ଭୁବନେଶ୍ୱରରେ T.I.M.E. ବି-ସ୍କୁଲ୍ ମେଳା ୨୦୨୬ ଉଦ୍ଯାପିତ...
ଛାତ୍ରଛାତ୍ରୀଙ୍କୁ ଉଚ୍ଚଶିକ୍ଷା ଓ ଭବିଷ୍ୟତ କ୍ୟାରିୟର ସମ୍ପର୍କରେ ସଠିକ୍ ଦିଗ୍ଦର୍ଶନ ଦେବା ଉଦ୍ଦେଶ୍ୟରେ T.I.M.E. ଭୁବନେଶ୍ୱର ପକ୍ଷରୁ ଆୟୋଜିତ ‘T.I.M.E. B-School Fair 2026’ ସ୍ଥାନୀୟ ଦ ପ୍ରେସିଡେନ୍ସି ହୋଟେଲସ୍ଥିତ ଖାରବେଳ ଦରବାର ବ୍ୟାଙ୍କ୍ୱେଟ୍ରେ ସଫଳତାର ସହ ଶେଷ ହୋଇଛି।
ଏହି ମେଳାରେ ଦେଶର ବିଭିନ୍ନ ପ୍ରତିଷ୍ଠିତ ବିଜନେସ୍ ସ୍କୁଲ୍ ଅଂଶଗ୍ରହଣ କରିଥିଲେ।
ବିଶେଷକରି CAT-2026 ପରୀକ୍ଷା ପାଇଁ ପ୍ରସ୍ତୁତି କରୁଥିବା ଆଶାୟୀ ଛାତ୍ରଛାତ୍ରୀଙ୍କ ପାଇଁ ଏହି ମେଳା ବେଶ୍ ଉପଯୋଗୀ ହୋଇଥିଲା।
ଛାତ୍ରଛାତ୍ରୀମାନେ ବିଭିନ୍ନ ବିଜନେସ୍ ସ୍କୁଲ୍ର ପ୍ରତିନିଧିଙ୍କ ସହ ସିଧାସଳଖ ଆଲୋଚନା କରିବା ସହ ନାମଲେଖା ପ୍ରକ୍ରିୟା, ପାଠ୍ୟକ୍ରମ ଓ ଚାକିରି ସୁଯୋଗ ସମ୍ପର୍କରେ ଜାଣିବାର ସୁଯୋଗ ପାଇଥିଲେ।
ଏହା ସହିତ ଛାତ୍ରଛାତ୍ରୀଙ୍କ ଶିକ୍ଷାଗତ ଯୋଗ୍ୟତା ଓ ପ୍ରୋଫାଇଲ୍ର ମୂଲ୍ୟାଙ୍କନ କରାଯାଇଥିଲା।
CAT ପରୀକ୍ଷାରେ ଭଲ ପ୍ରଦର୍ଶନ ପାଇଁ ପରୀକ୍ଷା ପ୍ରସ୍ତୁତି କୌଶଳ ଓ ମକ୍ ଟେଷ୍ଟ ବିଶ୍ଳେଷଣ ସମ୍ପର୍କରେ ମଧ୍ୟ ସ୍ୱତନ୍ତ୍ର ଅଧିବେଶନ ଆୟୋଜନ କରାଯାଇଥିଲା।
ଏହି ଅବସରରେ ଇଣ୍ଡିଆନ୍ ସ୍କୁଲ୍ ଅଫ୍ ବିଜନେସ୍ (ISB) ପକ୍ଷରୁ ଏକ ସ୍ୱତନ୍ତ୍ର ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା।
T.I.M.E. ଭୁବନେଶ୍ୱରର କେନ୍ଦ୍ର ନିର୍ଦ୍ଦେଶକ ଇନ୍ଦର ଚୋପ୍ରା କହିଥିଲେ ଯେ, ଏଭଳି ମେଳା ଛାତ୍ରଛାତ୍ରୀଙ୍କୁ ଦେଶର ନାମୀଦାମୀ ଶିକ୍ଷାନୁଷ୍ଠାନ ସହ ଯୋଡ଼ିବା ସହ ନିଜ ଭବିଷ୍ୟତ ପାଇଁ ଉଚିତ୍ ଶିକ୍ଷାନୁଷ୍ଠାନ ବାଛିବାରେ ସହାୟକ ହୋଇଥାଏ।
୧୯୯୨ ମସିହାରୁ ଶିକ୍ଷା କ୍ଷେତ୍ରରେ କାର୍ଯ୍ୟ କରୁଥିବା T.I.M.E. ବର୍ତ୍ତମାନ ଦେଶର ୯୦ଟି ସହରରେ ୧୯୪ଟି କେନ୍ଦ୍ର ମାଧ୍ୟମରେ ବିଭିନ୍ନ ପ୍ରବେଶିକା ଓ ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ପ୍ରଶିକ୍ଷଣ ଦେଇଆସୁଛି।