ମହିଳାମାନଙ୍କ ପାଇଁ ପୁଣି ଆସିଲା ଖୁସି...
ଭୁବନେଶ୍ବର : ରାକ୍ଷୀ ପୂର୍ଣ୍ଣିମାରେ ମିଳିବ ସୁଭଦ୍ରା ଟଙ୍କା।
୨୮ ତାରିଖ ସୁଦ୍ଧା ଯେଉଁ ମାନେ ଆବେଦନ କରିଥିବେ ସମସ୍ତଙ୍କୁ ମିଳିବ ସୁଭଦ୍ରା ଟଙ୍କା ଏନେଇ ସୋମବାର ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଘୋଷଣା କରିଛନ୍ତି। କୋଟିଏରୁ ଅଧୂକ ମହିଳାଙ୍କୁ ମିଳିବ ସୁଭଦ୍ରା ଯୋଜନା ଟଙ୍କା। ରାକ୍ଷୀରେ ନୟାଗଡ଼ରେ ଟଙ୍କା ମିଳିବା ନେଇ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା କହିଛନ୍ତି। ଏକ କୋଟିରୁ ଅଧୂକ ମହିଳା ପଞ୍ଚମ କିସ୍ତି ପାଇବେ। ଅଗଷ୍ଟ ୨୮ ରକ୍ଷା ବନ୍ଧନ ଦିନ ମିଳିବ ସୁଭଦ୍ରାର ପଞ୍ଚମ କିସ୍ତି। ଏହି ଦିନ ନୟାଗଡ଼ରେ ଅନୁଷ୍ଠିତ ହେବ ସୁଭଦ୍ରାର ରାଜ୍ୟସ୍ତରୀୟ ସମାରୋହ। ଏହି ଅବସରରେ ୧ କୋଟିରୁ ଊର୍ଦ୍ଧ ମହିଳାଙ୍କୁ ଦିଆଯିବ ସୁଭଦ୍ରା ଟଙ୍କା। ବାଦ୍ ପଡ଼ିଥିବା ଯୋଗ୍ୟ ହିତାଧୂକାରୀଙ୍କୁ ଏକା ସଙ୍ଗେ ୫ଟି କିସ୍ତି ମିଳିବ।