ପ୍ରଧାନ ମନ୍ତ୍ରୀଙ୍କ ଝାରସୁଗୁଡା ଗସ୍ତରେ ଶୁଭାରମ୍ଭ ହେବ 4G Network ଟାୱାର
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନା 27 ତାରିଖ, ଶନିବାର ଦିନ ଓଡ଼ିଶା ସମେତ ଆଠଟି ରାଜ୍ୟରେ ଦେଶବ୍ୟାପୀ ସୁଦେଶୀ 4ଜି ଷ୍ଟାକ୍ ଏବଂ ଡିଜିଟାଲ ଭାରତ ନିଧୂ (ଡିବିଏନ)ର ପାଣ୍ଠି ଯୋଗାଣରେ ନିର୍ମିତ 4ଜି ଟାୱାରଗୁଡ଼ିକର ଶୁଭାରମ୍ଭ କରିବେ। ପ୍ରଧାନମନ୍ତ୍ରୀଙ୍କ ଦ୍ବାରା ଶୁଭାରମ୍ଭ ହେବାକୁ ଥିବା ସାରା ଦେଶର 92,633ଟି 4ଜି ସାଇଟ୍ 2 କୋଟି 20 ଲକ୍ଷରୁ ଅଧୂକ ଉପଭୋକ୍ତାଙ୍କୁ ହ୍ବାଇସ୍ପିଡ୍ ଇଣ୍ଟରନେଟ୍ ସୁବିଧା ଯୋଗାଇ ଦେବ। ଏମାନଙ୍କ ମଧ୍ୟରୁ 20 ଲକ୍ଷ ଉପଭୋକ୍ତା ପ୍ରଥମ ଥର ପାଇଁ ଡିର୍ଜିଟାଳ ଲ ସୁବିଧା ପାଇବାକୁ ଯାଉଛନ୍ତି । ଡିଜିଟାଲ ଭାରତ ନିଧୂ 4ଜି ମୋବାଇ ବାଇଲ୍ ପ୍ରକଳ୍ପରେ ବିଏସଏନଏଲ ଦ୍ବାରା ରା କାର୍ଯ୍ୟକାରୀ ହେଉଥିବା 14,180ଟି ଡିବିଏନ ପାଣ୍ଠି ବିଶିଷ୍ଟ 4 4G ସାଇଟ୍ ରହିଛି । । ସେହିପରି ଘରୋଇ ଦୂରସଞ୍ଚାର ସେବା ପ୍ରଦାନକାରୀ ସଂସ୍ଥା ମାଧ୍ଯମରେ 4,723 ଟି ସାଇଟ୍ ଏଥିରେ ଅନ୍ତର୍ଭୁକ୍ତ ଯାହା ଭାରତର 26,707ଟି ରବର୍ତ୍ତୀ ଗ୍ରାମରେ 20 ଲକ୍ଷ ପରିବାର ରକୁ ମୋବାଇଲ୍ ଏବଂ ଇଣ୍ଟରନେଟ୍ ସେବା ପ୍ରଦାନ କରିବ। ଉଲ୍ଲେଖଯୋଗ୍ୟ, 18,903ଟି 4ଜି ସାଇଟ୍ ହେଉଛି ସୌର ଶକ୍ତି ଦ୍ବାରା ପରିଚାଳିତ ହେବ ଯାହାକି ାରତରେ ସର୍ବାଧୂକ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଝାରସୁଗୁଡ଼ାର ଅମଲିପାଲିସ୍ଥିତ ନମୋସୁଳଠାରେ ଉପସ୍ଥିତ ରହି ଏସବୁ ପ୍ରକଳ୍ପର ଶୁଭ ଶୁଭାରମ୍ଭ କରିବେ, ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉପସ୍ଥିତ ରହିବେ । ଏହାବ୍ୟତୀତ ଆନ୍ଧ୍ରପ୍ରଦେଶର ବିଜୟୱାଡ଼ା, ଉତ୍ତରପ୍ରଦେଶର ଲକ୍ଷ୍ନୌ, ମହାରାଷ୍ଟ୍ରର ପୁଣେ, ରାଜସ୍ଥାନର ଜୟପୁର, ଆସାମର ଗୌହାଟୀ, ଗୁଜରାଟର ଗାନ୍ଧୀନଗର, ବିହାରର ପାଟନାଠାରେ ସମାନ୍ତରାଳ ଭାବେ 4ଜି ସାଇଟ୍ ଶୁଭାରମ୍ଭ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏସବୁ କାର୍ଯ୍ୟକ୍ରମରେ ସମ୍ପୂକୁ ରାଜ୍ୟର ମୁଖ୍ୟମନ୍ତ୍ରୀ, କେନ୍ଦ୍ର ମନ୍ତ୍ରୀ ଏବଂ ଅନ୍ୟ ବିଶିଷ୍ଟ ବ୍ୟକ୍ତିବିଶେଷ ଉପସ୍ଥିତ ରହିବେ।
ସୂଚନାଯୋଗ୍ୟ, ଭାରତ, ଦୀର୍ଘ ଦିନ ଧରି ସେବାପ୍ରଦାନ ବା ସର୍ଭିସେସ୍ କ୍ଷେତ୍ରରେ ଏକ ପ୍ରମୁଖ ବିଶ୍ବମହାଶକ୍ତି ରୂପେ ପରିଚିତ ହୋଇ ଆସିଛି। ଦେଶ ଏବେ ଉତ୍ପାଦ କ୍ଷେ କ୍ଷେତ୍ରରେ ଗୁରୁତ୍ଵପୂର୍ଣ୍ଣ ପଦକ୍ଷେପ ନେବା ସହିତ ସିଫ୍ଟୱେର୍ ଏବଂ ଆଇଟି ସେବାରେ ଏହାର ବନ୍ଧିତ କ୍ଷମତା ପ୍ରଦର୍ଶନ କରୁଛି। ଭାରତ ପୂର୍ବରୁ ଅଟୋମୋବାଇଲ୍, କଞ୍ଜୁମର ଇଲେକ୍ଟ୍ରୋନିକ୍ସ ଏବଂ ସ୍ମାର୍ଟଫୋନ୍ ଭଳି କ୍ଷେତ୍ରରେ ଅଗ୍ରଗତି କରିସାରିଛି। ଦେଶ ଏବେ ଦୂରସଞ୍ଚାର ହାର୍ଡୱେର୍ ବିକାଶ ଏବଂ ବିନିଯୋଗ ସହିତ ନିଜର ସମ୍ପୂର୍ଣ୍ଣ ସ୍ବଦେଶୀ 4ଜି ଷ୍ଟାକ୍ ସହିତ ଆଗକୁ ବଢ଼ୁଛି । ଏହା କେବଳ ବିଏସଏନଏଲ ପାଇଁ ଏକ ପ୍ରକଳ୍ପ ନୁହେଁ, ବରଂ ଏହା ଏକ ଅନୁର୍ଜାତୀୟ ପ୍ରଯୁକ୍ତିବିଦ୍ୟା ସଫଳତା। ଏହା ଏହା ଭାରତକୁ ବିଶ୍ବର ମାତ୍ର ପାଞ୍ଚଟି ଦେଶର ଏକ ସ୍ବତଃ ସ୍ବତନ୍ତୁ କ୍ଲବରେ ସ୍ଥାନିତ କରେ ଯେଉଁ ରାଷ୍ଟ୍ରଗୁଡ଼ିକ ଏକ ସମ୍ପୂର୍ଣ ମୋବାଇଲ୍-ନେଟୱର୍କ ଷ୍ଟାକ୍ ନିର୍ମାଣ ଏବଂ ବିନିଯୋଗ କରିବାରେ ସକ୍ଷମ। ବିଏସଏନଏଲ ଏs ଏହାର 25ତମ ପ୍ରତିଷ୍ଠା ବର୍ଷ ପାଳନ କରୁଥିବା ସମୟରେ ରେ ଏହି ସଫଳତା ଅତ୍ୟନ୍ତ ଗୁରୁତ୍ବ ବହନ କରେ। ବହୁ ଦଶନ୍ଧି ଧରି, ର୍ବିଏସଏନଏଲ କ୍ଷତି, ପୁରୁଣା ଭିତ୍ତିଭୂମି ଦ୍ବାରା ଭାରାକ୍ରାନୁ ଆହ୍ବାନକୁ ନେଇ ସଂଘର୍ଷ କରୁଥିଲା । ଆଜି ଏହାର ସ୍ଥିତରେ ଆସିଥିବା ପରିବର୍ତ୍ତନ ଆତ୍ମନିର୍ଭର ଭାରତର ପ୍ରମାଣ ଦେଉଛି