ଏସଜିଏଫଆଇ ଜାତୀୟ ରଗବୀ ପ୍ରତିଯୋଗିତା...

Oct 26, 2026 - 23:18
 6
ଏସଜିଏଫଆଇ ଜାତୀୟ ରଗବୀ ପ୍ରତିଯୋଗିତା...

ଓଡ଼ିଶା ୧୪ ବର୍ଷରୁ କମ୍ ବାଳକ ଦଳକୁ ରୌପ୍ୟ ପଦକ

ଦିଲ୍ଲୀର ତ୍ୟାଗରାଜ ଷ୍ଟାଡିୟମରେ ଅନୁଷ୍ଠିତ ୭୦ତମ ଏସଜିଏଫଆଇ (SGFI) ଜାତୀୟ ବିଦ୍ୟାଳୟ ସମୂହ ରଗବୀ ପ୍ରତିଯୋଗିତାରେ ଓଡ଼ିଶାର ୧୪ ବର୍ଷରୁ କମ୍ ବାଳକ ଦଳ ରୌପ୍ୟ ପଦକ ହାସଲ କରିଛନ୍ତି । 

ଏହି ପ୍ରତିଯୋଗିତା ଅକ୍ଟୋବର ୨୩ ରୁ ୨୬ ଯାଏଁ ଅନୁଷ୍ଠିତ ହୋଇଥିଲା । 

ଓଡ଼ିଶା ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନରେ ଥିବା 'ଓଡ଼ିଶା ରାଜ୍ୟ ବିଦ୍ୟାଳୟ କ୍ରୀଡ଼ା ସଙ୍ଗଠନ'ର ସହଯୋଗରେ ଏହି ଦଳ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲା।

ଫାଇନାଲ ମ୍ୟାଚରେ ଓଡ଼ିଶା ବିହାରଠାରୁ ୧୦-୨ ପଏଣ୍ଟରେ ପରାଜିତ ହୋଇ ରନର୍ସ-ଅପ୍ ହୋଇଛି ।

ଏହା ପୂର୍ବରୁ ଓଡ଼ିଶା ଦଳ ଚମତ୍କାର ପ୍ରଦର୍ଶନ କରି ସେମିଫାଇନାଲ ମ୍ୟାଚରେ ଘରୋଇ ଦଳ ଦିଲ୍ଲୀକୁ ୧୫-୧ ପଏଣ୍ଟରେ ହରାଇ ଫାଇନାଲରେ ସ୍ଥାନ ପକ୍କା କରିଥିଲା ।