ଗ୍ରାମ ସମ୍ପଦ (GRAM SAMPAD)...
ଗ୍ରାମ ସମ୍ପଦ – ବହୁମୁଖୀ ପଞ୍ଚାୟତ ସୁବିଧା ଏବଂ ଗ୍ରାମାଞ୍ଚଳ ବିକାଶ ପାଇଁ ସ୍ଥାୟୀ ସମ୍ପଦର ସବୁଜ, ସୁରକ୍ଷିତ ଏବଂ ସୁଗମ ମଡେଲ୍ (Green, Resilient and Accessible Model of Sustainable Assets for Multi-sectoral Panchayat Amenities and Rural Development) ର ମୂଳ ଲକ୍ଷ୍ୟ ହେଉଛି ଗୋଷ୍ଠୀ ସମ୍ପଦ ସୃଷ୍ଟି ମାଧ୍ୟମରେ ଗ୍ରାମାଞ୍ଚଳର ଉନ୍ନତି ଏବଂ ପ୍ରତ୍ୟେକ ଗ୍ରାମ ପଞ୍ଚାୟତ ପାଇଁ ଅନ୍ୟୂନ ଗୋଟିଏ ଆଦର୍ଶ ଗ୍ରାମୀଣ ସମ୍ପଦ ।
ଏହି ପଦକ୍ଷେପ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ଯୋଜନା/କାର୍ଯ୍ୟକ୍ରମ ଯଥା: BGBO, CFC, SFC, CSR, DMF, MLALAD ଆଦି ସହିତ ଭିବି— ଜୀ ରାମ ଜୀ (VB-G RAM G) ର ସମନ୍ୱୟକୁ ପ୍ରୋତ୍ସାହିତ କରିଥାଏ, ଯାହାକି ସ୍ଥାନୀୟ ଆବଶ୍ୟକତା ପୂରଣ କରୁଥିବା ଗୋଷ୍ଠୀ ସମ୍ପଦ ଯଥା: ଆଦର୍ଶ ଗ୍ରାମୀଣ ପାର୍କ, ଆଦର୍ଶ ପଞ୍ଚାୟତ ପାଠାଗାର, ଆଦର୍ଶ ବିବାହ ମଣ୍ଡପ, ଆଦର୍ଶ ଖେଳପଡ଼ିଆ, ଆଦର୍ଶ ପୋଖରୀ, ଆଦର୍ଶ ଗ୍ରାମୀଣ ହାଟ ଏବଂ ଆଦର୍ଶ ଶ୍ମଶାନ ସୃଷ୍ଟି କରିବା ପାଇଁ ଆର୍ଥିକ ସମ୍ବଳ, ବୈଷୟିକ ଜ୍ଞାନକୌଶଳ ଏବଂ ପ୍ରତିଷ୍ଠାନଗତ ସହାୟତାକୁ ନିଶ୍ଚିତ କରିବ ।
ଏହି ସମ୍ପଦଗୁଡ଼ିକ ମନୋରଞ୍ଜନ, ଶିକ୍ଷା, କ୍ରୀଡ଼ା, ଜଳ ସୁରକ୍ଷା, ଜୀବିକା, ସାମାଜିକ କାର୍ଯ୍ୟକ୍ରମ, ପରିବେଶ ସୁରକ୍ଷା ଭଳି ମୁଖ୍ୟ ଗ୍ରାମୀଣ ଆବଶ୍ୟକତାକୁ ପୂରଣ କରିବ ।
ଆବଶ୍ୟକତା ଓ ଉପଯୁକ୍ତ ସ୍ଥାନ ଚିହ୍ନଟ, ଅଂଶଗ୍ରହଣମୂଳକ ଯୋଜନା ପ୍ରସ୍ତୁତି, କାର୍ଯ୍ୟ ସମ୍ପାଦନ, ଗୁଣବତ୍ତା ନିଶ୍ଚିତ କରିବା, ରେକର୍ଡ ରକ୍ଷଣାବେକ୍ଷଣ ଏବଂ ସମ୍ପଦର ପରିଚାଳନା ଓ ରକ୍ଷଣାବେକ୍ଷଣ ପାଇଁ ଗ୍ରାମ ପଞ୍ଚାୟତର ମୁଖ୍ୟ ଭୂମିକା ରହିବ । ସେଗୁଡ଼ିକର ଦୀର୍ଘସ୍ଥାୟୀ ବ୍ୟବହାର ପାଇଁ ଗୋଷ୍ଠୀର ଅଂଶଗ୍ରହଣ ଏବଂ ସାମୂହିକ ମାଲିକାନା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।
ଆଦର୍ଶ ଗୋଷ୍ଠୀ ସମ୍ପଦର ଯୋଜନା, ଡିଜାଇନ୍, ମୂଲ୍ୟ ଆକଳନ, କାର୍ଯ୍ୟାନ୍ୱୟନ, ଗୁଣବତ୍ତା ନିୟନ୍ତ୍ରଣ ଏବଂ ରକ୍ଷଣାବେକ୍ଷଣ ପାଇଁ ମାନକ କାର୍ଯ୍ୟ ପଦ୍ଧତି (SOP) ବିକଶିତ କରାଯାଇଛି।
ସମନ୍ୱୟ ଯୋଗୁଁ ସମ୍ପଦର ପୁନରାବୃତ୍ତି ରୋକିବା ପାଇଁ ଯୋଜନାଗୁଡ଼ିକ କେବଳ ସେଗୁଡ଼ିକର ଅନୁମୋଦିତ ଉପାଦାନର ବ୍ୟବହାର ହେବ ଏବଂ ସମ୍ବଳଗୁଡ଼ିକର ଉପଯୁକ୍ତ ବ୍ୟବହାର କରାଯିବ ।
"ଗ୍ରାମ ସମ୍ପଦ" ସୂଚନାପତ୍ର ରେ ୭ଟି ଆଦର୍ଶ ସାମୁଦାୟିକ ସମ୍ପତ୍ତିର ଆନୁମାନିକ ନିର୍ମାଣ ଖର୍ଚ୍ଚ (Estimated Cost) ପ୍ରଦାନ କରାଯାଇଛି:
• ଆଦର୍ଶ ଖେଳପଡ଼ିଆ (Model Playground): ₹୬୫.୭୫ ଲକ୍ଷ (₹୬୫,୭୫,୦୦୦)
• ଆଦର୍ଶ କଲ୍ୟାଣ ମଣ୍ଡପ (Model Marriage Mandap): ₹୪୯.୦୦ ଲକ୍ଷ (₹୪୯,୦୦,୦୦୦)
• ଆଦର୍ଶ ପୋଖରୀ / ଜଳାଶୟ (Model Tank): ₹୩୪.୦୦ ଲକ୍ଷ (₹୩୪,୦୦,୦୦୦)
• ଆଦର୍ଶ ଶ୍ମଶାନ (Model Crematorium): ₹୨୨.୦୦ ଲକ୍ଷ (₹୨୨,୦୦,୦୦୦)
• ଆଦର୍ଶ ଗ୍ରାମୀଣ ପାର୍କ (Model Rural Park): ₹୨୦.୦୦ ଲକ୍ଷ (₹୨୦,୦୦,୦୦୦)
• ଆଦର୍ଶ ଗ୍ରାମୀଣ ହାଟ (Model Rural Haat): ₹୧୬.୫୦ ଲକ୍ଷ (₹୧୬,୫୦,୦୦୦)
• ଆଦର୍ଶ ପଞ୍ଚାୟତ ପାଠାଗାର (Model Panchayat Library): ₹୧୦.୦୦ ଲକ୍ଷ (₹୧୦,୦୦,୦୦୦)
ଗ୍ରାମ ସମ୍ପଦର ମାର୍ଗଦର୍ଶୀ ସମସ୍ତଙ୍କୁ ଲାଭ ପ୍ରଦାନ ସୁନିଶ୍ଚିତ କରିବା ଉପରେ ଆଧାରିତ ।
ଗ୍ରାମ ସମ୍ପଦର ସଫଳତା କେବଳ ସୃଷ୍ଟି ହୋଇଥିବା ସମ୍ପଦର ସଂଖ୍ୟା ଦ୍ୱାରା ନୁହେଁ, ବରଂ ସେଗୁଡ଼ିକର ବ୍ୟବହାର, ରକ୍ଷଣାବେକ୍ଷଣ, ସାମୁହିକ ମାଲିକାନା ଏବଂ ଜୀବନର ମାନ ଉନ୍ନତିରେ ଅବଦାନ ଦ୍ୱାରା ମୂଲ୍ୟାଙ୍କନ କରାଯିବ । ତେଣୁ, ଏକ ସଶକ୍ତ ଓ ଆଧୁନିକ ଗ୍ରାମାଞ୍ଚଳ ଗଠନ ପାଇଁ ଆସନ୍ତୁ ସମସ୍ତେ ମିଶି ସହଯୋଗ କରିବା ଏବଂ ଏକ 'ବିକଶିତ ଓଡ଼ିଶା' ଗଠନରେ ନିଜର ଅବଦାନ ରଖିବା ।