ୟୁଏଇରେ ଓଡ଼ିଶା ନିବେଶକ ସମ୍ମିଳନୀ, ଓଡ଼ିଶା ସରକାରଙ୍କ ସହିତ...

Sep 10, 2026 - 12:26
 4
ୟୁଏଇରେ ଓଡ଼ିଶା ନିବେଶକ ସମ୍ମିଳନୀ, ଓଡ଼ିଶା ସରକାରଙ୍କ ସହିତ...

ୟୁଏଇରେ ଓଡ଼ିଶାର ନିବେଶ ଅନ୍ୱେଷଣ ଅଭିଯାନର ଦ୍ୱିତୀୟ ଦିନରେ ଉଚ୍ଚସ୍ତରୀୟ ସରକାରୀ ଆଲୋଚନା, ନିବେଶକଙ୍କ ସହ ଆଲୋଚନା ଏବଂ ବିଭିନ୍ନ ଶିଳ୍ପ କ୍ଷେତ୍ରକୁ ନେଇ ବ୍ୟବସାୟିକ ଆଲୋଚନା ଅନୁଷ୍ଠିତ ହେବ।

ୟୁଏଇ ଅର୍ଥନୀତି ଓ ପର୍ଯ୍ୟଟନ ମନ୍ତ୍ରୀ ମହାମାନ୍ୟ ଅବଦୁଲ୍ଲା ବିନ୍ ତୌକ୍ ଅଲ୍ ମାରିଙ୍କ ସହ ବୈଠକ

ୟୁଏଇ କ୍ୟାବିନେଟ୍ ସଦସ୍ୟ ତଥା ଅର୍ଥନୀତି ଓ ପର୍ଯ୍ୟଟନ ମନ୍ତ୍ରୀ ଏବଂ କାଉନସିଲ୍ ଅଫ୍ ଇଣ୍ଟରନ୍ୟାସନାଲ୍ ଇନଭେଷ୍ଟମେଣ୍ଟସ୍‌ର ଅଧ୍ୟକ୍ଷ ମହାମାନ୍ୟ ଅବଦୁଲ୍ଲା ବିନ୍ ତୌକ୍ ଅଲ୍ ମାରିଙ୍କ ସହ ନିବେଶ ଓ ଅର୍ଥନୈତିକ ସହଯୋଗ ନେଇ ଆଲୋଚନା ହେବ l

ଶିଳ୍ପ ପ୍ରତିନିଧିଙ୍କ ସହ ଏକକ ବୈଠକ

ଓଡ଼ିଶାରେ ନିବେଶ ସୁଯୋଗ ଓ ଶିଳ୍ପ ସହଭାଗିତା ନେଇ ବିଭିନ୍ନ ଶିଳ୍ପ ସଂସ୍ଥା ସହ ଏକକ ଆଲୋଚନା।

ଆଲୁମିନିୟମ୍ ଡାଉନ୍‌ଷ୍ଟ୍ରିମ୍ ଶିଳ୍ପ ସହ ରାଉଣ୍ଡଟେବୁଲ୍ ବୈଠକ

ଓଡ଼ିଶାର ସମୃଦ୍ଧ ଆଲୁମିନିୟମ୍ ଶିଳ୍ପ ପରିବେଶ ଓ ଡାଉନ୍‌ଷ୍ଟ୍ରିମ୍ କ୍ଷେତ୍ରରେ ନିବେଶ ସୁଯୋଗ ଉପରେ ଆଲୋଚନା।

ଇଣ୍ଡିଆନ୍ ବିଜନେସ୍ ଆଣ୍ଡ ପ୍ରଫେସନାଲ୍ କାଉନସିଲ୍ (IBPC) ସହ ବୈଠକ

ଭାରତ-ୟୁଏଇ ବ୍ୟବସାୟିକ ସମ୍ପର୍କକୁ ଆହୁରି ସୁଦୃଢ଼ କରିବା ସହ ଓଡ଼ିଶାରେ ନିବେଶ ସୁଯୋଗ ନେଇ ଆଲୋଚନା।

ଏମିରେଟ୍ସ ଗ୍ଲୋବାଲ୍ ଆଲୁମିନିୟମ୍ (EGA) ପରିଦର୍ଶନ

ଆଲୁମିନିୟମ୍ ଓ ଡାଉନ୍‌ଷ୍ଟ୍ରିମ୍ ଶିଳ୍ପ କ୍ଷେତ୍ରରେ ସହଯୋଗର ସମ୍ଭାବନା ଅନୁଧ୍ୟାନ।

ବ୍ୟୁରୋ ଅଫ୍ ମିଡିଲ୍ ଇଷ୍ଟ ରିସାଇକ୍ଲିଂ ସହ ଶିଳ୍ପ ରାଉଣ୍ଡଟେବୁଲ୍

ରିସାଇକ୍ଲିଂ, ସର୍କୁଲାର୍ ଇକୋନୋମି ଏବଂ ସ୍ଥାୟୀ ଶିଳ୍ପ ବିକାଶର ସମ୍ଭାବନା ନେଇ ଆଲୋଚନା।

ଓଡ଼ିଶା ବ୍ୟବସାୟ ପ୍ରତିନିଧି ଦଳ ସହ ଇଣ୍ଟରଆକ୍ଟିଭ୍ ସେସନ୍

ବ୍ୟବସାୟିକ ସୁଯୋଗ, ବଜାର ସଂଯୋଗ ଏବଂ ଓଡ଼ିଶା-ୟୁଏଇ ଅର୍ଥନୈତିକ ସମ୍ପର୍କକୁ ଆହୁରି ସୁଦୃଢ଼ କରିବା ନେଇ ଆଲୋଚନା