ଲେଖକଙ୍କ ସ୍ୱର ଓ ସ୍ବାକ୍ଷର "ଆତ୍ମସ୍ୱର" ର ସ୍ୱତନ୍ତ୍ର ସଂଖ୍ୟା...

Aug 18, 2026 - 08:16
 4
ଲେଖକଙ୍କ ସ୍ୱର ଓ ସ୍ବାକ୍ଷର "ଆତ୍ମସ୍ୱର" ର ସ୍ୱତନ୍ତ୍ର ସଂଖ୍ୟା...

ଅଗ୍ରଣୀ ସାମାଜିକ ଅନୁଷ୍ଠାନ ନ୍ୟାସନାଲ ହ୍ୟୁମାନ ୱେଲଫେୟାର ବୋର୍ଡ ଟ୍ରଷ୍ଟ ତରଫରୁ ସ୍ଥାନୀୟ ଜୟଦେବଭବନ, ପ୍ରଦର୍ଶନୀ କକ୍ଷରେ ଲେଖକ ଓ ବୁଦ୍ଧିଜୀବି ସମ୍ମିଳନୀ ସହ "ଆତ୍ମସ୍ୱର" ପତ୍ରିକା ଉନ୍ମୋଚିତ ହୋଇଯାଇଛି। 

ଲେଖକଙ୍କ ସ୍ୱର ଓ ସ୍ବାକ୍ଷର ଭାବରେ ପରିଚିତ ଉକ୍ତ ପତ୍ରିକାକୁ ଲେଖକମାନଙ୍କ ଦ୍ୱାରା ଉନ୍ମୋଚିତ କରାଯାଇଛି। 

ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ଅଷ୍ଟମ ଜୟନ୍ତୀ ଅବସରରେ ଏହା ତାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ବୋଲି ସଂସ୍ଥାର ଅଧ୍ୟକ୍ଷ ଶାରଦା ପ୍ରସାଦ ମହାପାତ୍ର ବିବେଚନା କରିଛନ୍ତି। 

ପ୍ରକାଶିତ ଆଲେଖ୍ୟ ଗୁଡ଼ିକର ଲେଖକ ଡଃ ଦେବାଶିଷ ମହାପାତ୍ର, କବି ରକ୍ଷକ ନାୟକ, ଶ୍ରୀଯୁକ୍ତ ସତ୍ୟାନାଶ, ହିନ୍ଦୀ କବି ରାମ କିଶୋର ଶର୍ମା, ଅରୁଣ କୁମାର ଉପାଧ୍ୟାୟ, ଡ଼ଃ ଗିରୀଶ ରଞ୍ଜନ ଏବଂ ସଂସ୍ଥା ର ଅଧ୍ୟକ୍ଷ ପତ୍ରିକା ଟିକୁ ଉନ୍ମୋଚନ କରିଥିଲେ। 

ଡ଼ ସୌମ୍ୟରଞ୍ଜନ ଲେଙ୍କା ପ୍ରାରମ୍ଭିକ ପର୍ଯ୍ୟାୟରେ "ଏଇ ଯେ ଦିଶୁଛି ଲାଲ୍ ମାଟିର ଖୋରଧା ଗଡ" ଏବଂ ଶେଷରେ "ଉଠ କଙ୍କାଳ ଛିଡ଼ୁ ଶୃଙ୍ଖଳ" କବିତା ସହ ଏକକ ଅଭିନୟ କରି ଉକ୍ତ କାର୍ଯ୍ୟକ୍ରମରେ ଯୋଗଦେଇଥିବା ଲେଖକ ଓ ବୁଦ୍ଧିଜୀବିଙ୍କ ପ୍ରଶଂସା ସାଉଁଟି ଥିଲେ। 

ପତ୍ରିକାର ପ୍ରଥମ କପିଟି ବିଶିଷ୍ଟ ଅନୁବାଦକ ଶ୍ରୀ ସୁରେନ୍ଦ୍ର ପାଣିଗ୍ରାହୀ କ୍ରୟ କରିବା ସହ ପତ୍ରିକାର ଅଭୂତପୂର୍ବ ସଫଳତା କାମନା କରିଥିଲେ