ତାପଜ ବିଦ୍ୟୁତ ସମ୍ବଦ୍ଧରେ ସରକାରଙ୍କ ସୃଷ୍ଟୀକରଣ...

May 23, 2026 - 15:45
 8
ତାପଜ ବିଦ୍ୟୁତ ସମ୍ବଦ୍ଧରେ ସରକାରଙ୍କ ସୃଷ୍ଟୀକରଣ...

ଭୁବନେଶ୍ବର, 23.5.2026 : ରାଜ୍ୟ ସରକାରଙ୍କ ଦ୍ବାରା ଆଗାମୀ ତାପଜ ବିଦ୍ୟୁତ ପ୍ରକଳ୍ପଗୁଡ଼ିକ ପାଇଁ ପ୍ରସ୍ତାବିତ କିଛି

ନୀତିଗତ ସଂଶୋଧନକୁ ନେଇ କେତେକ ମହଲରେ ଭ୍ରାନୁ ଧାରଣା ସୃଷ୍ଟି କରାଯାଉଥିବା ସହ ଜନସାଧାରଣଙ୍କ ମଧ୍ୟରେ ଅନାବଶ୍ୟକ ଭୟ ଓ ସନ୍ଦେହ ସୃଷ୍ଟି କରିବା ପାଇଁ ଭୁଲ ବ୍ୟାଖ୍ୟା ଏବଂ ଅପପ୍ରଚାର କରାଯାଉଥିବା ରାଜ୍ୟ ସରକାରଙ୍କ ଦୃଷ୍ଟିଗୋଚର ହୋଇଛି। ଏହି ପରିପ୍ରେକ୍ଷୀରେ ରାଜ୍ୟ ସରକାର ସ୍ପଷ୍ଟ ଭାବରେ ଜଣାଇଛନ୍ତି ଯେ, ପ୍ରସ୍ତାବିତ ସଂଶୋଧନ ଫଳରେ ସାଧାରଣ ଗ୍ରାହକଙ୍କ ଉପରେ କୌଣସି ଅତିରିକ୍ତ ବିଦ୍ୟୁତ ଶୁଳ୍ମର ବୋଝ ପଡ଼ିବ ନାହିଁ କିମ୍ବା ବର୍ତ୍ତମାନର ବିଦ୍ୟୁତ ଦର ଉପରେ କୌଣସି ନକାରାତ୍ମକ ପ୍ରଭାବ ସୃଷ୍ଟି ହେବ ନାହିଁ।

ସରକାର ସ୍ପଷ୍ଟ କରିଛନ୍ତି ଯେ, ଏହି ପ୍ରସ୍ତାବିତ ସଂଶୋଧନ କେବଳ ଭବିଷ୍ୟତରେ ପ୍ରତିଷ୍ଠା ହେବାକୁ ଥ‌ିବା ନୂତନ ତାପଜ ବିଦ୍ଯୁତ ପ୍ରକଳ୍ପଗୁଡ଼ିକ ପାଇଁ ପ୍ରଯୁଜ୍ୟ ହେବ। ପୂର୍ବରୁ ସ୍ବାକ୍ଷରିତ ବିଦ୍ୟୁତ କ୍ରୟ ଚୁକ୍ତିନାମା (ପି.ପି.ଏ.) ଅଧୀନରେ ବର୍ତ୍ତମାନ ରାଜ୍ୟକୁ ବିଦୁ ବିଦ୍ୟୁତ ଯୋଗାଣ କରୁଥିବା ସ୍ବାଧୀନ ବିଦ୍ୟୁତ ଉତ୍ପାଦନକାରୀ (ଆଇ.ପି.ପି.) ମାନଙ୍କ ଉପରେ ଏହି ସଂଶୋଧନର କୌଣସି ପ୍ରଭା ପ୍ରଭାବ ପଡ଼ିବ ନାହିଁ। ତେଣୁ, ପ୍ରଚଳିତ ବ୍ୟବସ୍ଥା ଅନୁଯାୟୀ ପରିବର୍ତ୍ତନଶୀଳ ମୂଲ୍ୟ (Variable Cost) ଆଧାରରେ । ରାଜ୍ୟ ପାଇଁ ଉପଲବ୍ଧ ହେଉଥ‌ିବା । ବିଦ୍ୟୁତ ସେବା ପୂର୍ବପରି ଅବ୍ୟାହତ ରହିବ। ଏହା ସହିତ ବର୍ତ୍ତମାନର ବଲ୍ଲ ସପ୍ଲାଇ ପ୍ରାଇସ୍ (ବି.ଏସ.ପି.) ଏବଂ ଖ ଖାଉଟିମାନେ ପ୍ରଦାନ ାନ କରୁଥିବା ରିଟେଲ୍‌ ସପ୍ଲାଇ ଟାରିଫ୍ (ଆର.ଏସ.ଟି.) ଉପରେ ଏହି ସଂଶୋଧନ ଦ୍ବାରା କୌଣସି ଅତିରିକ୍ତ ପ୍ରଭାବ ପଡ଼ିବ ଡ଼ିବାର ପ୍ରଶ୍ନ ଉଠୁନାହିଁ।

ରାଜ୍ୟର ବର୍ତ୍ତମାନ ଶିଳ୍ପ ଓ ଅର୍ଥନୈତିକ ନୈତିକ ପରିସ୍ଥିତିକୁ ସମୀକ୍ଷା କରିବା କରିବା ପରେ, ବିଦ୍ୟୁତ କ୍ଷେତ୍ରରେ ନୂତନ ପୁଞ୍ଜିନିବେଶକୁ ଆକର୍ଷିତ କରିବା ଏବଂ ରାଜ୍ୟରେ ଶିଳ୍ପାୟନ ପ୍ରକ୍ରିୟାକୁ ଅଧୂକ ତ୍ବରାନ୍ବିତ କରିବା ଉଦ୍ଦେଶ୍ୟରେ ଏହି ନୀତିଗତ ସଂଶୋଧନ ପ୍ରସ୍ତାବିତ କରାଯାଇଛି। ଏହି ସଂଶୋଧୂତ ବ୍ୟବସ୍ଥା ମାଧ୍ୟମରେ ରାଜ୍ୟରେ ଏକ ନିବେ ବଶ ଅନୁକୂଳ ପ ପରିବେଶ ସୃଷ୍ଟି ହେବା ସହିତ ନିବେଶକମାନ ବେଶକମାନଙ୍କ ଆତ୍ମବି ପୂବିଶ୍ବାସ ବୃଦ୍ଧି ପାଇବ । ଏବଂ ଶିଳ୍ପାୟନ ପ୍ରକ୍ରିୟା ଅଧୂକ ସୁଗମ ହେବ ବୋଲି ସରକାର ମତ ପ୍ରକାଶ କରିଛନ୍ତି।

ସେହିପରି, ନୂତନ । ତାପଜ ବିଦ୍ୟୁତ ପ୍ରକଳ୍ପ ପ୍ରତିଷ୍ଠା ଦ୍ବାରା ଆନୁଷଙ୍ଗିକ ଶିଳ୍ପ, ଲଜିଷ୍ଟିକ୍ସ, ପରିବହନ ବ୍ୟବସ୍ଥା, ଇଞ୍ଜିନିୟରିଂ ସେବା ଓ ଆଞ୍ଚଳିକ ଯେ ଳିକ ଯୋଗାଣ ଶୃଙ୍ଖଳାର ବ୍ୟାପକ ବ୍ୟାପକ ବିକାଶ ଘଟିବ। ଏହା ଫଳ ତରେ ବିଭିନ୍ନ କ୍ଷେତ୍ରରେ ବ୍ୟାପକ ଅର୍ଥନୈତିକ କାର୍ଯ୍ୟକ ର୍ଯ୍ୟକଳାପ ସୃଷ୍ଟି ହେବା ସହିତ ପ୍ରକଳ୍ପ ହିତ ପ୍ରକଳ୍ପର ନିର୍ମାଣ । ଓ କାର୍ଯ୍ୟକ୍ଷମ ପର୍ଯ୍ୟାୟରେ ସ୍ଥାନୀୟ ଜନସାଧାରଣଙ୍କ ପାଇଁ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବରେ ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ଏହା ସହିତ ଲଘୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (ଏମ.ଏସ.ଏମ.ଇ.), ଠିକାଦାର, ପରିବହନକାରୀ ଓ ସେବା ପ୍ରଦାନକାରୀମାନେ ମଧ୍ୟ ଏହାଦ୍ବାରା ଉପକୃତ ହେବେ ବୋଲି ଆଶା କରାଯାଉଛି।

ଶିଳ୍ପ ଏ ଏବଂ ବାଣିଜ୍ୟିକ କାର୍ଯ୍ୟକଳାପର ବୃଦ୍ଧି ଫଳରେ ରାଜ୍ୟରେ ଜି.ଏସ.ଟି. ସହ ଅନ୍ୟାନ୍ୟ ବିଧୂସମ୍ମତ ରାଜସ୍ବ ସଂଗ୍ରହ ବୃଦ୍ଧି ପାଇବ ଏବଂ ରାଜ୍ୟ ରାଜକୋଷ ଅଧୂକ ସୁଦୃଢ଼ ହେବ। ଏହା ଭିତ୍ତିଭୂମି ବିକାଶ, ସାମାଜିକ କଲ୍ୟାଣ ଓ ଜନହିତକାରୀ କାର୍ଯ୍ୟକ୍ରମ ପାଇଁ ରାଜ୍ୟର ଆର୍ଥକ ସାମର୍ଥ୍ୟକୁ ଆହୁରି ମଜବୁତ କରିବ।

ରାଜ୍ୟ ସରକାରଙ୍କ ପକ୍ଷରୁ ଜନସାଧାରଣଙ୍କୁ ଅନୁରୋଧ କରାଯାଇଛି ଯେ, କେତେକ ମହଲରେ ସ୍ବାର୍ଥନ୍ବେଷୀ କିମ୍ବା ରାଜନୈତିକ ଉଦ୍ଦେଶ୍ୟ ରଖ୍ କରାଯାଉଥିବା ଭ୍ରାନୁ ବ୍ୟାଖ୍ୟା ଓ ଅପପ୍ରଚାରରେ ବିଭ୍ରାନ୍ତ ନ ହୋଇ ପ୍ରକୃତ ତଥ୍ୟ ଉପରେ ଆସ୍ଥା ରଖନ୍ତୁ । ବୃହତ ଜନସ୍ବାର୍ଥକୁ ସୁରକ୍ଷିତ ରଖ୍ ରାଜ୍ୟରେ ଶିଳ୍ପ ଅଭିବୃଦ୍ଧି, ନିଯୁକ୍ତି ସୁଯୋଗ ସୃଷ୍ଟି ଏବଂ ଦୀର୍ଘମିଆଦି ଅର୍ଥନୈତିକ ବିକାଶକୁ ଆଗେଇ ନେବା ସହିତ ପ୍ରତ୍ୟେକ ଉପଭୋକ୍ତାଙ୍କ ସ୍ବାର୍ଥର ସୁରକ୍ଷା ପ୍ରତି ରାଜ୍ୟ ସରକାର ସମ୍ପୂର୍ଣ୍ଣ ପ୍ରତିବଦ୍ଧ ଅଛନ୍ତି।