ବାଲିଅନ୍ତା ଥାନା ଅନ୍ତର୍ଭୁକ୍ତ ରାମଚଦ୍ରପୁର କାଜ ନିକଟରେ ଘଟିଥିବା ଘଟଣାର ଘଟଣାକ୍ରମ...

May 9, 2026 - 14:20
 46
ବାଲିଅନ୍ତା ଥାନା ଅନ୍ତର୍ଭୁକ୍ତ ରାମଚଦ୍ରପୁର କାଜ ନିକଟରେ ଘଟିଥିବା ଘଟଣାର ଘଟଣାକ୍ରମ...

ବାଲିଅନ୍ତା ଥାନା ଅନ୍ତର୍ଭୁକ୍ତ ରାମଚଦ୍ରପୁର କାଜ ନିକଟରେ ଘଟିଥିବା ଘଟଣାର ଘଟଣାକ୍ରମ...

1. ସମୟ ଥିଲା ଦିନ ପ୍ରାୟ ୧୧ଘଟିକା 

2. ଗୋଟିଏ ବାଇକ ରେ ଦୁଇଜଣ ଯୁବକ ଥିବାବେଳେ ଅନ୍ୟ ଏକ (ସ୍କୁଟି) ଗାଡି ରେ ଦୁଇଜଣ ଯୁବତୀ ଥିଲେ 

3. ସୌମ୍ୟ ଗାଡି ପଛରେ ବସିଥିବା ବେଳେ ଓ଼ମ ଗାଡି ଚଳାଉଥିଲେ 

4. ଅଧିକ ଆହତ ପୀଡିତା ଗାଡି ଚଳାଉଥିବା ବେଳେ ଅନ୍ୟ ଜଣଙ୍କ ପଛରେ ବସିଥିଲେ 

5. ଦୁଇଟି ଯାକ ଗାଡି ଗୋଟିଏ ଦିଗରେ ଗତି କରୁଥିଲେ 

6. ଆଗରେ ଯୁବତୀ ଗାଡି ଯାଉଥିବା ବେଳେ ପଛରେ ଯୁବକଙ୍କ ଗାଡି ଯାଉଥିଲା 

7. କିନ୍ତୁ ହଠାତ ଯୁବକଙ୍କ ଗାଡି ଯୁବତୀଙ୍କ ଗାଡିକୁ ଅତିକ୍ରମ କରି ପୁଣି ପଛକୁ ଫେରି ଆକ୍ରମଣ କରିବାର କାରଣ କଣ...

8. ସୌମ୍ୟ ସ୍କୁଟିର ଯୁବତୀଙ୍କୁ ଆକ୍ରମଣ କରୁଥିବା ବେଳେ ୨ୟ ଯୁବତୀ ବଞ୍ଚାଅ ବଞ୍ଚାଅ ବୋଲି ଚିତ୍କାର କରିଥିଲେ 

9. ସୌମ୍ୟ କହୁଥିଲେ ଓ଼ମ ତାକୁ ରୁମ କୁ ନେଇଯିବା 

10. ଓ଼ମ କହୁଥିଲେ ସେ ସେ ଯୁବତୀ ନୁହଁ, ତାକୁ ଛାଡି ଦେ 

11. ସୌମ୍ୟ ପ୍ରଥମ ଯୁବତୀଙ୍କୁ ଆକ୍ରମଣ ଅବସ୍ଥାରେ ଥିବା ବେଳେ ଓ଼ମ ଓ ୨ୟ ଯୁବତୀ ପ୍ରାୟ ସ୍ଥିର ଥିଲେ କାହିଁକି ?

12. କିଛି ସମୟ ପରେ ସ୍ଥାନୀୟ ଲୋକ ରୁଣ୍ଡ ହୋଇ ବାଡିଆ ପିଟା କରି ସୌମ୍ୟ ର ହାତଗୋଡ଼ ବାନ୍ଧି ଗାଡ଼ିରେ ପକାଇ ଡାକ୍ତରଖାନାକୁ ନେଇ ଯାଇଥିଲେ 

13. ପୋଲିସ ଘଟଣାର ପ୍ରାରମ୍ଭରେ ନ ଥିଲେ କିନ୍ତୁ ଡାକ୍ତର ଖାନା ନେବାର କିଛି ସମୟ ପୂର୍ବରୁ ଆସି ପହଂଚିଥିଲେ 

14. ଯେଉଁ ପ୍ରକାର ମାଡ଼ ହେଉଥିଲା ଜଣା ଯାଉଛି ଝିଅଙ୍କ ସମ୍ପର୍କୀୟ ମାନେ ବୋଧ ହୁଏ ସୌମ୍ୟକୁ ଜାଣି ଅଧିକ କ୍ରୋଧିତ ହୋଇ ପଡ଼ିଥିଲେ କି ?

15. ଘଟଣାର ଘଟଣାବଳୀ ଭିନ୍ନ ଭିନ୍ନ ହେଉଥିଲା ବେଳେ ଅନେକ କିଛି ସନ୍ଦେହ ର ପରିସରକୁ ଆସୁଅଛି 

16. ସୌମ୍ୟର ମା ପୁଅର ଜିମ ମାଲିକଙ୍କ କଥା କହି ତାଙ୍କୁ ଦୋଷୀ ବୋଲି କହୁଛି 

17. ସୌମ୍ୟଙ୍କ ନାମରେ କିଛି Case GRP ଅଛି ବୋଲି ମଧ୍ୟ ବରିଷ୍ଠ ଅଧିକାରୀ ସ୍ୱୀକାର କରିଛନ୍ତି 

ଏବେ ସନ୍ଦେହ ର ଘେରରେ ଓ଼ମ, ଦୁଇ ଯୁବତୀ, ଜିମ ମାଲିକ, ପୀଡ଼ିତାଙ୍କ ସମ୍ପର୍କୀୟ, ମେଡିକାଲକୁ ନେଇଥିବା ବ୍ୟକ୍ତି ବିଶେଷମାନେ ( ମଦ ପାଈଁ ), GRP ଅଧିକାରୀ ହିଁ ନିଶ୍ଚିତ ଆସୁଛନ୍ତି | 

ତେଣୁ ସମସ୍ତଙ୍କୁ ସଠିକ ମାର୍ଗରେ ଜେରା କରାଗଲେ ହୁଏତ ପ୍ରକୃତ ସତ୍ୟାସତ୍ୟ ଲୋକ ଲୋଚନକୁ ଆସିପାରିବ ବୋଲି ନିଶ୍ଚିତ ହେବା |

ଏଠି ପ୍ରଶ୍ନ ଅନେକ ଆସୁଛି -

????ଯୁବକ ଦୁଇଜଣ କୌଣସି ଯୁବତୀଙ୍କୁ ଟାର୍ଗେଟ କରିବାର କଥା ଆସୁଛି 

????ଅଳ୍ପ ପୀଡିତା ସୌମ୍ୟଙ୍କୁ ମାଡ଼ ହୋଇଥିବା କଥା କହିଲା ବେଳେ ଅଧିକ ପୀଡିତ ମାଡକୁ ପୁରା ମନା କରୁଛନ୍ତି 

????ସୌମ୍ୟଙ୍କୁ ବାନ୍ଧି ବାଉଁଶ ରେ ଗାଡିକୁ ନେବା ଦୃଶ୍ୟ ନିଶ୍ଚିତ ଏକ ପ୍ରତିହିଂସା ପରାୟଣର କଥା ହୋଇ ପାରେ, ଯାହା କିଛି ପ୍ରେମ ଉପରେ ଆଧାରିତ ବୋଲି ଆଶା କରା ଯାଉଛି 

????ମା ଙ୍କ କଥା ଜିମ ମାଲିକଙ୍କୁ ଇଙ୍ଗିତ କରିବାର କାରଣ କଣ ହୋଇପାରେ ?

????ଯୁବତୀଙ୍କ ମାଲ ପିଇବା କଥା ଯାହା କୁହା ହୋଇଛି ତାହା ମେଡିକାଲ ନେବା ସମୟରେ ସାଥିରେ ଥିବା ବ୍ୟକ୍ତିମାନେ ହିଁ ଠିକ ଅନୁମାନ କରି ପାରିଥିବେ 

???? ମାଡ଼ ଖାଇ ବନ୍ଧା ହୋଇ ଗାଡିକୁ ନେବା ବେଳକୁ ଜଣେ ପୋଲିସ ସୌମ୍ୟଙ୍କ ପାଖରେ ଏପଟ ସେପଟ ହେବାର ର ଦୃଶ୍ୟ... 

ଏମିତି ଅନେକ କିଛି ପ୍ରଶ୍ନବାଚୀ ହୋଇ ରହିଛି |