କନ୍ଧମାଳରେ ଉତ୍ପାଦିତ ହଳଦୀର ସହଜ ବିପଣନ ପାଇଁ ସମୀକ୍ଷା...
କନ୍ଧମାଳରେ ଉତ୍ପାଦିତ ହଳଦୀର ସହଜ ବିପଣନ ପାଇଁ ସମୀକ୍ଷା...
ସମବାୟ ବିଭାଗର ଅତିରିକ୍ତ ଶାସନ ସଚିବ ଏବଂ ଜିଲ୍ଲାପାଳଙ୍କ ଯୁଗ୍ମ ଅଧ୍ୟକ୍ଷତାରେ କନ୍ଧମାଳ ଜିଲ୍ଲାରେ ଉତ୍ପାଦିତ ହଳଦୀର ସହଜ ବିପଣନ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି।
ରାଜ୍ୟ ସରକାରଙ୍କ ନିଶ୍ଚିତ ସହାୟକ ମୂଲ୍ୟ (SASP) ଯୋଜନା ଅଧୀନରେ ‘ହବ୍ ଏଣ୍ଡ ସ୍କୋପ୍’ ମଡେଲ୍ ମାଧ୍ୟମରେ କନ୍ଧମାଳ ହଳଦୀର ସଂଗ୍ରହ ଓ ମୂଲ୍ୟ ବୃଦ୍ଧି ପାଇଁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି।
ଏହି ପରିପ୍ରେକ୍ଷିରେ LAMPCS, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଏବଂ ଆର.ଏମ.ସି (RMC) ମାଧ୍ୟମରେ ଚାଷୀମାନଙ୍କୁ ମାଗଣା ସଂରକ୍ଷଣ ସୁବିଧା ଯୋଗାଇବା ସହିତ ପ୍ଲେଜ୍ ଲୋନ୍ (ବନ୍ଧକ ଋଣ) ପ୍ରଦାନ କରାଯିବାକୁ ଯୋଜନା କରାଯାଇଛି।
ଏଥିସହ ପ୍ରକ୍ରିୟାକରଣ କାର୍ଯ୍ୟକୁ ପ୍ରୋତ୍ସାହନ ଦେବା ପାଇଁ ରାଶି ସିଧାସଳଖ DBT ମାଧ୍ୟମରେ ଚାଷୀମାନଙ୍କ ବ୍ୟାଙ୍କ ଖାତାକୁ ପ୍ରଦାନ କରାଯିବାର ପ୍ରସ୍ତାବ ରଖାଯାଇଛି।
ଏହି ପଦକ୍ଷେପ ଫଳରେ କନ୍ଧମାଳ ହଳଦୀକୁ ଜାତୀୟ ଏବଂ ଆନ୍ତର୍ଜାତୀୟ ବଜାରରେ ଉଚ୍ଚ ସ୍ଥାନ ମିଳିବା ସହିତ ଚାଷୀମାନଙ୍କ ଆୟ ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି।