ଓମ ଶାନ୍ତି...
ହେ ଅମୃତମୟ ସନ୍ତାନ, ବାବା ତ ପ୍ରତିଦିନ ଆପଣଙ୍କୁ ପରମଜ୍ଞାନରେ ଅଭିଷିକ୍ତ କରୁଛନ୍ତି। ମାତ୍ର ସେହି ପବିତ୍ର ଶିକ୍ଷାକୁ ଚରିତ୍ରରେ ରୂପାନ୍ତରିତ କରିବାର ଦାୟିତ୍ୱ କେବଳ ତୁମମାନଙ୍କର ଅଟେ...। ସଦା ପ୍ରଭୁ-ଚିନ୍ତନ ଓ ଆତ୍ମ-ସମ୍ବାଦ ମାଧ୍ୟମରେ ନିଜ ଚେତନାକୁ ପରମାତ୍ମାଙ୍କ ସହ ନିରନ୍ତର ଯୋଡ଼ି ରଖ...।
ସ୍ମରଣ ରଖ, ଆଧ୍ୟାତ୍ମିକ ସାଧନା ମାର୍ଗରେ ଯଦି ଆପଣ 'ଦାତା' ବା *‘ଦେବତା’* ନ ହୋଇ କେବଳ ପ୍ରାପ୍ତିର କାମନା ମନରେ ରହୁଥିବ, ତେବେ ଗ୍ରହଣକାରୀ ବା *‘ନେବତା’* ପାଲଟିଯିବ...। ଆକାଂକ୍ଷାର ପରିମାଣ ଯେତେ କମ୍ ହେଲେ ବି ତାହା ଆପଣଙ୍କୁ ସୀମିତ କରିଦିଏ। ଚାହେଁ ଆପଣ ଏକ ପ୍ରତିଶତ ନିଅନ୍ତୁ କିମ୍ବା ଦୁଇ ପ୍ରତିଶତ ନିଅନ୍ତୁ କିନ୍ତୁ ନେବାର ସ୍ୱଭାବ ରହିଲେ ତାହାକୁ ‘ *ନେବତା* ’ ହିଁ କୁହାଯିବ ନା...! ତେଣୁ ନିଜକୁ ଆତ୍ମବ୍ରହ୍ମ ସ୍ୱରୂପରେ ସମ୍ପୂର୍ଣ୍ଣ ଓ ସମ୍ପନ୍ନ କର।
ଶ୍ରେଷ୍ଠ ସ୍ୱମାନ ଏବଂ ବାବାଙ୍କ ଅବିରତ ସ୍ମୃତି ହିଁ ପୂର୍ଣ୍ଣତାର ମୂଳମନ୍ତ୍ର। ଏହି ସଂକଳ୍ପକୁ ଆଗାମୀ କାଲି ପାଇଁ ସ୍ଥଗିତ ନ ରଖି, ଏହି ବର୍ତ୍ତମାନର ମୁହୂର୍ତ୍ତରୁ ହିଁ ଜାଗ୍ରତ କର। କାରଣ - *"ଏବେ ନୁହେଁ ତ କେବେ ନୁହେଁ।"*
????କାହାକୁ ପ୍ରାପ୍ତ ହୁଏ ପ୍ରଭୁ ସ୍ନେହ, ସହଯୋଗ ଓ ଶକ୍ତି?
ଯେଉଁ ଆତ୍ମା ସମ୍ପୂର୍ଣ୍ଣ ସାହସର ସହିତ ପରମାତ୍ମାଙ୍କ ନିର୍ଦ୍ଦେଶକୁ ଆଚରଣରେ ପ୍ରତିଫଳିତ କରେ, ସେହି ପବିତ୍ର ଆତ୍ମା ହିଁ ପ୍ରଭୁଙ୍କ ପ୍ରେମ, ସହଯୋଗ ଓ ସାମର୍ଥ୍ୟର ଅନୁଭୂତିକୁ ଲାଭ କରିଥାଏ।
ନିଜର ସିଦ୍ଧ ଓ ସମ୍ପୂର୍ଣ୍ଣ ସ୍ୱରୂପକୁ ଧ୍ୟାନରେ ଦର୍ଶନ କର। ଅନୁଭବ କର, ସେହି ଦିବ୍ୟ ସ୍ୱରୂପରୁ ଶୁଭ୍ର-ତେଜୋମୟ ଜ୍ୟୋତିର କିରଣ ବିକୀରଣ ହୋଇ ତୁମର ମନ, ବୁଦ୍ଧି ଓ ସଂସ୍କାରକୁ ସମ୍ପୂର୍ଣ୍ଣ ପବିତ୍ର ଓ ଶକ୍ତିଶାଳୀ କରୁଛି।
ସଦା ଅନ୍ତରରେ ଏହି ଚାରୋଟି ପ୍ରଶ୍ନକୁ ଜାଗ୍ରତ ରଖ :
* ମୁଁ କିଏ?
* ମୁଁ କାହାର?
* ମୁଁ କେଉଁଠାରୁ ଆସିଛି?ଏବଂ
* ମୋତେ କ’ଣ କରିବାକୁ ହେବ?”
ଏହି ସ୍ମୃତି ଗୁଡ଼ିକ ଆପଣଙ୍କୁ ସର୍ବଦା ଆତ୍ମିକ ସ୍ଥିତିରେ ରଖିବା ସହ ପ୍ରଭୁ-ମିଳନକୁ ଆହୁରି ଅଦ୍ଭୁତ ଅନୁପମ..., ଅଦ୍ୱିତୀୟ... ଅନନ୍ୟ ଏବଂ ଅତୁଳନୀୟ କରିଦେବ।