୪ କ୍ୱିଣ୍ଟାଲ ଗଞ୍ଜେଇ ଜବତ ; ଫେରାର ହୋଇଗଲେ ଗଞ୍ଜେଇ ମାଫିଆ

ଫିରିଙ୍ଗିଆ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ନିକଟବର୍ତ୍ତୀ ଏକ ପାହାଡ଼ରେ କିଛି ମାଫିଆଙ୍କ ଦ୍ୱାରା ଏହି ଗଞ୍ଜେଇ ଚାଲାଣ ପାଇଁ ସମସ୍ତ ପ୍ରସ୍ତୁତି କରାଯାଉଥିଲା । କୌଣସି ପ୍ରକାରେ ପୋଲିସ ଏହାର ଖବର ପାଇଥିଲେ । ଏହାପରେ ଗୋଛାପଡା ଥାନା ଅଧିକାରୀଙ୍କ ସହ ଏକ ଟିମ ସେହି ପାହାଡ଼ରେ ଯାଇ ଚଢ଼ାଉ କରିଥିଲେ । ପୋଲିସ ଆସିବାର ସୂଚନା ପାଇ ଗଞ୍ଜେଇ ମାଫିଆ ମାନେ ପୋଲିସ କବଳରୁ ବଞ୍ଚିବା ପାଇଁ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲେ । ମାଫିଆମାନେ ଫେରାର ହୋଇଯାଇଥିବେଳେ ପୋଲିସ ଘଟଣା ସ୍ଥଳରୁ ପ୍ରାୟ ୪ କ୍ୱିଣ୍ଟାଲ ଗଞ୍ଜେଇ ଜବତ କରିଛି ।

୪ କ୍ୱିଣ୍ଟାଲ ଗଞ୍ଜେଇ ଜବତ ; ଫେରାର ହୋଇଗଲେ ଗଞ୍ଜେଇ ମାଫିଆ