ପ୍ରଭାବିତ ଅଞ୍ଚଳରେ ଲୋକଙ୍କୁ ନିରାପଦ ପାନୀୟ ଜଳ ଯୋଗାଣକୁ ସର୍ବାଧିକ ପ୍ରାଥମିକତା ଦେଇ ସରକାରଙ୍କ ପକ୍ଷରୁ ତ୍ୱରିତ ଓ ନିରନ୍ତର ପଦକ୍ଷେପ ନିଆଯାଉଛି।
ଅଗଷ୍ଟ ୧୭ ସନ୍ଧ୍ୟା ୫ଟା ସୁଦ୍ଧା ୧,୪୬୧ଟି ବନ୍ୟା ପ୍ରଭାବିତ ଟ୍ୟୁବୱେଲ୍ ଓ ୮୯ଟି PWS ପ୍ରକଳ୍ପର ଜଳ ଉତ୍ସ ବିଶୋଧନ କରାଯାଇଛି ।
ବିଭିନ୍ନ ଜଳ ଉତ୍ସର ବିଶୋଧନ ସହ ଜଳର ମାନ ନିୟମିତ ପରୀକ୍ଷା କରାଯାଇ ନିରାପଦ ପାନୀୟ ଜଳ ଯୋଗାଣ ସୁନିଶ୍ଚିତ କରାଯାଉଛି ।
୨୭ଟି ୱାଟର ଟ୍ୟାଙ୍କର, ୬୯ଟି ସିଣ୍ଟେକ୍ସ ଟ୍ୟାଙ୍କ ଗାଡ଼ି ଓ ୬ଟି ମୋବାଇଲ୍ ଟ୍ରିଟମେଣ୍ଟ ୟୁନିଟ୍ ମାଧ୍ୟମରେ ଜଳ ଯୋଗାଣ ଜାରି ରହିଛି।
ବିଦ୍ୟୁତ୍ ବିଚ୍ଛିନ୍ନ ଅଞ୍ଚଳରେ DG ସେଟ୍ ମାଧ୍ୟମରେ PWS ପ୍ରକଳ୍ପଗୁଡ଼ିକୁ କାର୍ଯ୍ୟକ୍ଷମ କରାଯାଉଛି ।
ଲୋକଙ୍କ ଜୀବନ ଓ ସ୍ୱାସ୍ଥ୍ୟ ସୁରକ୍ଷାକୁ ଗୁରୁତ୍ୱ ଦେଇ କଣ୍ଟ୍ରୋଲ୍ ରୁମ୍ ଜରିଆରେ ସ୍ଥିତିର ନିରନ୍ତର ଅନୁଧ୍ୟାନ ସହ ଆବଶ୍ୟକ ସମସ୍ତ ପଦକ୍ଷେପ ତ୍ୱରିତ ଭାବେ ନିଆଯାଉଛି।