍ନା, ବ୍ରହ୍ମକୁମାର ନିଲୁ, ରୀନାବାଳା, ବିଶ୍ୱଭୂଷଣ ପଳେଇ , ବିଶ୍ୱପ୍ରଦିପ ବଳିୟାରସିଂହ,ସବ୍ୟସାଚି ଆଚାର୍ଯ୍ୟ,ରଫି ସ୍ଵାଇଁ, ପ୍ରକାଶ ସ୍ୱାଇଁ, ପ୍ରସାନ୍ତ କୁମାର ସେନାପତି,ଦିଲ୍ଲୀପ କୁମାର, ମିନତୀ ପ୍ରଧାନ, ରାମକ୍ରୁଷ୍ନ ପାତ୍ର,ରମାଶଙ୍କର,କେଦାରନାଥ ଘଡ଼େଇ , ଶ୍ରୀନିବାସ୍ ଓଝା ପ୍ରଭାସ ଓଝା,ସଞ୍ଜୟ ମଲ୍ଲିକ,ଧୈର୍ଯ୍ୟଶୀଳା ପ୍ରଧାନ, ପ୍ରମୁଖ ରକ୍ତଦାନ କରି ମହା ପୁଣ୍ୟ ଅର୍ଜନ କରିଛନ୍ତି