ଓମ ଶାନ୍ତି....

Sep 7, 2026 - 16:20
 14
ଓମ ଶାନ୍ତି....

ଦୁନିଆ କେବଳ ବଡ଼ ବଡ଼ କାର୍ଯ୍ୟ ଦ୍ୱାରା ନୁହେଁ, ବରଂ ଆମର ଛୋଟ ଛୋଟ ବ୍ୟବହାର ଦ୍ୱାରା ମଧ୍ୟ ପରିବର୍ତ୍ତିତ ହୋଇଥାଏ।

ଗୋଟିଏ ମଧୁର ଶବ୍ଦ ଅଶାନ୍ତ ମନକୁ ମଧ୍ୟ ଅପୂର୍ବ ଶାନ୍ତି ପ୍ରଦାନ କରିପାରେ।

ଗୋଟିଏ ନିଷ୍କପଟ, ସ୍ନେହଭରା ହସ ନିରାଶ ଆତ୍ମାରେ ଆଶାର ପ୍ରଦୀପକୁ ପ୍ରଜ୍ଜ୍ୱଳିତ କରିପାରେ।

ନିଃସ୍ୱାର୍ଥପର ଭାବନା ସେହି ଦିବ୍ୟ କାର୍ଯ୍ୟ କରିଦେଖାଏ, ଯାହା ବେଳେବେଳେ ହଜାର ଶବ୍ଦ ମଧ୍ୟ କରିପାରି ନଥାଏ।

ଏହା ହିଁ ଆଧ୍ୟାତ୍ମିକ ଜୀବନର ପ୍ରକୃତ ଶକ୍ତି; ନିଜର ଶୁଦ୍ଧ ବିଚାର, ମଧୁର ବାଣୀ ଏବଂ ପବିତ୍ର ବ୍ୟବହାର ଦ୍ୱାରା ଅନ୍ୟମାନଙ୍କ ଜୀବନରେ ସୁଖ, ଶାନ୍ତି ଓ ଆଶାର ସଞ୍ଚାର କରିବା। ଆଜି ଆମେ ଯେଉଁ ଆତ୍ମାଙ୍କ ସହ ଭେଟିବା, ଆମର ସଦ୍‌ବ୍ୟବହାର ଦ୍ୱାରା ତାଙ୍କୁ ଶାନ୍ତି, ସମ୍ମାନ ଓ ଆତ୍ମୀୟତାର ଅନୁଭୂତି କରାଇବା