ଓଡ଼ିଶାରେ ଗର୍ବ ଆ ଣିଦେଲେ CBSE ର ଦଶମ ଝିଅ ଟୀନା ରଥ...
ଓଡ଼ିଶାରେ ଗର୍ବ ଆ ଣିଦେଲେ CBSE ର ଦଶମ ଝିଅ ଟୀନା ରଥ...
କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (CBSE) ଦ୍ୱାରା ପରିଚାଳିତ ଦଶମ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶ ପାଇଛି।
ଚଳିତ ବର୍ଷ ଓଡ଼ିଆ ଛାତ୍ରୀ ଟିନା ରଥ ସାରା ଦେଶରେ ଶୀର୍ଷ ସ୍ଥାନ ଅଧିକାର କରି ଓଡ଼ିଶା ପାଇଁ ଗୌରବ ଆଣିଛନ୍ତି।
????ପୁରୀସ୍ଥିତ ମଦର ପବ୍ଲିକ୍ ସ୍କୁଲର ଛାତ୍ରୀ ଟିନା ମୋଟ ୫୦୦ ରୁ ୫୦୦ ମାର୍କ (୧୦୦%) ରଖି ଏହି ଅସାଧାରଣ ସଫଳତା ହାସଲ କରିଛନ୍ତି।
ଚଳିତ ବର୍ଷ ସର୍ବଭାତୀୟ ସ୍ତରରେ ପାସ୍ ହାର ୯୩.୭୦% ରହିଛି, ଯାହା ଗତବର୍ଷ ତୁଳନାରେ ୦.୦୪% ଅଧିକ।
????ଓଡ଼ିଶାରେ ମୋଟ ପାସ୍ ହାର ୯୩.୬୬% ରେକର୍ଡ କରାଯାଇଛି। ????ରାଜ୍ୟର ୬୪ ହଜାର ୯୦୦ ଜଣ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୬୦ ହଜାର ୭୮୮ ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି।
????ପୁଅଙ୍କୁ ପଛରେ ପକାଇଲେ ଝିଅ
????ଓଡ଼ିଶାରେ ପୁଣିଥରେ ଛାତ୍ରୀମାନେ ବାଜିମାତ୍ କରିଛନ୍ତି
????ଛାତ୍ରୀଙ୍କ ପାସ୍ ହାର - ୯୪.୮୩%
????ଛାତ୍ରଙ୍କ ପାସ୍ ହାର - ୯୨.୬୦%
????ଭୁବନେଶ୍ୱର ଜୋନ୍ (ଓଡ଼ିଶା ଓ ପଶ୍ଚିମବଙ୍ଗ) ରେ ମୋଟ ପାସ୍ ହାର ୯୪.୬୭% ରହିଛି।
ବିଭିନ୍ନ ବର୍ଗର ବିଦ୍ୟାଳୟଗୁଡ଼ିକରେ ପରୀକ୍ଷା ଫଳ ବେଶ୍ ଉତ୍ସାହଜନକ ରହିଛି
ଜେଏନ୍ଭି (JNV) ୯୯.୮୮% (ସର୍ବାଧିକ)
କେନ୍ଦ୍ରୀୟ ବିଦ୍ୟାଳୟ (KV) ୯୯.୬୯%
ସରକାରୀ ସ୍କୁଲ ୯୪.୨୪%
ବେସରକାରୀ/ସ୍ୱାଧୀନ ସ୍କୁଲ: ୯୨.୩୮%
????ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ସୂଚନା ସର୍ବାଧିକ ସଫଳ ଜୋନ୍ ତିରୁଅନନ୍ତପୁରମ୍ ଓ ବିଜୟୱାଡା (୯୯.୭୯%)।
????ସାରା ଦେଶରେ ୨ ଲକ୍ଷ ୨୧ ହଜାର ୫୭୪ ଜଣ ଛାତ୍ରଛାତ୍ରୀ ୯୦% ରୁ ଅଧିକ ମାର୍କ ରଖିଛନ୍ତି।
୯୫% ରୁ ଅଧିକ ନମ୍ବର
????୫୫ ହଜାର ୩୬୮ ଜଣ ପରୀକ୍ଷାର୍ଥୀ ୯୫% ରୁ ଅଧିକ ମାର୍କ ପାଇଛନ୍ତି।
ଓଡ଼ିଶାରେ ସାଧାରଣ ବର୍ଗର ପାସ୍ ହାର ୯୬.୨୭% ରେ
OBC ବର୍ଗର ୯୬.୪୬%,
ST ବର୍ଗର ୯୦.୧୭% ଏବଂ
SC ବର୍ଗର ୮୫.୬% ପରୀକ୍ଷାର୍ଥୀ ସଫଳ ହୋଇଛନ୍ତି।
ରାଜ୍ୟର ମୋଟ ୨୭୨ଟି କେନ୍ଦ୍ରରେ ଏହି ପରୀକ୍ଷା ଅନୁଷ୍ଠିତ ହୋଇଥିଲା।