ବି.ଜେ.ବି. ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ,(+2Junior College )ଭୁବନେଶ୍ୱର ଠାରେ ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ବରୀୟ ବିଶ୍ଵବିଦ୍ୟାଳୟ, ବି.ଜେ.ବି ନଗର ଶାଖା ଆନୁକୁଲ୍ୟରେ ନିଶାମୁକ୍ତି ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।

Sep 3, 2026 - 10:59
 58

ବ୍ରହ୍ମାକୁମାରୀ ଅପରାଜିତା ଈଶ୍ୱରୀୟ ବିଶ୍ୱବିଦ୍ୟାଳୟର କାର୍ଯ୍ୟ ଶୈଳୀ ଓ ନିଶାମୁକ୍ତ ହେବାପାଇଁ ରାଜ ଯୋଗର ଆବଶ୍ୟକତା ବିଷୟରେ ସୂଚନା ଦେଇଥିଲେ ।  

ବ୍ରହ୍ମାକୁମାରୀଜ୍ ବି. ଜେ. ବି . ନଗର ଶାଖା ର ମୁଖ୍ୟ ସଂଚାଳିକା ରାଜଯୋଗିନୀ ବ୍ରହ୍ମାକୁମାରୀ ତପସ୍ଵିନୀ ଭଉଣୀ , ପ୍ରତ୍ୟେକ ଛାତ୍ରଙ୍କ ଜୀବନ ର ଲକ୍ଷ୍ୟ ତଥା ମୂଲ୍ୟନିଷ୍ଠ ଶିକ୍ଷାର ସକାରାତ୍ମକ ପ୍ରୟୋଗ ଦ୍ୱାରା ଜୀବନ ରେ ସଫଳତାର ଅନୁଭବ କରି ପରିବାର ,ସମାଜ ତଥା ଦେଶ କୁ ସଫଳତାର ଶୀର୍ଷରେ ପହଞ୍ଚାଇବାର ସୁ ନିଶା ରଖିଲେ , ଅନିଷ୍ଟକାରୀ ନିଶା କବଳରୁ ନିଜକୁ ରକ୍ଷା କରିହେବ ବୋଲି ମତ ପ୍ରକାଶ କରି, ନିଶାମୁକ୍ତ ଓଡ଼ିଶା ଏବଂ ଭାରତ ପାଇଁ ଶପଥ ପାଠ କରାଇଥିଲେ । ତାଙ୍କର ଅଭିବ୍ୟକ୍ତି ସମସ୍ତ ଛାତ୍ର ଛାତ୍ରୀ ଓ ଶିକ୍ଷକ ମଣ୍ଡଳୀ କୁ ପ୍ରଭାବିତ କରିଥିଲା । 

ବି.କେ.ସନ୍ତୋଷ ଭାଇ ସମସ୍ତଙ୍କୁ ରାଜଯୋଗର ଅଭ୍ୟାସ କରାଇ ଶାନ୍ତି ଓ ଶକ୍ତି ର ଅନୁଭୂତି କରାଇଲେ।

ବିଦ୍ୟାଳୟର ଅଧ୍ୟକ୍ଷା ସୁଶ୍ରୀ ଦିପ୍ତିମୟୀ ପଣ୍ଡା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିବା ସହିତ , ବ୍ରହ୍ମାକୁମାରୀ ଭଉଣୀ ମାନେ ଶୁଣାଇଥିବା ବିଷୟକୁ ଜୀବନରେ ପ୍ରୟୋଗ କରିବାପାଇଁ ଛାତ୍ର ଛାତ୍ରୀ ମାନଙ୍କୁ ଆହ୍ବାନ ଦେଇଥିଲେ। 

ଶେଷ ରେ ବ୍ରହ୍ମା କୁମାରୀ ବି.ଜେ.ବି. ନଗର ଶାଖା ପକ୍ଷ ରୁ ସମସ୍ତ ଙ୍କୁ ପ୍ରସାଦ ବଣ୍ଟନ କରାଯାଇଥିଲା। ଏହି ନିଶାମୁକ୍ତ କାର୍ଯ୍ୟ କ୍ରମ ଦ୍ୱାରା ଯୁବ ସମାଜ ପାଖରେ ସଠିକ୍ ବାର୍ତ୍ତା ପହଞ୍ଚି ପାରିଥିବାରୁ ସମସ୍ତେ ବହୁତ୍ ଆନନ୍ଦିତ ହୋଇଥିଲେ ।

ଏହି ଅବସର ରେ ଅଧ୍ୟକ୍ଷା ଙ୍କୁ ମାନପତ୍ର ପ୍ରଦାନ କରାଯାଇଥିଲା ଓ ଆଗାମୀ ଦିନରେ ଏହି ଭଳି ସକାରାତ୍ମକ ବ୍ୟକ୍ତିତ୍ୱ ବିକାଶ କାର୍ଯ୍ୟକ୍ରମ ରଖିବା ପାଇଁ ସେ ଭଉଣୀଙ୍କୁ ଅନୁରୋଧ କରିଥିଲେ।