ସହରାଞ୍ଚଳ ଓ ଗ୍ରାମାଞ୍ଚଳ ଗ୍ୟାସ ଗ୍ରାହଂକ ପାଇଁ ଆସିଲା ସୁଧାର...
୨୫ ଦିନରେ ବୁକ୍ ହେବ LPG ସିଲିଣ୍ଡର
ଘରୋଇ ଏଲପିଜି ଗ୍ରାହକଙ୍କ ପାଇଁ ବଡ଼ ଆଶ୍ୱସ୍ତି।
ଗ୍ରାମାଞ୍ଚଳ ଓ ସହରାଞ୍ଚଳ ଗ୍ରାହକଙ୍କ ମଧ୍ୟରେ ରିଫିଲ୍ ବୁକିଂ ବ୍ୟବଧାନରେ ଥିବା ପାର୍ଥକ୍ୟକୁ ହଟାଇଛନ୍ତି କେନ୍ଦ୍ର ସରକାର।
ଏଣିକି ସହର କିମ୍ବା ଗାଁ, ସବୁଠାରେ ଘରୋଇ LPG ଗ୍ରାହକ ୨୫ ଦିନ ବ୍ୟବଧାନରେ ରିଫିଲ୍ ବୁକ୍ କରିପାରିବେ।
କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ରାଷ୍ଟ୍ରମନ୍ତ୍ରୀ ସୁରେଶ ଗୋପୀ ଏନେଇ ସୂଚନା ଦେଇଛନ୍ତି।