ସୁଭଦ୍ରା ଶକ୍ତି ସମ୍ବାଦର ଶୁଭାରମ୍ଭ...
‘ଲୋକଙ୍କ ସରକାର’ର ୨ ବର୍ଷ ପୂର୍ତ୍ତି ଅବସରରେ ଓଡ଼ିଶାର ବିକାଶ ଓ ଜନକଲ୍ୟାଣ ଯାତ୍ରାରେ ନୂଆ ଅଧ୍ୟାୟ ଯୋଡ଼ିହୋଇଛି |
ଏହି ଅବସରରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ କରକମଳରେ ଭୁବନେଶ୍ୱର ସ୍ଥିତ ଇଡକୋ ପ୍ରଦର୍ଶନୀ ପଡ଼ିଆ ଠାରେ ସୁଭଦ୍ରା ଶକ୍ତି ସମ୍ୱାଦର ଶୁଭାରମ୍ଭ ହେବା ସହିତ ଅଙ୍ଗନଓ୍ୱାଡ଼ି କର୍ମୀ, ସୁପରଭାଇଜର୍ ଓ ବ୍ଲକ୍ ସଂଯୋଜକମାନଙ୍କୁ ସ୍ମାର୍ଟ ଫୋନ୍ ବଣ୍ଟନ କରାଯାଇଛି ।
ଏହି କାର୍ଯ୍ୟକ୍ରମରେ ମାନନୀୟା ଉପ-ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା, ମାନ୍ୟବର ମନ୍ତ୍ରୀ ଶ୍ରୀ ପୃଥିରାଜ ହରିଚନ୍ଦନ, ମାନ୍ୟବର ମନ୍ତ୍ରୀ ଶ୍ରୀ କୃଷ୍ଣଚନ୍ଦ୍ର ପାତ୍ର, ଭୁବନେଶ୍ୱରର ମାନନୀୟା ସାଂସଦ ଶ୍ରୀମତୀ ଅପରାଜିତା ଷଡ଼ଙ୍ଗୀ, ଏକାମ୍ର (ଭୁବନେଶ୍ୱର)ର ମାନ୍ୟବର ବିଧାୟକ ଶ୍ରୀ ବାବୁ ସିଂହ, ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ, ଓଡ଼ିଶା ଗ୍ରାମ୍ୟ ଉନ୍ନୟନ ବିଭାଗ, ମହିଳା ଓ ଶିଶୁ ବିକାଶ ବିଭାଗର ଆୟୁକ୍ତ ତଥା ଶାସନ ସଚିବ ଡା. ମୃଣାଳିନୀ ଦର୍ସ୍ୱାଲ, ଶ୍ରୀ ସଞ୍ଜୟ କୁମାର ସିଂହ, ବରିଷ୍ଠ ଅଧିକାରୀଗଣ ଏବଂ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିଗଣ ଉପସ୍ଥିତ ଥିଲେ ।