ଓଡ଼ିଶାର ୩ଟି ଗୁରୁତ୍ବପୂର୍ଣ ରେଳ ପ୍ରକଳ୍ପକୁ କ୍ୟାବିନେଟ୍ ମଞ୍ଜୁରି

Aug 20, 2026 - 08:23
 7
ଓଡ଼ିଶାର ୩ଟି ଗୁରୁତ୍ବପୂର୍ଣ ରେଳ ପ୍ରକଳ୍ପକୁ  କ୍ୟାବିନେଟ୍ ମଞ୍ଜୁରି

ଦେଶର ମୋଟ୍ ୪ଟି ରେଳ ଲାଇନ୍ ସମ୍ପ୍ରସାରଣ ପ୍ରକଳ୍ପକୁ କେନ୍ଦ୍ର କ୍ୟାବିନେଟ୍ ମଞ୍ଜୁରି ଦ୍ବାରା ଓଡ଼ିଶା, ପଶ୍ଚିମବଙ୍ଗ, ତାମିଲନାଡୁ ଏବଂ ଆନ୍ଧ୍ରପ୍ରଦେଶର ଆଠଟି ଜିଲ୍ଲା ହେବେ ଉପକୃତ

ଏସବୁ ରେଳ ଲାଇନ ନିର୍ମାଣ ଦ୍ବାରା ଭାରତୀୟ ରେ ରେଳବାଇର ବର୍ତ୍ତମାନର ନେଟୱାର୍କ ପ୍ରାୟ ୪୧୦ କିଲୋମିଟର ବୃଦ୍ଧି ପାଇବ

ଏସବୁ ପ୍ରକଳ୍ପ ପାଇଁ ମୋଟ୍ ୯,୪୫୦ କୋଟି ଟଙ୍କା ବ୍ୟୟବରାଦ; ୨୦୩୦-୩୧ ସୁଦ୍ଧା ପ୍ରକଳ୍ପ କାମ ସମ୍ପୂର୍ଣ ହେବ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆର୍ଥିକ ବ୍ୟାପାର କ୍ୟାବିନେଟ କମିଟି ଆଜି ରେଳ ମନ୍ତ୍ରଣାଳୟର ପ୍ରାୟ ୯,୪୫୦ କୋଟି ଟଙ୍କା ମୂଲ୍ୟର ଚାରୋଟି ପ୍ରକଳ୍ପକୁ ଅନୁମୋଦନ କରିଛନ୍ତି । ଏହି ପ୍ରକଳ୍ପଗୁଡ଼ିକ ମଧ୍ୟରେ ରହିଛି:

କ.) ଖଡ଼ଗପୁର - ଭଦ୍ରକ (ରାଣୀତାଲ) ଚତୁର୍ଥ ଲାଇନ - ୧୭୩ କିଲୋମିଟର (ପଶ୍ଚିମବଙ୍ଗ ଏବଂ ଓଡିଶା)

ଖ.) ଭଦ୍ରକ - ହରିଦାସପୁର ଚତୁର୍ଥ ଲାଇନ - ୭୫ କିଲୋମିଟର (ଓଡିଶା)

ଗ.) ଗୁଞ୍ଜିଡିପୁଣ୍ଡି - ଗୁଡ଼ୁର ତୃତୀୟ ଏବଂ ଚତୁର୍ଥ ଲାଇନ୍ - ୯୦ କିଲୋମିଟର (ଆନ୍ଧ୍ରପ୍ରଦେଶ ଏବଂ ତାମିଲନାଡୁ)

ଘ.) କଟକ - ପାରାଦୀପ (ବଡ଼ବନ୍ଧ) ତୃତୀୟ ଏବଂ ଚତୁର୍ଥ ଲାଇନ୍ - ୭୨ କିଲୋମିଟର (ଓଡିଶା)