ବିଜେଡି ସରକାରରେ ହୋଇଥିବା ଲୁକାୟିତ ଆର୍ଥିକ ଅବ୍ୟବସ୍ଥାର ପର୍ଦାପାସ କଲା CAG:

Sep 25, 2025 - 08:20
 18
ବିଜେଡି ସରକାରରେ ହୋଇଥିବା ଲୁକାୟିତ ଆର୍ଥିକ ଅବ୍ୟବସ୍ଥାର ପର୍ଦାପାସ କଲା CAG:

ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥା (ITDA)କୁ ନେଇ CAGରେ ସାଂଘାତିକ ତଥ୍ୟ

୨୦୧୮-୨୩ ମଧ୍ୟରେ ୧୧ଟି ନମୁନାଭୁକ୍ତ ITDA ପାଖରେ ଉପଲବ୍ଧ

୧୭୦୯.୪୭ କୋଟିରୁ ଖର୍ଚ୍ଚ ୧୧୯୦.୦୪ କୋଟି; ଯାହା କେବଳ ୭୦%

ଏହା ITDAଗୁଡ଼ିକର ଖରାପ ଖର୍ଚ୍ଚ ଦକ୍ଷତାକୁ ବୁଝାଉଛି

କୌଣସି ITDA ବାର୍ଷିକ ହିସାବ ପ୍ରସ୍ତୁତ କରି ନଥିବା ଦର୍ଶାଯାଇଛି

ଜେଇ/ଏଇଙ୍କ ଆକାଉଣ୍ଟକୁ ଟଙ୍କା ପଠାଯିବା ମାର୍ଗଦର୍ଶିକା ଅନୁସାରେ ନଥିଲା

ଜେଇ/ଏଇ ନିଜ ଆକଉଣ୍ଟରୁ ୧୪୮.୭୫ କୋଟି ଅପବ୍ୟବହାର କରିଛନ୍ତି

ପାରଳାଖେମୁଣ୍ଡି ସ୍ଥିତ ITDA କ୍ଷମତା ବର୍ହିଭୂତ କାର୍ଯ୍ୟ କରିଛି

ପ୍ରଶାସନିକ ଅନୁମୋଦନ ୭୩.୬୦ ଲକ୍ଷ; ମାତ୍ର ସାମଗ୍ରୀ କିଣା ୩.୭୪ କୋଟି

ଅମୃତ ଓ ବସୁଧା ଯୋଜନାରେ ଖର୍ଚ୍ଚ କେବଳ ୮୬% ହୋଇଛି

୨୦୧୮-୨୩ ମଧ୍ୟରେ ୩୨୭୯.୫୯ କୋଟିରୁ ଖର୍ଚ୍ଚ ୨୮୦୮.୨୭ କୋଟି

ଏହା ମୋଟ ବ୍ୟୟ ଅଟକଳର କେବଳ ୮୬ ପ୍ରତିଶତ ଉଲ୍ଲେଖ

୨୩୬ଟି ପ୍ରକଳ୍ପ ହାତକୁ ନିଆଯାଇଥିଲା, ଶେଷ ହୋଇଛି ୧୬୧ ପ୍ରକଳ୍ପ

ସୂଚନା ଓ ଲୋକସମ୍ପର୍କ ବିଭାଗର ବିଜ୍ଞାପନ ଦେୟରେ ଅନେକ ତ୍ରୁଟି 

ସିବିସି ଦର୍‌କୁ ବିଳମ୍ବରେ କାର୍ଯ୍ୟକାରୀ ଯୋଗୁଁ ୧୨.୧୧ କୋଟି ଅତିରିକ୍ତ ବ୍ୟୟ

ସିବିସି ଦ୍ବାରା ଧାର୍ଯ୍ୟ ବୈଦ୍ୟୁତିକ ଗଣମାଧ୍ୟମରେ ବିଜ୍ଞାପନ ଦର୍‌ ସ୍ଥିର ହୋଇ ନଥିଲା

୨୦୨୨କୁ ୪ ବର୍ଷ ପୂରିବା ସତ୍ତ୍ବେ ଚିଠା ନୀତି ପ୍ରସ୍ତୁତ ହୋଇ ନ ଥିବାରୁ ବୈଦ୍ୟୁତିକ ଗଣମାଧ୍ୟମ ସଂସ୍ଥାରୁ ଦର୍‌ ମଗାଯାଇଥିଲା

ଫଳରେ ୧୩ଟି ଘରୋଇ ଟିଭି ଚ୍ୟାନେଲ୍‌ରୁ ଦର୍‌ ପ୍ରାପ୍ତ ହୋଇଥିଲା, ଯାହା ସିବିସି ଦ୍ବାରା ଧାର୍ଯ୍ୟ ଦର୍‌ ଠାରୁ ଅଧିକ ଥିଲା

ଫଳରେ ଅଧିକ ୧୨.୧୧ କୋଟି ଦେବାକୁ ପଡ଼ିଲା, ଯାହା ୭୭% ଅତିରିକ୍ତ ଦେୟ