ଅନ୍ନଦାତାଙ୍କୁ ସମ୍ମାନ ନ ଦେଲେ କଂଗ୍ରେସ ଆନ୍ଦୋଳନ କରିବ: ଭକ୍ତ...
କୃଷିପ୍ରଧାନ ରାଜ୍ୟ ଓଡ଼ିଶାରେ କୃଷି ଓ କୃଷକ ଅବହେଳିତ
ରାଜ୍ୟର ମୋଟ ଜନସଂଖ୍ୟାର ୬୫ ଭାଗ ଚାଷୀ ।
ଏଥିରୁ ୮୨ ପ୍ରତିଶତ ହେଲେ ଭାଗଚାଷୀ ।
ସର୍ବମୋଟ ଚାଷ ଜମି ୬୧ ହେକ୍ଟର ।
ଏବେ ସୁଦ୍ଧା ମାତ୍ର ଜଳସେଚନ ୨୬ ପ୍ରତିଶତ ।
ରାଜ୍ୟ ଅଭିବୃଦ୍ଧିରେ କୃଷିର ଅବଦାନ ୧୮.୯%
*ସମସ୍ୟା*
ରାଜ୍ୟରେ ବର୍ତ୍ତମାନ ୧୦ ଲକ୍ଷ ହେକ୍ଟରୁ ଅଧିକ ଜମି ପଡ଼ିଆ ପଡିଲାଣି ।
୫ ଲକ୍ଷ ହେକ୍ଟରରୁ ଅଧିକ ଚାଷପୋଯୋଗୀ ଜମି ବିଲଡର କବଜାରେ ଓ ବାହାର କମ୍ପାନୀ ମାନଙ୍କୁ ଏହି ଜମି ଶାଗମାଛ ଦରରେ ବିକ୍ରି କରାଯାଉଛି
୩୦ ଲକ୍ଷରୁ ଅଧିକ ଲୋକ ବେସହରା ହୋଇ ବାହାର ରାଜ୍ୟରେ ଦାଦନ ଖଟୁଛନ୍ତି
ଦୁଇ ବର୍ଷରେ ଡବଲ ଇଞ୍ଜିନ ସରକାର ୧ ଲକ୍ଷ ୩୮ ହଜାର କୋଟି ଟଙ୍କା ଋଣ ଭାରରେ ଉବୁଟୁବୁ । ପନିପରିବା ସଂରକ୍ଷଣ ପାଇଁ ଶୀତଳ ଭଣ୍ଡାର ନାହିଁ
କଂଗ୍ରେସ ଅମଳରେ ଗଢ଼ି ଉଠିଥିବା କୃଷିଭର୍ତ୍ତିକ ଶିଳ୍ପ ସୂତାକଳ, ଚିନିକଳ, ତେଳକଲ ପ୍ରଭୃତି ଅଚଳ ହୋଇପଡ଼ିଛି ।
ଏମଏସପିରୁ କେନ୍ଦର ବର୍ଦ୍ଧିତ ୬୯ ଟଙ୍କା ରାଜ୍ୟ ଚାଷୀଙ୍କୁ ଦେଉନାହିଁ
ମଏସପିର ଗ୍ୟାରେଣ୍ଟିଂ ମିଲିଲା ନାହିଁ । ଧାନ ମଣ୍ଡି ଅବବ୍ୟସ୍ଥା କହିଲେ ନସରେ
ଧାନ କିଣାରେ ପ୍ରତି କ୍ୟୁଣ୍ଟାଲରେ ୫ ରୁ ୧୦ କେଜି କଟନିଛଟନି
ବର୍ଦ୍ଧିତ ଏମଏସପିର ୬୯ ଟଙ୍କା ଦେଉ ନାହାନ୍ତି
ଯେଉଁ ଟୋକନରେ ଲକ୍ଷ୍ୟଧାର୍ଯ୍ୟ ୫୦ କ୍ୟୁଣ୍ଟାଲ ସେଠାରେ ମାତ୍ର ୨୦ କ୍ୟୁଣ୍ଟାଲ କିଣୁଛନ୍ତି ।
ଭାଗଚାଷୀଙ୍କ ଅସୁମାରୀ ଦୁଃଖ
ଚାଷୀ ପରିବାରର ମାସିକ ଆୟ ମାତ୍ର ୫୦୧୨ ଟଙ୍କା ।
ପ୍ରଧାନମନ୍ତ୍ରୀ ୨୦୧୭ ଠାରୁ ୨୦୨୨ ମଧ୍ୟରେ ଚାଷୀ ଆୟ ଦୁଇଗୁଣା ବୃଦ୍ଧି କରିବା କହିବା ଏବେ ଗଲା କୁଆଡେ?
ସେହିପରି ପ୍ରଧାନମନ୍ତ୍ରୀ ଫସଲବୀମା ଯୋଜନାରେ ଚାଷୀ ଉପକୃତ ହେବ ପରିବେର୍ତ୍ତ ସରକାର ଓ ଘରୋଇ ବୀମା କମ୍ପାନୀମାନେ ଏହାର ଫାଇଦା ଉଠାଉଛନ୍ତି ।
ରାଜ୍ୟରେ କୃଷି ଋଣ ଯୋଗାଣ କେବଳ କାଗଜ କଲମରେ ଚାଲିଛି
ରାଜ୍ୟରେ ସାର ସଂକଟ ଏବେ ଉତ୍କଟ
ୟୁରିଆ ୪୫ କେଜି ବସ୍ଥା ୨୬୬ ଟଙ୍କା ଥିବା ସ୍ଥଳେ ଚାଷୀ ୭୦୦ ଟଙ୍କା ଚଢ଼ାଦରରେ କିଣୁଛନ୍ତି ।
ୟୁରିଆ, ଡିଏପି, ପଟାସ, ଗ୍ରୋମର, କମ୍ପେ୍ଲସ ସାର ମିଳୁନାହିଁ ।
ସାର କଳାବଜାରୀ ରୋକିବାର ସରକାର ସଂପୂର୍ଣ୍ଣ ବିଫଳ।
ଆବଶ୍ୟକ ବିହନ ଉତ୍ପାଦନରେ ଓଡ଼ିଶା ପଛୁଆ ।
କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ୧୭ ଟି କୃଷି ଯୋଜନାରେ ବାଟବାରଣା ହୋଇଛି ।
୧୦ ଲକ୍ଷ ଭାଗଚାଷୀଙ୍କ ପାଇଁ ଭାଗଚାଷୀ ଆଇନ ପ୍ରଣୟନ ଓ ସୁରକ୍ଷା ନିମନ୍ତେ ଯୋଜନା ପ୍ରଣୟନ କରାଯାଉ।
ତୁରନ୍ତ ସାର ସଂକଟ ଦୂର କରାଯାଇ ଆବଶ୍ୟକ ପରିମାଣର ସାର ଠିକ ସମୟରେ ନିର୍ଦ୍ଧାରିତ ମୂଲ୍ୟରେ ଚାଷୀଙ୍କୁ ଯୋଗାଇ ଦେବା ସହିତ ସାର କଳାବଜାରୀ ରୋକଯାଉ।
ଅତ୍ୟଧିକ ବର୍ଷା ଓ ବନ୍ୟା ଦ୍ୱାରା ଫସଲ କ୍ଷତିଗ୍ରସ୍ତ ଚାଷୀଙ୍କ ଠାରୁ କୃଷିଋଣ ଓ ଜଳକର ଛାଡ଼ କରାଯାଉ ଏବଂ ପ୍ରତି ଏକର ପିଛା ଚାଷୀଙ୍କୁ ୨୫ ହଜାର ଟଙ୍କା କ୍ଷତିପୂରଣ ଦିଆଯାଉ।
ସରକାରଙ୍କ ଘୋଷିତ ଜାତୀୟ ଓ ରାଜ୍ୟ ପ୍ରାକୃତିକ ବିପର୍ଯ୍ୟ ପାଣ୍ଠିର କୃଷି ଇନପୁଟ ସହାୟତା ଦୁଇଗୁଣ ବୃଦ୍ଧ କରାଯାଉ ଏବଂ କ୍ଷୟକ୍ଷତିର ସଠିକ ଆକଳନ କରାଯାଉ
ରାଜ୍ୟରେ ଥିବା କୃଷିଭିର୍ତ୍ତିକ ଶିଳ୍ପ, ଚିନିକଳ, ତେଲକଳ, ସୂତାକଳ ଓ ବିଭିନ୍ନ ଖାଦ୍ୟ ପ୍ରସ୍ତୁତି ଓ ପ୍ରକିୟାକରଣ ୟୁନିଟ ପ୍ରତିଷ୍ଠା କରାଯାଉ
ଚାଷୀଙ୍କୁ ମାଗଣାରେ ବିଜୁଳି... ସୋଲାର ବିଦ୍ୟୁତ ଯୋଗାଇ ଦିଆଯାଉ
କଂଗ୍ରେସ ରାଜ୍ୟରେ ଯେଉଁ ୩୫ ପ୍ରତିଶତ ଜଳସେଚନ ଛାଡ଼ିକି ଯାଇଥିଲା, ସେଥିରେ ବୃଦ୍ଧି କରାଯାଉ।
ଅଚଳ ଉଠା ଜଳସେଚନ ପଏଣ୍ଟ ଗୁଡ଼ିକର ତୁରନ୍ତ ମରାମତି କରାଯାଉ