କିମ୍ବଦନ୍ତୀ କଣ୍ଠଶିଳ୍ପୀ ପ୍ରଣବ କିଶୋର ପଟନାୟକଙ୍କ ସାର୍ବଜନୀନ ଶ୍ରଦ୍ଧାଞ୍ଜଳୀ ଅବସରରେ...
ସ୍ବର୍ଗତ_ପ୍ରଣବ_କିଶୋର ପଟ୍ଟନାୟକଙ୍କ ସ୍ମୃତିରେ ଗତକାଲି ଅନୁଷ୍ଠିତ ହୋଇଥ୍ଲା ସାର୍ବଜନୀନ ଶ୍ରଦ୍ଧାଞ୍ଜଳି ଉତ୍ସବ ‘ଶେଷ ଶ୍ରାବଣର ଅଫେରା ମାଝୀ'। କାର୍ଯ୍ୟକ୍ରମରେ ମାନ୍ୟବର ମନ୍ତ୍ରୀ ଶ୍ରୀ #ସୁରଜ_ସୂର୍ଯ୍ୟବଂଶୀ, ବିଶିଷ୍ଟ ରାଜନେତା ଶ୍ରୀ #ଜଗନ୍ନାଥ_ପ୍ରଧାନ, ବିଶିଷ୍ଟ ରାଜନେତା ଶ୍ରୀ #ପ୍ରିୟଦର୍ଶୀ_ମିଶ୍ର, ସୁରସାମ୍ରାଜ୍ଞୀ ଶ୍ରୀମତୀ #ଶ୍ୟାମାମଣି_ଦେବୀ, ଲୋକପ୍ରିୟ କଣ୍ଠଶିଳ୍ପୀ ଶ୍ରୀମତୀ #ତୃପ୍ତି_ଦାସ, ବିଶିଷ୍ଟ କଣ୍ଠଶିଳ୍ପୀ ଶ୍ରୀ #ଲକ୍ଷ୍ମୀକାନୁ_ପାଲିତ ତଥା ବହୁ ବିଶିଷ୍ଟ ବ୍ୟକ୍ତିତ୍ବଙ୍କ ସହିତ ଉପସ୍ଥିତ ରହି ସ୍ବର୍ଗତ ପ୍ରଣବ ପଟ୍ଟନାୟକଙ୍କୁ #ଶ୍ରଦ୍ଧାସୁମନ ଅର୍ପଣ କରିଥିଲି। କାର୍ଯ୍ୟକ୍ରମରେ ମଞ୍ଚ ସଂଯୋଜନା କରିଥିଲେ ଶ୍ରୀ #ଶ୍ରୀନିବାସ ଘଟୁଆରୀ ଏବଂ ମଞ୍ଚ ପରିଚାଳନା କରିଥିଲେ ଶ୍ରୀ #ଅତୀଶ ମହାନ୍ତି। ଏହି ସ୍ବତନ୍ତ୍ର ଶ୍ରଦ୍ଧାଞ୍ଜଳି ସନ୍ଧ୍ୟାର ଆୟୋଜନ କରିଥିଲେ ଏକାମ୍ର-ଭୁବନେଶ୍ବରର ମାନ୍ୟବର ବିଧାୟକ ଶ୍ରୀ #ବାବୁ_ସିଂ। କଳା, ସଂସ୍କୃତି ପ୍ରତି ତାଙ୍କର ଭଲପାଇବା ସହିତ ଏପରି ଗୋଟିଏ ସୁନ୍ଦର କାର୍ଯ୍ୟକ୍ରମର ଆୟୋଜନ ପାଇଁ ମାନ୍ୟବର ବିଧାୟକଙ୍କୁ ବହୁତ ବହୁତ ଶୁଭେଚ୍ଛା, ଶୁଭକାମନା ||