ଅଗ୍ନି-୧ ବାଲିଷ୍ଟିକ୍ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

May 23, 2026 - 15:44
 6
ଅଗ୍ନି-୧ ବାଲିଷ୍ଟିକ୍ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

ଓଡ଼ିଶା ଉପକୂଳ ଚାନ୍ଦିପୁରସ୍ଥିତ ସମନ୍ବିତ ପରୀକ୍ଷଣ ଘାଟୀରୁ ଆଜି ସ୍ବଳ୍ପ ଦୂରଗାମୀ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ‘ଅଗ୍ନି-୧'ର ସଫଳ ପରୀକ୍ଷଣ ସମ୍ପନ୍ନ ହୋଇଛି। ସମସ୍ତ ପରିଚାଳନାଗତ ଏବଂ ବୈଷୟିକ ମାନଦଣ୍ଡ ଦୃଷ୍ଟିରୁ ପରୀକ୍ଷଣ ସଫଳ ହୋଇଥିଲା। ରଣନୀତିକ ବାହିନୀ କମାଣ୍ଡ ଅଧୀନରେ ଏହି ପରୀକ୍ଷଣ କାର୍ଯ୍ୟକାରୀ କରାଯାଇଥିଲା ।