ମିଳିତ ୟୁନିଫର୍ମଡ୍ ସେବା (ସ୍ନାତକ ଡିଗ୍ରୀଠାରୁ ନିମ୍ନ ସ୍ତର) ପରୀକ୍ଷା-୨୦୨୬ ପାଇଁ ନିଯୁକ୍ତି ବିଜ୍ଞାପନ ପ୍ରକାଶ...
ମୋଟ ୭,୨୬୮ଟି ଖାଲି ପଦ ପୂରଣ ପାଇଁ ପରୀକ୍ଷା ହେବ
ଓଡିଶା ୟୁନିଫର୍ମଡ୍ ସେବା କର୍ମଚାରୀ ଚୟନ ଆୟୋଗ (OUSSSC) ପକ୍ଷରୁ ବିଜ୍ଞାପନ ସଂଖ୍ୟା ୦୧ -CRE- ୨୦୨୬/OUSSSC, ତାରିଖ ୨୩.୧୦.୨୦୨୬ ମାଧ୍ୟମରେ ମିଳିତ ୟୁନିଫର୍ମଡ୍ ସେବା (ସ୍ନାତକ ଡିଗ୍ରୀଠାରୁ ନିମ୍ନ ସ୍ତର) ପରୀକ୍ଷା-୨୦୨୬ ଅଧୀନରେ କନଷ୍ଟେବଳ (ସିଭିଲ୍), କନଷ୍ଟେବଳ (କମ୍ୟୁନିକେସନ୍), କନଷ୍ଟେବଳ (ଓଡ଼ିଶା ଶିଳ୍ପ ସୁରକ୍ଷା ବାହିନୀ-OISF), ଅଗ୍ନିଶମ କର୍ମଚାରୀ, ଅଗ୍ନିଶମ ଗାଡ଼ି ଚାଳକ, ପୋଲିସ୍ ମୋଟର ପରିବହନ ବିଭାଗରେ ଡ୍ରାଇଭର ଏବଂ ଟ୍ରାଫିକ୍ କନଷ୍ଟେବଳ ଆଦି ପଦବୀରେ ମୋଟ ୭,୨୬୮ଟି ଖାଲି ପଦ ପୂରଣ ନିମନ୍ତେ ଆୟୋଗଙ୍କ ପକ୍ଷରୁ ବିସ୍ତୃତ ନିଯୁକ୍ତି ବିଜ୍ଞାପନ ପ୍ରକାଶ କରାଯାଇଛି ।
ଏହି ନିଯୁକ୍ତି ସମ୍ବନ୍ଧୀୟ ଖାଲି ପଦବୀର ବିବରଣୀ, ଯୋଗ୍ୟତା ମାନଦଣ୍ଡ, ପରୀକ୍ଷା ପ୍ରଣାଳୀ ଏବଂ ଅନ୍ଲାଇନ୍ ପଞ୍ଜୀକରଣ ଓ ଆବେଦନପତ୍ର ଦାଖଲର ସମୟସୂଚୀ ସମ୍ପର୍କରେ ଜାଣିବା ପାଇଁ ଇଚ୍ଛୁକ ଯୋଗ୍ୟ ପ୍ରାର୍ଥିନୀ / ପ୍ରାର୍ଥୀ ମାନଙ୍କୁ ଆୟୋଗଙ୍କ ୱେବ୍ସାଇଟ୍ https://ousssc.odisha.gov.in ପରିଦର୍ଶନ କରିବାକୁ ଓଡିଶା ୟୁନିଫର୍ମଡ୍ ସେବା କର୍ମଚାରୀ ଚୟନ ଆୟୋଗ କାର୍ଯ୍ୟାଳୟ ପକ୍ଷରୁ ପରାମର୍ଶ ଦିଆଯାଇଛି ।