ରେଳ ଯାତ୍ରୀ ଭଡାରେ ହେଲା ସଂଶୋଧନ...

Dec 26, 2025 - 09:20
 8
ରେଳ ଯାତ୍ରୀ ଭଡାରେ ହେଲା ସଂଶୋଧନ...

ଉପସହରାଞ୍ଚଳ ସେବା ପାଇଁ ବଢ଼ିଲାନି ଦର; ଋତୁକାଳୀନ ଟିକେଟ୍ ଏବଂ 215 କିଲୋମିଟର ପର୍ଯ୍ୟନ୍ତ ଦ୍ବିତୀୟ ଶ୍ରେଣୀ ସାଧାରଣ ଯାତ୍ରା ପାଇଁ ଟିକେଟ ଦର ମଧ୍ଯ ଅପରିବର୍ତ୍ତିତ

ଯାତ୍ରୀଙ୍କ ଉପରେ ସର୍ବନିମ୍ନ ପ୍ରଭାବ ଲାଗି ପଦକ୍ଷେପ: ସ୍ମିପର ଏବଂ ପ୍ରଥମ ଶ୍ରେଣୀ ସାଧାରଣ ଯାତ୍ରା ପାଇଁ କିଲୋମିଟର ପିଛା ଦର ମାତ୍ର 1 ପଇସା ବୃଦ୍ଧି

ସଂରକ୍ଷିତ ଶୁକ୍ଳ କିମ୍ବା ସୁପରଫାଷ୍ଟ ଶୁକ୍ଳ ଦର ଅପରିବର୍ଷିତ, ଯୁକ୍ତିସଂଗତ ଦର ଅଧୀନରେ ଜିଏସଟି କାର୍ଯ୍ୟକାରିତା ଏବଂ ମୋଟ ଦର ନିର୍ଦ୍ଧାରଣ ବା ଫେୟାର ରାଉଣ୍ଡିଂ ନିୟମ ମଧ୍ଯ ରହିଲା ଅପରିବର୍ଷିତ

26 ଡିସେମ୍ବର 2025 ଠାରୁ ବୁକ୍ ହେଉଥୁବା ଟିକେଟ ଉପରେ କେବଳ ଲାଗୁ ହେବ ସଂଶୋଧୂତ ଦର, ଭବିଷ୍ୟତରେ ଯାତ୍ରା ଲାଗି ବର୍ତ୍ତମାନର ବୁକିଂ ଉପରେ ପଡ଼ିବ ନାହିଁ କୌଣସି ପ୍ରଭାବ

ଭାରତୀୟ ରେଳବାଇ ଯାତ୍ରୀ ଭଡ଼ା ଢାଞ୍ଚାକୁ ଯୁକ୍ତିସଂଗତ କରିଛି। ଏହି ନୂଆ ଢାଞ୍ଚା 26 ଡିସେମ୍ବର 2025 ଠାରୁ ଲାଗୁ ହେବ। ଯାତ୍ରୀଭଡ଼ାକୁ ସୁଲଭ କରିବା ଏବଂ ପରିଚାଳନାଗତ ସ୍ଥାୟିତ୍ଵ ମଧ୍ଯରେ ସନ୍ତୁଳନ ରଖିବା ଉଦ୍ଦେଶ୍ୟରେ ଏହି ପଦକ୍ଷେପ ଗ୍ରହଣ କରାଯାଇଛି।

ସଂଶୋଧୂତ ଯାତ୍ରୀ ଭଡ଼ା ଢାଞ୍ଚାରେ ଉପସହରାଞ୍ଚଳ ରେଳ ସେବା ପାଇଁ ଦର ବୃଦ୍ଧି କରାଯାଇନାହିଁ। ସେହିପରି ଉଭୟ ଉପସହରାଞ୍ଚଳ ଏବଂ ଅଣ-ଉପସହରାଞ୍ଚଳ ମାର୍ଗରେ ଋତୁକାଳୀନ ଟିକେଟ୍ ଦର ମଧ୍ଯ ଅପରିବର୍ତ୍ତିତ ରହିଛି।

ସାଧାରଣ ଅଣ ଏସି (ଅଣ-ଉପସହରାଞ୍ଚଳ) ସେବା ପାଇଁ ଯାତ୍ରୀ ଭଡ଼ାକୁ ଦ୍ଵିତୀୟ ଶ୍ରେଣୀ ସାଧାରଣ, ଫ୍ଲିପର କ୍ଲାସ୍ ସାଧାରଣ ଏବଂ ପ୍ରଥମ ଶ୍ରେଣୀ ସାଧାରଣ ଆଧାରରେ କ୍ରମବଦ୍ଧ ଭାବେ ଯୁକ୍ତିସଂଗତ କରାଯାଇଛି।

ଦ୍ବିତୀୟ ଶ୍ରେଣୀ ସାଧାରଣ ବର୍ଗରେ, 215 କିଲୋମିଟର ପର୍ଯ୍ୟନ୍ତ ଯାତ୍ରା ପାଇଁ ଭଡ଼ାରେ କୌଣସି ବୃଦ୍ଧି କରାଯାଇ ନାହିଁ। ଏହାଦ୍ବାରା କମ୍ ଦୂରତା ଏବଂ ଦୈନନ୍ଦିନ ଯାତ୍ରୀମାନେ ପ୍ରଭାବିତ ହେବେ ନାହିଁ। 216 କିଲୋମିଟରରୁ 750 କିଲୋମିଟର ଦୂରତା ପାଇଁ, ଭଡ଼ା ମାତ୍ର 5 ଟଙ୍କା ବୃଦ୍ଧି