ନବରଙ୍ଗପୁରରୁ ନୂଆଦିଲ୍ଲୀ: ଜାତୀୟ ସ୍ତରରେ ଚମକିଲେ ନବରଙ୍ଗପୁରର ଜନଜାତି ଛାତ୍ରଛାତ୍ରୀ)

Jan 31, 2026 - 15:23
 3
ନବରଙ୍ଗପୁରରୁ ନୂଆଦିଲ୍ଲୀ: ଜାତୀୟ ସ୍ତରରେ ଚମକିଲେ ନବରଙ୍ଗପୁରର ଜନଜାତି ଛାତ୍ରଛାତ୍ରୀ)

ନବରଙ୍ଗପୁରରୁ ନୂଆଦିଲ୍ଲୀ: ଜାତୀୟ ସ୍ତରରେ ଚମକିଲେ ନବରଙ୍ଗପୁରର ଜନଜାତି ଛାତ୍ରଛାତ୍ରୀ)

ଭୁବନେଶ୍ବର । ୩୦ ଜାନୁୟାରୀ, १०१७: ତୃଣମୂଳ ସ୍ତରର ଗଣତନ୍ତ୍ର ଏବଂ ଜନଜାତି ଶିକ୍ଷା କ୍ଷେତ୍ରରେ ରେ ଏକ ଐତିହାସିକ ସଫଳତା ସ୍ବରୂପ, ଓଡିଶାର ନ ନବରଙ୍ଗପୁର ଜିଲ୍ଲାର ହିରଲି ସ୍ଥି ସ୍ଥିତ ଏକଲଚ ଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ ନୂଆଦିଲ୍ଲୀର ପ୍ରଗତି ମୈଦାନସ୍ଥିତ ଭାରତ ମଣ୍ଡପମଠାରେ ଆୟୋଜିତ ‘ଜା ଜାତୀୟ ମଡେଲ ଯୁ ଯୁବ ଗ୍ରାମସଭା ଭା' ପୁରସ୍କାର ସମାରୋହରେ ସମଗ୍ର ଭାରତ ତରେ ଦ୍ଵିତୀୟ ସ୍ଥାନ ଅଧିକାର କରିଛି । ଏହି ସଫଳତା ପାଇଁ ପାଇଁ ବିଦ୍ୟାଳୟକୁ ୭୫ ଲକ୍ଷ ଟଙ୍କାର ନଗଦ ପୁରସ୍କାର ସହ ଫଳକ ଏବଂ ମାନପ‌ତ୍ର ପ୍ରଦାନ କରାଯାଇଛି ।

ଭାରତୀଯ ତୀୟ ସମ୍ବିଧାନର ଧାରା ୨୪୩ ଅନୁଯାୟୀ, ଗ୍ରାମସଭା ହେଉଛି ଗଣତନ୍ତ୍ରର ମୂଳଦୁଆ । ତେ ତେବେ, ଏହି କ୍ଷେତ୍ରରେ ଯୁବବର୍ଗଙ୍କ ଅଂଶଗ୍ରହଣ ସର୍ବଦା ଏକ ଆହ୍ୱାନ ହୋଇ ରହିଥିଲା । ଏହି ବ୍ୟବଧାନକୁ ଦୂର କରିବା ପାଇଁ ପା ପଞ୍ଚାୟତିରାଜ ମନ୍ତ୍ରଣାଳୟ, ସ୍କୁଲ ଶିକ୍ଷା ଓ ସାକ୍ଷରତା ବିଭାଗ ଏବଂ ଜନଜାତି ବ୍ୟାପାର ମନ୍ତ୍ରଣାଳୟର ମିଳିତ ସହଯୋଗରେ "G "ମଡେଲ ଯୁବ ଗ୍ରାମସଭା: ଲୋକତନ୍ତ୍ର କି ପାଠଶାଳା'' ର ପରିକଳ୍ପନ ନଳ୍ପନା କରାଯାଇଥିଲା ।

ପଞ୍ଚାୟତିର ତିରାଜ ମନ୍ତ୍ରଣାଳୟ ଓ ଜାତୀୟ ଗ୍ରାମୟ ଉନ୍ନୟନ ଏବଂ ପଞ୍ଚାୟତିରାଜ ପ୍ରତିଷ୍ଠାନର ମିଳିତ ପ୍ରୟାସରେ ପରିଚାଳିତ ଏହି ଅଭିନବ କାର୍ଯ୍ୟକ୍ରମ 'ବିକଶିତ ଭାରତ @୨୦୪୭' ର ଲକ୍ଷ୍ୟ । ସହିତ ଜଡିତ ହୋଇ ଛାତ୍ରଛାତ୍ରୀମାନଙ୍କୁ ଦେଶର ବିକାଶ ପ୍ରକ୍ରିୟାରେ ସକ୍ରିୟ ଅଂଶୀଦାର ଭାବେ ଗଢି ତୋଳୁଛି ।

ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ, ହିରଲିର ଏହି ସଫଳତା ଯାତ୍ରା ସେପ୍ଟେମ୍ବର ୨୦୨୫ରେ ଓଡିଶାର ରାଜ୍ୟ ଗ୍ରାମ୍ୟ ଉନ୍ନୟନ ଏବଂ ପଞ୍ଚାୟତିରାଜ ପ୍ରତିଷ୍ଠାନ ଦ୍ବାରା ଆୟୋଜିତ ପ୍ରଶିକ୍ଷଣ ଶିବିରରୁ ଆରମ୍ଭ ହୋଇ ପରେ ଏକ କୃତ୍ରିମ ଗ୍ରାମସଭା ପରିବେଶ ସୃଷ୍ଟି କରାଯାଇ ପ୍ରଶିକ୍ଷଣ ଦିଆଯାଇଥିଲା । ଏହି ପ୍ରକ୍ରିୟାକ୍ଷର ଛାତ୍ରଛାତ୍ରୀମାନେ ସରପଞ୍ଚ, ନାଏବ ସରପଞ୍ଚ, ୱାର୍ଡ ସଭ୍ୟ, ପଞ୍ଚାୟତ ନିବାହୀ ଅଧିକାରୀ, ଗ୍ରାମ ରୋଜଗାର ସେବକ, ଆଶା ଓ ଅଙ୍ଗନବାଡି କର୍ମୀ ଏବଂ ବିଭିନ୍ନ ସ୍ବୟଂ ସହାୟିକା ଗୋଷ୍ଠୀର ପ୍ରତିନିଧ୍ ସମେତ ସ୍ବାସ୍ଥ୍ୟ, ଶିକ୍ଷା ଓ ମହିଳା ଓ ଶିଶୁ ବିକାଶ ବିଭାଗର ଅଧୋକାରୀ ଭାବେ ଅଭିନୟ କରି ବାସ୍ତବ ଗ୍ରାମସଭାର ଅନୁଭୂତି ହାସଲ କରିଥିଲେ । ବର୍ଷ ଶେଷରେ ଆୟୋଜିତ ପ୍ରତିଯୋଗିତାରେ ଶ୍ରେଷ୍ଠ ପ୍ରଦର୍ଶନ କରି ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ, ହିରଲି ଦେଶର ଶ୍ରେଷ୍ଠ ୧୦ଟି ସଫଳ ବିଦ୍ୟାଳୟ ମଧ୍ୟରେ ଦ୍ଵିତୀୟ ସ୍ଥାନ ହାସଲ କରିଥିଲା ।

ଏହି ସମାରୋହରେ ମାନ୍ୟବର କେନ୍ଦ୍ର ମନ୍ତ୍ରୀ ପ୍ରଫେସର ଏସ୍. ପି. ସିଂ ବାଘେଲ ପୁରସ୍କାର ପ୍ରଦାନ କରିବା ସହ ବିଦ୍ୟାଳୟ ପାଠ୍ୟକ୍ରମରେ ଗଣତାନ୍ତ୍ରିକ ମୂଲ୍ସବୋଧକୁ ସାମିଲ କରିବା ପାଇଁ ଏକଲବ୍ୟ ଏବଂ ଜବାହର ନବୋଦୟ ବିଦ୍ୟାଳୟର ପ୍ରୟାସକୁ ପ୍ରଶଂସା କରିଥିଲେ ।

ଓଡିଶାର ମାନ୍ୟବର ମନ୍ତ୍ରୀ, ଶ୍ରୀ ରବି ନାରାୟଣ ନାଏକ ବିଜୟୀ ଛାତ୍ରଛାତ୍ରୀଙ୍କ ପ୍ରତିଭାକୁ ଉଚ୍ଚ ପ୍ରଶଂସା କରିବା ସହିତ ଏହା ହିଁ 'ବିକଶିତ ଭାରତ' ପାଇଁ ଦକ୍ଷ ନାଗରିକ ଗଢିବାର ମୂଳଦୁଆ ବୋଲି କହିଥିଲେ । ରାଜ୍ୟ ପଞ୍ଚାୟତିରାଜ ଏବଂ ପାନୀୟ ଜଳ ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀ ଗିରୀଶ ଏସ ଏନ, ଭା.ପ୍ର.ସେ ଏହି ସଫଳତା ପାଇଁ ଅଂଶଗ୍ରହଣକାରୀମାନଙ୍କୁ ଅଭିନନ୍ଦନ ଜଣାଇବା ସହ ଉପାନ୍ତ ନବରଙ୍ଗପୁର ଜିଲ୍ଲା ସମଗ୍ର ରାଜ୍ୟକୁ ଗର୍ବିତ କରିଛି ବୋଲି କହିଥିଲେ ।

ପଞ୍ଚାୟତିରାଜ ଏବଂ ପାନୀୟ ଜଳ ବିଭାଗର ଅତିରିକ୍ତ ଶାସନ ସଚିବ ତଥା ରାଜ୍ୟ ଗ୍ରାମ୍ୟ ଉନ୍ନୟନ ଏବଂ ପଞ୍ଚାୟ ପଞ୍ଚାୟତିରାଜ ପ୍ରତିଷ୍ଠାନର ନିର୍ଦ୍ଦେଶିକା ଶ୍ରୀମତୀ ମଧୁସ୍ମିତା ସାମଲ ଏହି ସଫଳତା ପାଇଁ ସମସ୍ତ ବିଜୟୀ ଛାତ୍ରଛାତ୍ରୀ, ଶିକ୍ଷକ, ଜିଲ୍ଲା ପ୍ରଶାସନ ଏବଂ ରାଜ୍ୟ ଗ୍ରାମ୍ୟ ଉନ୍ନୟ ଏବଂ ପଞ୍ଚାୟତିରାଜ ପ୍ରତିଷ୍ଠାନର ସମସ୍ତ କର୍ମକର୍ତ୍ତାଙ୍କୁ ଆନ୍ତରିକ ଅଭିନନ୍ଦନ ଜଣାଇଥିଲେ ।