ଶାରଦୀୟ ଅଷ୍ଟମ ଦିନରେ ମା ମହାଗୌରୀ...

Sep 30, 2025 - 09:30
 28
ଶାରଦୀୟ ଅଷ୍ଟମ ଦିନରେ ମା ମହାଗୌରୀ...

ନବରାତ୍ରି ଅଷ୍ଟମୀ ତିଥିରେ ମା’ ମହାଗୌରୀଙ୍କୁ ପୂଜା କରାୟାଏ । ବିଶ୍ୱାସ କରାଯା ଏ କି ଏହି ଦିନ ମା’ଙ୍କର ପୂଜା କଲେ ଆର୍ଥିକ ସମସ୍ୟା ଦୂର ହେବା ସହ ମନ ପସନ୍ଦର ବର ମଧ୍ୟ ମିଳିଥାଏ । 

ମା’ ଗୌରୀ ଶ୍ୱେତ ବର୍ଣ୍ଣର ହୋଇଥିବାରୁ ତାଙ୍କର ଧ୍ୟାନ କରିବା ଅତ୍ୟନ୍ତ ଲାଭକାରୀ ହୋଇଥାଏ । ବିବାହ ସମ୍ବନ୍ଧୀୟ ସମସ୍ତ ବାଧାବିଘ୍ନ ନିବାରଣ ହୋଇଥାଏ । 

ଜ୍ୟୋତିଷ ଶାସ୍ତ୍ରରେ ମା’ ଗୌରୀଙ୍କ ସମ୍ବନ୍ଧ ଶୁକ୍ର ଗ୍ରହ ସହିତ ରହିଥାଏ ।

ଭଗବାନ ଶିବଙ୍କ ପ୍ରତି ମା’ ମହାଗୌରୀ କଠୋର ପୂଜା କରିଥିଲେ ଯେଉଁଥି ପାଇଁ ତାଙ୍କ ଶରୀର କଳା ପଡିଯାଇଥିଲା । ଯେତେବେଳେ ଭଗବାନ ଶିବ ତାଙ୍କୁ ଦର୍ଶନ ଦେଇଥିଲେ ସେତେବେଳେ ତାଙ୍କ କୃପାରୁ ମା’ ମହାଗୌରୀଙ୍କ ଶରୀର ଅତ୍ୟନ୍ତ ଗୋରା ହୋଇୟାଇଥିଲା । ସେଥିପାଇଁ ତାଙ୍କ ନାମ ମା’ ଗୌରୀ ।

ପୂଜା ବିଧି:-

ଅଷ୍ଟମୀ ତିଥିରେ ମାଙ୍କୁ ପୂଜା କରିବା ପାଇଁ ସକାଳ ଗାଧୋଇବା ପରେ କଳସ ପୂଜା କରିବା ଉଚିତ । ଏହାପରେ ଧଳା ଫୁଲ ମା’ଙ୍କୁ ଅର୍ପଣ କରି ମାଙ୍କ ବନ୍ଦନା ଉଚ୍ଚାରଣ କରିବା ଦରକାର । 

ଆଜିର ଦିନରେ ମା’ଙ୍କୁ ହାଲୁଆ, ପୁରୀ, ତରକାରୀ, କଳା ଚଳା ଏବଂ ନଡିଆ ଭୋଗ ଲଗାନ୍ତୁ । ମା’ଙ୍କୁ ଚୁନରୀ ଅର୍ପଣ କରନ୍ତୁ ।

ମା’ ଗୌରୀଙ୍କ ସ୍ବରୂପ:-

ମା’ ଗୌରୀ ଶ୍ୱେତ ବର୍ଣ୍ଣର ହୋଇଥିବାରୁ ତାଙ୍କର ଧ୍ୟାନ କରିବା ଅତ୍ୟନ୍ତ ଲାଭକାରୀ ହୋଇଥାଏ । ମା’ ଗୌରୀ ଶ୍ବେତ ବର୍ଣ୍ଣର ବସ୍ତ୍ରରେ ଶ୍ବେତ ରଙ୍ଗର ଆଭୂଷଣ ପିନ୍ଧିଥାନ୍ତି । ମହାଗୌରୀଙ୍କ ଚାରି ବାହୁ ରହିଥାଏ। ଡାହାଣ ହାତରେ ଅଭୟ ମୁଦ୍ରା ଏବଂ ଦ୍ବିତୀୟ ହାତରେ ଶକ୍ତିର ପ୍ରତୀକ ତ୍ରିଶୂଳ ଧରିଥାନ୍ତି। ସେହିପରି ବାମ ହାତରେ ଡମୁରୁ ଏବଂ ଅନ୍ୟ ହାତରେ ବର ମୁଦ୍ରାରେ ଭକ୍ତଙ୍କୁ ବରଦାନ ଦେଇଥାନ୍ତି । 

ଭଗବାନ ଶିବଙ୍କ ବାହନ ଷଣ୍ଢ ଉପରେ ମା’ ବିରାଜମାନ ଥାନ୍ତି । ବିବାହ ସମ୍ବନ୍ଧୀୟ ସମସ୍ତ ବାଧାବିଘ୍ନ ନିବାରଣ ହୋଇଥାଏ ।

ମହାଗୌରୀ, ପାପରୁ ମୁକ୍ତି ପାଇଁ ମୁକ୍ତିଦାୟିନୀ

ଅଷ୍ଟମୀରେ ମା’ ଗୌରୀଙ୍କ ପୂଜା କରିବା ବହୁତ ଫଳଦାୟୀ ହୋଇଥାଏ । କୁହାୟାଏ କି, ମା’ ମହାଗୌରୀ ମାତାଙ୍କୁ ପୂଜା କରିବା ଦ୍ୱାରା ପାପରୁ ମୁକ୍ତି ମିଳିଥାଏ ଏବଂ ମନରେ ବିଚାର ଶୁଦ୍ଧତା ଆସିଥାଏ। ମା’ ମହାଗୌରୀ ସବୁପ୍ରକାର ନକାରାତ୍ମକତା ଦୂର କରିଥାନ୍ତି ।

ମା’ ମହାଗୌରୀଙ୍କୁ ପୂଜା କରିବା ପାଇଁ ହଳଦିଆ ରଙ୍ଗର ବସ୍ତ୍ର ପିନ୍ଧି ଆରମ୍ଭ କରନ୍ତୁ । ମା’ଙ୍କ ସମ୍ମୁଖରେ ଦୀପ ଲଗାନ୍ତୁ ଏବଂ ଧ୍ୟାନ କରନ୍ତୁ । ପୂଜାରେ ମା’ଙ୍କୁ ଧଳା କିମ୍ବା ହଳଦିଆ ରଙ୍ଗର ଫୁଲ ଅର୍ପିତ କରନ୍ତୁ । ତା’ ପରେ ମନ୍ତ୍ର ଜପ କରନ୍ତୁ |