ଓଡ଼ିଶା ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ...

Sep 22, 2026 - 12:10
 8
ଓଡ଼ିଶା ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ...

ଏହି ମୌସୁମୀ ଅଧିବେଶନ ପାଇଁ ୯ ଦିନର କାର୍ଯ୍ୟଦିବସ ଧାର୍ଯ୍ୟ କରାଯାଇଛି।

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗୃହରେ ଦିବଂଗତ ପୂର୍ବତନ ବିଧାୟକଙ୍କ ପାଇଁ ଏକ ଶୋକ ପ୍ରସ୍ତାବ ଆଗତ କରିଥିଲେ।

ଦିବଂଗତ ନେତାମାନଙ୍କ ପ୍ରତି ସମ୍ମାନ ଜଣାଇ ଗୃହ ପକ୍ଷରୁ ନୀରବ ପ୍ରାର୍ଥନା କରାଯାଇଥିଲା।

ସଂଶୋଧିତ ଖଣି ଓ ଖଣିଜ (ବିକାଶ ଓ ନିୟନ୍ତ୍ରଣ) ଆଇନ୍ (MMDR Act)କୁ ନେଇ ଗୃହରେ ତୀବ୍ର ବିତର୍କ ହେବାର ସମ୍ଭାବନା ରହିଛି। 

ବିରୋଧୀ ଦଳ କେନ୍ଦ୍ର-ରାଜ୍ୟ ମଧ୍ୟରେ ଖଣିଜ ଅଧିକାର, ରୟାଲଟି ଏବଂ ନିଲାମ ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠାଇବେ।

ବିଜୁ ଜନତା ଦଳ (ବିଜେଡି) MMDR ସଂଶୋଧନ ଉପରେ ବିସ୍ତୃତ ଆଲୋଚନା ପାଇଁ ଏକ ସ୍ୱତନ୍ତ୍ର ପ୍ରସ୍ତାବ ଦାବି କରିଛି।

ବିରୋଧୀ ଦଳଗୁଡ଼ିକ ଶିକ୍ଷକ, ଚାଷୀ ଏବଂ ଦରବୃଦ୍ଧି ଭଳି ପ୍ରସଙ୍ଗ ଉଠାଇବେ।

ବିରୋଧୀଙ୍କ ଅଭିଯୋଗର ମୁକାବିଲା କରିବା ଏବଂ ନିଜର କାର୍ଯ୍ୟ ବିବରଣୀ ଉପସ୍ଥାପନ କରିବା ପାଇଁ ଶାସକ ଦଳ ନିଜର ରଣନୀତି ପ୍ରସ୍ତୁତ ରଖିଛି।

ଏହି ଅଧିବେଶନ ସେପ୍ଟେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ଚାଲିବାର କାର୍ଯ୍ୟସୂଚୀ ରହିଛି।