ଯାଜପୁରରେ ବନ୍ୟା ପରିଚାଳନା କାର୍ଯ୍ୟର ସମୀକ୍ଷା କଲେ ପି. ଅନ୍ୱେଷା ରେଡ୍ଡୀ...

Aug 17, 2026 - 07:12
 6
ଯାଜପୁରରେ ବନ୍ୟା ପରିଚାଳନା କାର୍ଯ୍ୟର ସମୀକ୍ଷା କଲେ ପି. ଅନ୍ୱେଷା ରେଡ୍ଡୀ...

ବନ୍ୟା ପରିସ୍ଥିତିରେ ଯାଜପୁର ଜିଲ୍ଲାରେ ପ୍ରସ୍ତୁତି, ରିଲିଫ୍ ଓ ପୁନରୁଦ୍ଧାର କାର୍ଯ୍ୟର ସମଗ୍ର ତଦାରଖ ପାଇଁ ନିୟୋଜିତ ଆଇଏଏସ୍ ଅଧିକାରୀ ଶ୍ରୀମତୀ ପି. ଅନ୍ୱେଷା ରେଡ୍ଡୀ , କୁଆଁର ସାହି ନିକଟରେ ବୈତରଣୀ ନଦୀର ଡାହାଣପଟ ନଦୀବନ୍ଧ ପରିଦର୍ଶନ କରିଛନ୍ତି।

ପରିଦର୍ଶନ ସମୟରେ ଜଳ ସମ୍ପଦ ବିଭାଗର ମୁଖ୍ୟଯନ୍ତ୍ରୀ ଓ ଅଧୀକ୍ଷଣ ଯନ୍ତ୍ରୀ ଉପସ୍ଥିତ ଥିଲେ । 

ନଦୀବନ୍ଧର ସ୍ଥିତି ଓ ଚାଲିଥିବା ସୁରକ୍ଷା କାର୍ଯ୍ୟର ସମୀକ୍ଷା କରି ଶ୍ରୀମତୀ ରେଡ୍ଡୀ କାର୍ଯ୍ୟକୁ ତ୍ୱରାନ୍ୱିତ କରି ଶୀଘ୍ର ସମାପ୍ତ କରିବାକୁ ପରାମର୍ଶ ଦେଇଛନ୍ତି। 

ବନ୍ୟା ପରିସ୍ଥିତିରେ ନଦୀବନ୍ଧର ନିରନ୍ତର ନିରୀକ୍ଷଣ ଓ ଆବଶ୍ୟକ ପଦକ୍ଷେପ ସୁନିଶ୍ଚିତ କରିବା ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି।