ହାଇଦ୍ରାବାଦରେ ପ୍ଲାଏରୁଟର ଇନଫିନିଟି କ୍ୟାମ୍ପସକୁ ଭିଡିଓ କନଫରେନିଂ ମାଧ୍ଯମରେ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
ହାଇଦ୍ରାବାଦରେ ପ୍ଲାଏରୁଟର ଇନଫିନିଟି କ୍ୟାମ୍ପସକୁ ଭିଡିଓ କନଫରେନିଂ ମାଧ୍ଯମରେ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
[] ସ୍କାଏରୁଟର ପ୍ରଥମ କକ୍ଷପଥ ରକେଟ୍, ବିକ୍ରମ-1 ଉନ୍ମୋଚନ କଲେ ପ୍ରଧାନମନ୍ତ୍ରୀ; ଏହା ପୃଥିବୀର କକ୍ଷପଥକୁ ଉପଗ୍ରହ ପ୍ରକ୍ଷେପଣ କରିବାର କ୍ଷମତା ରଖୁଛି
ଆମର ଯୁବ ଶକ୍ତି ନିଜର ନବସୃଜନ, ସାହସିକ ପଦକ୍ଷେପ ଗ୍ରହଣ କରିବାର କ୍ଷମତା ଏବଂ ଉଦ୍ୟମିତା ସହ ନୂତନ ଶିଖରରେ ପହଞ୍ଚିଛି: ପ୍ରଧାନମନ୍ତ୍ରୀ
ବିଗତ କିଛି ଦଶନ୍ଧି ମଧ୍ୟରେ ଭାରତର ମହାକାଶ ଯାତ୍ରାକୁ ନୂତନ ଶିଖରରେ ପହଞ୍ଚାଇଛି ଇସ୍ରୋ; ନିଜର ବିଶ୍ବସନୀୟତା, କ୍ଷମତା ଏବଂ ମୂଲ୍ୟ ମାଧ୍ୟମରେ ଭାରତ ବିଶ୍ବ ମହାକାଶ କ୍ଷେତ୍ରରେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛି ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ: ପ୍ରଧାନମନ୍ତ୍ରୀ
ଗତ ଛଅରୁ ସାତ ବର୍ଷ ମଧ୍ୟରେ, ଭାରତ ଏହାର ମହାକାଶ କ୍ଷେତ୍ରକୁ ଏକ ମୁକୁ, ସହଯୋଗପୂର୍ଣ୍ଣ ଏବଂ ନବସୃଜନ ଆଧାରିତ ଇକୋସିଷ୍ଟମରେ ପରିଣତ କରିଛି: ପ୍ରଧାନମନ୍ତ୍ରୀ
ସରକାର ମହାକାଶ କ୍ଷେତ୍ରକୁ ଉନ୍ମୁକ୍ତ କରିବା ପରେ ଆମର ଯୁବପିଢ଼ି ବିଶେଷ କରି ଜେନ୍ ଜି ଏହି ସୁଯୋଗର ସର୍ବାଧୂକ ଉପଯୋଗ କରିବା ପାଇଁ ଆଗକୁ ଆସିଥିଲେ: ପ୍ରଧାନମନ୍ତ୍ରୀ
ଭାରତ ପାଖରେ ମହାକାଶ କ୍ଷେତ୍ରରେ ଯେଉଁ କ୍ଷମତା ରହିଛି ତାହା ବିଶ୍ବର ମାତ୍ର ହାତ ଗଣତି ଦେଶ ପାଖରେ ରହିଛି: ପ୍ରଧାନମନ୍ତ୍ରୀ
ଆର୍ଥକ ପ୍ରଯୁକ୍ତି ହେଉ, କୃଷି ପ୍ରଯୁକ୍ତି ହେଉ, ସ୍ବାସ୍ଥ୍ୟ ପ୍ରଯୁକ୍ତି, ଜଳବାୟୁ ପ୍ରଯୁକ୍ତି କିମ୍ବା ପ୍ରତିରକ୍ଷା ପ୍ରଯୁକ୍ତି, ଭାରତର ଯୁବପିଢ଼ି, ବିଶେଷ କରି ଆମର ଜେନ୍ ଜି ପ୍ରତ୍ୟେକ କ୍ଷେତ୍ରରେ ନୂଆ ସମାଧାନ ପ୍ରଦାନ କରୁଛନ୍ତି: ପ୍ରଧାନମନ୍ତ୍ରୀ
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନିଂ ମାଧ୍ୟମରେ ତେଲଙ୍ଗାନାର ହାଇଦ୍ରାବାଦରେ ରେ ସ୍କାଏରୁଟର ଇନଫିନିଟି କ୍ୟାମ୍ପସକୁ ଉଦଘାଟନ କରିଛନ୍ତି। ଏହି ଅବସରରେ ଉପସ୍ଥିତ ଜନତାଙ୍କୁ ସମ୍ବୋଧୂତ କରି ପ୍ରଧାନମନ୍ତ୍ରୀ କହିଥିଲେ, ଆଜି ଦେଶର ମହାକାଶ କ୍ଷେତ୍ରରେ
ଅଭୂତପୂର୍ବ ସୁ ସୁଯୋଗ ସୃଷ୍ଟି ହୋଇଛି । ଭାରତର ମହାକାଶ ଇକୋସିଷ୍ଟମ ଘରୋଇ କ୍ଷେତ୍ରର ସମ୍ପୂକ୍ତି ସହ ଉଲ୍ଲେଖନୀୟ ପ୍ରଗତି ହାସଲ କରୁଛି। ସ୍କାଏରୁଟର ଇନଫିର୍ନିଟି କ୍ୟ କ୍ୟାମ୍ପସ ଭାରତର ନୂତନ ଚି ଚିନ୍ତାଧାରା, ନବସୃଜନ ଓ ଯୁବଶକ୍ତିକୁ ପ୍ରତିଫଳିତ କରେ ଏବଂ ଦେଶର ଯୁ ଯୁବପିଢ଼ିଙ୍କ ନବସୃଡ ସୃଜନ, ବିପଦ ଗ୍ରହଣ କ୍ଷମତା ଓ ଉଦ୍ୟମିତା ନୂତନ ଉଚ୍ଚତାରେ ପହଞ୍ଚିବା ଉପ ପରେ ଗୁରୁତ୍ବାରୋପ କରିଥିଲେ। ଶ୍ରୀ ମୋଦୀ କହିଥିଲେ, ଆଜିର କାର୍ଯ୍ୟକ୍ରମ ଆଗାମୀ ସମୟରେ ବିଶ୍ବ ଉପଗ୍ରହ ପ୍ରକ୍ଷେପଣ ଇକୋସିଷ୍ଟମରେ ଭାରତ କିପରି ଏକ ଅଗ୍ରଣୀ ରାଷ୍ଟ୍ର ଭାବରେ ଉଭା ହେବାକୁ ଯାଉଛି ତାହାର ପ୍ରତିଫଳନ। ପ୍ରଧାନମନ୍ତ୍ରୀ ଶ୍ରୀ ପବନ କୁମାର ଚନ୍ଦନାଁ ଏବଂ ଶ୍ରୀ ନାଗା ଭରତ ଡାକାଙ୍କୁ ଶୁଭକାମନା ଜଣାଇଥିଲେ। ସେ କହିଥିଲେ ଯେ ଏହି ଦୁଇ ଯୁବ ଉଦ୍ୟୋଗୀ ଦେଶର ଅଗଣିତ ଯୁବ ମହାକାଶ ଉଦ୍ୟୋଗୀଙ୍କ ପାଇଁ ପ୍ରେରଣା। ଉଭୟ ନିଜ ଉପରେ ବିଶ୍ବାସ କରିଥିଲେ, ସାହସିକ ପଦକ୍ଷେପ ନେବାକୁ ପଛଘୁଞ୍ଚା ଦେଇ ନଥିଲେ, ଏବଂ ଫଳସ୍ବରୂପ ସମଗ୍ର ଦେଶ ଆଜି ସେମାନଙ୍କର ସଫଳତା ଦେଖୁଛି, ଦେଶ ସେମାନଙ୍କୁ ନେଇ ଗର୍ବିତ ଅନୁଭବ କରୁଛି ବୋଲି ସେ କହିଥିଲେ।
ଶ୍ରୀ ମୋଦୀ କହିଥିଲେ, ଭାରତର ମହାକାଶ ଯାତ୍ରା ସୀମିତ ସମ୍ବଳ ସହିତ ଆରମ୍ଭ ହୋଇଥିଲା କିନ୍ତୁ_ଦେଶର ମହତ୍ବାକାଂକ୍ଷା_କେବେବି ସୀମିତ ନଥିଲା। ସାଇକେଲରେ ରକେଟ୍ ଯନ୍ତ୍ରାଂଶ ବୌହିବା ଠାରୁ ଆରମ୍ଭ କରି ବିଶ୍ବର ସବୁଠାରୁ ନିର୍ଭରଯୋଗ୍ୟ ପ୍ରକ୍ଷେପଣ ଯାନ ବିକଶିତ କରିବା ପର୍ଯ୍ୟନ୍ତ, ଭାରତ ପ୍ରମାଣ କରିଛି ଯେ ସ୍ବପ୍ନର ଉଚ୍ଚତା ସମ୍ବଳ ଦ୍ବାରା ନୁହେଁ ବରଂ ସଂକଳ୍ପ ଦ୍ବାରା ନିର୍ଣ୍ଣୟ କରାଯାଏ। ପ୍ରଧାନମନ୍ତ୍ରୀ କହିଥିଲେ, ଇସ୍ରୋ ଅନେକ ଦଶନ୍ଧି ଧରି ଭାରତର ମହାକାଶ ଯାତ୍ରାକୁ ନୂତନ ଶିଖରରେ ପହଞ୍ଚାଇଛି ଏବଂ ଏହା ବିଶ୍ବସନୀୟତା, କ୍ଷମତା ଓ ମୂଲ୍ୟବୋଧ କ୍ଷେତ୍ରରେ ଭାରତ ପାଇଁ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛି।
ଶ୍ରୀ ମୋଦୀ କହିଥିଲେ, ପରିବର୍ତ୍ତିତ ସମୟରେ ମହାକାଶ କ୍ଷେତ୍ରର ବିସ୍ତାର ସୃଷ୍ଟ, କାରଣ ଏହା ଯୋଗାଯୋଗ, କୃଷି, ସାମୁଦ୍ରିକ ପର୍ଯ୍ୟବେକ୍ଷଣ, ସହରାଞ୍ଚଳ ଯୋଜନା, ପାଣିପାଗ ପୂର୍ବାନୁମାନ ଏବଂ ଜାତୀୟ ସୁରକ୍ଷା ପାଇଁ ଆଧାର ପାଲଟିଛି। ସେ କହିଥିଲେ, ଏହି କାରଣରୁ ଭାରତର ମହାକାଶ କ୍ଷେତ୍ରରେ ଐତିହାସିକ ସଂସ୍କାର ଗ୍ରହଣ କରାଯାଇଛି । ସରକାର ଏହାକୁ ଘରୋଇ କ୍ଷେତ୍ରର ଉଦ୍ଭାବନ ପାଇଁ ଖୋଲି ଦେଇଛନ୍ତି ଏବଂ ଏକ ନୂତନ ମହାକାଶ ନୀତି ପ୍ରସ୍ତୁତ କରିଛନ୍ତି।
ଶ୍ରୀ ମୋଦୀ ଆହୁରି ମଧ୍ୟ କହିଛନ୍ତି, ଷ୍ଟାର୍ଟଅପ୍ ଏବଂ ଶିଳ୍ପକୁ ନବସୃଜନ ସହିତ ଯୋଡ଼ିବା ପାଇଁ ପ୍ରୟାସ କରାଯାଇଛି ଏବଂ ଷ୍ଟାର୍ଟଅପ୍ ଗୁଡ଼ିକୁ ଇସ୍ରୋର ସୁବିଧା ଏବଂ ପ୍ରଯୁକ୍ତିବିଦ୍ୟା ପ୍ରଦାନ କରିବା ପାଇଁ ଇନସ୍ପେସ୍ ପ୍ରତିଷ୍ଠା କରାଯାଇଛି। ଗତ ଛଅରୁ ସାତ ବର୍ଷ ମଧ୍ୟରେ, ଭାରତ ଏହାର ମହାକାଶ କ୍ଷେତ୍ରକୁ ଏକ ଉନ୍ମୁକ୍ତି, ସହଯୋଗୀ ଏବଂ ନବସୂଜନ ଆଧାରିତ ଇକୋସିଷ୍ଟମରେ ପରିଣତ କରିଛି। ଆଜିର କାଁର୍ଯ୍ୟକ୍ରମ ଏହି ପରିବର୍ତ୍ତନର ପ୍ରତିଫଳନ ବୋଲି ପ୍ରଧାନମନ୍ତ୍ରୀ ଜୋର ଦେଇ କହିଛନ୍ତି।