ମତ୍ସ୍ୟ ପ୍ରାଣୀ ସମାବେଶରେ ରାଜ୍ୟ ମାଛ - 'ମହାନଦୀ ମହାସୀର'
ମତ୍ସ୍ୟ ପ୍ରାଣୀ ସମାବେଶରେ ରାଜ୍ୟ ମାଛ - 'ମହାନଦୀ ମହାସୀର'
ମତ୍ସ୍ୟ ପ୍ରାଣୀ ସମାବେଶରେ ପ୍ରମୁଖ ଆକର୍ଷଣ ସାଜିଛି ଓଡ଼ିଶାର ରାଜ୍ୟ ମାଛ - ମହାନଦୀ ମହସୀର ।
ଏହାର ବୈଜ୍ଞାନିକ ନାମ ହେଉଛି “ଟର୍ ମହାନଦୀକସ” ।
କେବଳ ମହାନଦୀରେ ଦେଖାଯାଉଥିବା ଏହି ମାଛ ଏକ ଶକ୍ତିଶାଳୀ ଶିକାରୀ ମାଛ ଭାବେ ପରିଚିତ ।
ପଶ୍ଚିମ ଓଡ଼ିଶାରେ ଏହାକୁ ଲୋକେ "ମହାସୋଲ" ନାମରେ ଜାଣନ୍ତି ।
ମହାନଦୀର ଉପର ମୁଣ୍ଡରେ ଦେଖାଯାଉଥିବା ଏହି ମାଛ ଆମ ଐତିହ୍ୟର ପ୍ରତୀକ । ନଦୀ ଜଳ ପ୍ରଦୂଷଣ ଏବଂ ବାସସ୍ଥାନ କ୍ଷତି ଯୋଗୁଁ ଏହି ମାଛର ବଂଶ ବର୍ତ୍ତମାନ ସଙ୍କଟରେ ।
ତେଣୁ, ଏହାର ସଂରକ୍ଷଣ ତଥା ବଂଶ ବୃଦ୍ଧି ନିମନ୍ତେ ଆମ ରାଜ୍ୟର ମତ୍ସ୍ୟ ନିର୍ଦ୍ଦେଶାଳୟ ଏବଂ ସେଣ୍ଟ୍ରାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଫ୍ରେସ୍ ୱାଟର୍ ଆକ୍ୱାକଲଚର୍ (ସିଫା) ମଧ୍ୟରେ ଗତ ବର୍ଷ ନଭେମ୍ବର ମାସରେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି ।
ଏହି ମାଛକୁ ଦେଖିବା ପାଇଁ ସମସ୍ତେ ବ୍ୟଗ୍ର ଥିବା ଦେଖିବାକୁ ମିଳିଛି ।