'ଓରମାସ୍‌' ରେ ରାକ୍ଷୀ ଦୋକାନ ଉଦ୍‌ଘାଟିତ...

Aug 24, 2026 - 20:10
 10
'ଓରମାସ୍‌' ରେ ରାକ୍ଷୀ ଦୋକାନ ଉଦ୍‌ଘାଟିତ...

ରକ୍ଷାବନ୍ଧନ ଅବସରରେ ଓଡ଼ିଶାର ଗ୍ରାମୀଣ କାରିଗର ଓ ଉତ୍ପାଦକ ଗୋଷ୍ଠୀମାନଙ୍କର ହାତତିଆରି ଉତ୍ପାଦକୁ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ ଆଜି ଭୁବନେଶ୍ୱରର ପଟିଆଠାରେ ଓରମାସ୍‌ ପକ୍ଷରୁ ରାକ୍ଷୀ ଷ୍ଟଲ୍‌ ଉଦ୍‌ଘାଟିତ ହୋଇଛି। 

ଓରମାସ୍‌ର ଅତିରିକ୍ତ ସିଇଓ ଶ୍ରୀମତୀ ଗୀତାଞ୍ଜଳି ବେହେରା ଏହି ଷ୍ଟଲ୍‌ର ଉଦ୍‌ଘାଟନ କରିଥିଲେ। ଏହି ଅବସରରେ ଓରମାସ୍‌ର ଅନ୍ୟାନ୍ୟ ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ଥିଲେ।

ଏହି ଷ୍ଟଲ୍‌ରେ ସବାଇ ଘାସ, କାଇଞ୍ଚ, ଧାନ, ଜଗନ୍ନାଥ, ପଟ୍ଟଚିତ୍ର, କଉଡ଼ି ଓ ବାଉଁଶ ଆଦି ପ୍ରାକୃତିକ ଉପାଦାନରେ ପ୍ରସ୍ତୁତ ବିଭିନ୍ନ ପ୍ରକାରର ପାରମ୍ପରିକ, ପରିବେଶ ଅନୁକୂଳ ଓ ହାତତିଆରି ରାକ୍ଷୀ ପ୍ରଦର୍ଶିତ ଓ ବିକ୍ରୟ କରାଯାଉଛି। 

ଏହି ପଦକ୍ଷେପ ମାଧ୍ୟମରେ ଓରମାସ୍‌ ଗ୍ରାମୀଣ ମହିଳା, କାରିଗର ଓ ଉତ୍ପାଦକ ଗୋଷ୍ଠୀଙ୍କ ହାତତିଆରି ଉତ୍ପାଦକୁ ବଜାର ସୁଯୋଗ ପ୍ରଦାନ କରିବା ସହ ଓଡ଼ିଶାର ପାରମ୍ପରିକ କଳା ଓ କାରିଗରୀକୁ ପ୍ରୋତ୍ସାହିତ କରୁଛି।