ୟୁପିଏସସିର ଶତାବ୍ଦୀ ସମ୍ମିଳନ କାର୍ଯ୍ୟକ୍ରମର ପୂର୍ଣ୍ଣାଙ୍ଗ ଅଧୂବେଶନକୁ ସମ୍ବୋଧୂତ କଲେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଡକ୍ଟର ପି.କେ. ମିଶ୍ର
ୟୁପିଏସସିର ଶତାବ୍ଦୀ ସମାରୋହ ସମ୍ବିଧାନ ନିର୍ମାତାଙ୍କ ବିଜ୍ଞତା ପ୍ରତି ଶ୍ରଦ୍ଧାଞ୍ଜଳି: ଡକ୍ଟର ପି.କେ ମିଶ୍ର
ୟୁପିଏସସିର ପ୍ରତିଭା ସେତୁ ଅନ୍ତିମ ପର୍ଯ୍ୟାୟ ପ୍ରାର୍ଥୀମାନଙ୍କୁ ଦେଶବ୍ୟାପୀ ରହିଥିବା ସୁଯୋଗ ସହ ଯୋଡ଼ୁଛି: ଡକ୍ଟର ପି କେ ମିଶ୍ର
ମିଶନ କର୍ମଯୋଗୀ ପ୍ରଶାସନିକ ସେବା କର୍ମଚାରୀଙ୍କ ପାଇଁ ଆଜୀବନ ଶିକ୍ଷାକୁ ପ୍ରୋତ୍ସାହନ ଦେଉଛି : ଡକ୍ଟର ପି କେ ମିଶ୍ର
ବିକଶିତ ଭାରତ ଅଭିମୁଖେ ଭାରତର ଯାତ୍ରାର କେନ୍ଦ୍ରରେ ନାଗରିକ ସେବା ରହିଛି : ଡକ୍ଟର ପି କେ ମିଶ୍ର
ପରବର୍ତ୍ତୀ ପିଢ଼ିର ଅଧୂକାରୀମାନେ 2047 ପରେ ଭାରତର ପ୍ରତିଷ୍ଠାନଗୁଡ଼ିକୁ ଗଢ଼ିବେ: ଡକ୍ଟର ପି କେ ମିଶ୍ର
ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଡକ୍ଟର ପି.କେ. ମିଶ୍ର ଆଜି ନୂଆଦିଲ୍ଲୀରେ ୟୁପିଏସସିର ଶତାବ୍ଦୀ ସମ୍ମିଳନ କାର୍ଯ୍ୟକ୍ରମର ପୂର୍ଣ୍ଣାଙ୍ଗ ଅଧୂବେଶନରେ ଉଦବୋଧନ ଦେଇଛନ୍ତି। ଏହି ଅବସରରେ ସେ କହିଛନ୍ତି, ବିଗତ 100 ବର୍ଷ ଧରି ୟୁପିଏସସି ଦେଶର ସବୁଠାରୁ ସମ୍ମାନିତ ସାମ୍ବିଧାନିକ ସଂସ୍ଥା ଭାବରେ ମର୍ଯ୍ୟାଦା ଏବଂ ଭରସାଯୋଗ୍ୟତା ବଜାୟ ରଖୁବା ସହିତ ଯୋଗ୍ୟତା, ନିରପେକ୍ଷତା, ଉତ୍କର୍ଷତା ଏବଂ ବିଶ୍ବସନୀୟତାକୁ ବଜାୟ ରଖୁଛି। ଡକ୍ଟର ପି.କେ. ମିଶ୍ର ଗୁରୁତ୍ବାରୋପ କରି କହିଥିଲେ, ଏହି ଅବସର ସମ୍ବିଧାନର ପ୍ରତିଷ୍ଠାତା ଏବଂ ଆୟୋଗର ଗଠନମୂଳକ ବର୍ଷଗୁଡ଼ିକରେ ମାର୍ଗଦର୍ଶନ କରିଥିବା ଦୂରଦ୍ରଷ୍ଟା ବ୍ୟକ୍ତିଙ୍କ ବିଚକ୍ଷଣତା ପ୍ରତି ଶ୍ରଦ୍ଧାଞ୍ଜଳି। ୟୁପିଏସସିର ସମସ୍ତ ଅଧ୍ୟକ୍ଷ, ସଦସ୍ୟ, ଅଧୂକାରୀ ଏବଂ କର୍ମଚାରୀଙ୍କ ଅବଦାନ ଉପରେ ମଧ୍ୟ ସେ ଆଲୋକପାତ କରିଥିଲେ ଯେଉଁମାନେ ବିଭିନ୍ନ ଆହ୍ବାନ ସତ୍ତ୍ବେ ସ୍ବଚ୍ଛତା ଏବଂ ଯୋଗ୍ୟତ ଯୋଗ୍ୟତାକୁ ନିଶ୍ଚିତ କରି ପାରିଥିଲେ।
ଭାରତର ବିବିଧତା ପରିଧୂରୁ ଆସିଥିବା ପ୍ରଶାସନିକ ଅଧୂକାରୀଙ୍କ ବିଭିନ୍ନ ପିଢ଼ି ପ୍ରାୟତଃ ସ୍ବୀକୃତି ବିନା କର୍ତ୍ତବ୍ୟ, ନିରପେକ୍ଷତା ଏବଂ ରାଷ୍ଟ୍ର ସେବାର ଆଦର୍ଶକୁ ଆଗକୁ ବଢ଼ାଇଛନ୍ତି, ଅନୁଷ୍ଠାନ ଗଢ଼ିଛନ୍ତି, ସ୍ଥିରତା ରକ୍ଷା କରିଛନ୍ତି, ସଂସ୍କାର କାର୍ଯ୍ୟକାରୀ କରିଛନ୍ତି ଏବଂ ସାମ୍ବିଧାନିକ ନୈତିକତାକୁ ବଜାୟ ରଖୁଛନ୍ତି ବୋଲି ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ କହିଥିଲେ।
ୟୁପିଏସସିର ଇଁତି ଇତିହାସ ଉପରେ ଅବଲୋକନ କରି ଡକ୍ଟର ମିଶ୍ର କହିଥିଲେ, ଏହି ପ୍ରତିଷ୍ଠାନର
ପୂର୍ବସୂରୀ ହେଉଛି 1926 ମସିହାରେ ପ୍ରତିଷ୍ଠିତ ଲୋକସେବା ଆୟୋଗ, ଯାହାକୁ ପରେ ଭାର ସରକାର ଆଇନ, 1935 ଆଧାରରେ ଫେଡେରାଲ ପବ୍ଲିକ୍ ସର୍ଭିସ କମିଶନ ନାମରେ ସ୍ବୀକୃତି ଦିଆଯାଇଥିଲା। ସ୍ବାଧୀନତା ପରେ ଏହାକୁ ସଂଘ ଲୋକସେବା ଆୟୋଗ (ୟୁନିଅନ୍ ପବ୍ଲିକ୍ ସର୍ଭିସ୍ କମିଶନ) ବା ୟୁପିଏସସି ନାମରେ ନାମକରଣ କରାଯାଇଥିଲା । ଭାରତର ‘“ଦୃଢ଼ ଢାଞ୍ଚା’’ ପ୍ରଶାସନିକ ସେବା ପାଇଁ ପରୀକ୍ଷା ପରିଚାଳନା ଏହାର ସବୁଠାରୁ ଗୁରୁତ୍ଵପୂର୍ଣ୍ଣ କାର୍ଯ୍ୟ ହୋଇ ରହିଛି।
ଅନେକ ଦଶନ୍ଧି ଧରି, ୟୁପିଏସସିର ପରୀକ୍ଷା ବ୍ୟବସ୍ଥା ଆଧୁନିକ ପ୍ରଶାସନ ସହିତ ବିକଶିତ ହୋଇଛି ଏବଂ ନିରପେକ୍ଷତା, ଯୋଗ୍ୟତା ଏବଂ ସମାନତା ବିଜାୟ ରଖୁଛି। ନିଯୁକ୍ତି ବ୍ୟତୀତ, ୟୁପିଏସସି ପଦୋନ୍ନତି, ଡେପୁଟେସନ୍ ଏବଂ ଶୃଙ୍ଖଳାଗତ କାର୍ଯ୍ୟରେ ଗୁରୁତ୍ବପୂର୍ଣ୍ଣ ପରାମର୍ଶଦାତା ଭୂମିକା ଗ୍ରହଣ କରିଥାଏ ବୋଲି ସେ କହିଥିଲେ।
ଡକ୍ଟର ମିଶ୍ର ସାମ୍ପ୍ରତିକ ପ୍ରତିଭା ସେତୁ ପୋର୍ଟାଲ୍ ଉପରେ ଆଲୋକପାତ କରିଥିଲେ, ଯାହା ଚୂଡ଼ାନ୍ତ ପରୀକ୍ଷା ପର୍ଯ୍ୟାୟରେ ପହଞ୍ଚିଥିବା ପ୍ରତିଭାଶାଳୀ ପ୍ରାର୍ଥୀମାନଙ୍କୁ ଜାତୀୟ କ୍ୟାରିଅର ସେବା ସହ ଯୋଡ଼ି ହୋଇଥିବା ସମ୍ଭାବ୍ୟ ନିଯୁକ୍ତିଦାତାଙ୍କ ସହ ସୁରକ୍ଷିତ ଭାବରେ ସଂଯୋଗ କରିଥାଏ । ଫଳରେ ଯୁବପିଢ଼ି ପାଇଁ ଜାତୀୟ ବିକାଶରେ ଯୋଗଦାନ ଦେବାର ନୂତନ ସୁଯୋଗ ଖୋଲିଥାଏ। ଡକ୍ଟର ମିଶ୍ର କହିଥିଲେ, ବର୍ଷ ପରେ ବର୍ଷ ବିତିବା ସହିତ ପ୍ରଶାସନିକ ସେବାର ଭୂମିକା ପରିବର୍ଷିତ ହେଉଛି। ସ୍ବାଧୀନତା ପୂର୍ବରୁ ଏବଂ ତା'ପରେ ପ୍ରଶାସନ ପ୍ରାୟତଃ ଆଇନ ଶୃଙ୍ଖଳା ବଜାୟ ରଖୁବା ଏବଂ ରାଜସ୍ବ ସଂଗ୍ରହ କରିବାରେ ସୀମିତ ଥୂଲା। ସ୍ବାଧୀନତା ପରେ ପ୍ରାରମ୍ଭିକ ଦଶନ୍ଧିଗୁଡ଼ିକରେ, ବିକାଶ ଯୋଜନା, ବିଭିନ୍ନ ପ୍ରତିଷ୍ଠାନ, ଶିଳ୍ପ କ୍ଷମତା ଏବଂ ମୌଳିକ ସେବାର ଭିତ୍ତିଭୂମି ନିର୍ମ ନିର୍ମାଣ ଉପରେ ଏହାର ଭୂମିକା କେନ୍ଦ୍ରିତ ଥୂଲା। ପ୍ରଯୁକ୍ତିବିଦ୍ୟାର ଅଭ୍ୟୁଦୟ, ସହରୀକରଣ, ଜଳ ଳବାୟୁ ଆହ୍ବାନ ଏବଂ ବାରମ୍ବାର ବିପର୍ଯ୍ୟୟ ସରକାରୀ କର୍ମଚାରୀଙ୍କ ଦାୟିତ୍ବକୁ ନୂଆ ରୂପ ଦେଇଛି। ଡକ୍ଟର ମିଶ୍ର କହିଥିଲେ, ବର୍ତ୍ତମାନ ପ୍ରକ୍ରିୟା ଅନୁପାଳନରୁ ସେବା ବିତରଣର ପରିଣାମ, କ୍ରମିକ ଉନ୍ନତିରୁ ତ୍ବରିତ ରୂପାନ୍ତରଣ, ସଂକୀର୍ଣ୍ଣ ସରକାରୀ ବିଭାଗରୁ ଆନ୍ତଃପରିଚାଳିତ ଡିଜିଟାଲ ଭିତ୍ତଭୂମି ଏବଂ ନାଗରିକଙ୍କୁ ସେବା ବିତରଣ ସ୍ଥିତିରୁ ଜନଭାଗିଦାରୀ ଜରିଆରେ ନାଗରିକଙ୍କୁ ଅଂଶୀଦାର କରିବା ସ୍ଥିତି ପର୍ଯ୍ୟନ୍ତ ପ୍ରତ୍ୟାଶାଗୁଡ଼ିକ ବଦଳି ଯାଇଛି । ସେ କହିଥିଲେ, ଏ ପରିବର୍ତ୍ତନ ଡିଜିଟାଲ୍ ପେମେଣ୍ଟ, ସାମାଜିକ ସୁରକ୍ଷା, ସ୍ବାସ୍ଥ୍ୟ, ଭିତ୍ତିଭୂମି, ଲଜିଷ୍ଟିକ୍ସ, ଦକ୍ଷତା, ଟିକସ, ସହରାଞ୍ଚଳ ପ୍ରଶାସନ ଏବଂ ଗ୍ରାମୀଣ ବିକାଶ ଭଳି କ୍ଷେତ୍ରଗୁଡ଼ିକରେ ଦୃଶ୍ୟମାନ ହେଉଛି। ଏହି
ଆଜିର ପ୍ରଶାସନରେ ପଦାନୁକ୍ରମ ଅପେକ୍ଷା ଅଧୂକ ସହଯୋଗର ଆବଶ୍ୟକତା ରହିଛି। ଗତ ଦଶନ୍ଧିରେ ଏକ ସମ୍ପୂର୍ଣ୍ଣ ଭିନ୍ନ ପରିବର୍ତନ ଘଟିଛି ବୋଲି ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ କହିଥିଲେ।
ବର୍ତ୍ତମାନ ଏହା ସେହିସବୁ ଫ୍ରଣ୍ଟିୟର ଇଲାକାକୁ ପ୍ରସାରିତ ହେଉଛି ଯେଉଁଠି ଭାରତ ବିଶ୍ବସ୍ତରୀୟ ନେତୃତ୍ୱ ଚାହୁଁଛି। ଏସବୁ କ୍ଷେତ୍ରରେ କ୍ୱାଣ୍ଟମ୍ ପ୍ରଯୁକ୍ତି, ମହାକାଶ ଉଦ୍ଭାବନ, ନୀଳ ଓ ସବୁଜ ଅର୍ଥବ୍ୟବସ୍ଥା ସାମିଲ ରହିଛି।
ଡକ୍ଟର ମିଶ୍ର କହିଥିଲେ, ଭାରତ 2047 ମସିହା ସୁଦ୍ଧା ବିକଶିତ ରାଷ୍ଟ୍ରର ଯାତ୍ରାରେ ଏକ ଗୁରୁତ୍ଵପୂର୍ଣ ମୋଡ଼ରେ ଠିଆ ହୋଇଛି। ଏହି ପରିପ୍ରେକ୍ଷୀରେ ସେ ଚାରୋଟି ଦିଗ ଉପରେ ଆଲୋକପାତ କରିଥିଲେ ।