କୋହଲି ଟିମ ଇଣ୍ଡିଆ ରେ...

Nov 3, 2026 - 20:19
 6
କୋହଲି ଟିମ ଇଣ୍ଡିଆ ରେ...

ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଆସନ୍ତାକାଲିଠାରୁ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ଖେଳାଯିବ, ଯେଉଁଥିରେ ବିରାଟ କୋହଲି ଟିମ୍ ଇଣ୍ଡିଆ ପାଇଁ ଖେଳୁଥିବା ନଜର ଆସିବେ। 

ବର୍ତ୍ତମାନ କୋହଲି ଭାରତ ପାଇଁ କେବଳ ଦିନିକିଆ ଖେଳୁଛନ୍ତି। 

ଟେଷ୍ଟ ଏବଂ ଟି-୨୦ ଆନ୍ତର୍ଜାତୀୟରୁ ସେ ପୂର୍ବରୁ ଅବସର ନେଇ ସାରିଛନ୍ତି। ଯେହେତୁ ଦିନିକିଆ ସିରିଜ୍ ନ୍ୟୁଜିଲାଣ୍ଡର ଆତିଥ୍ୟରେ ଖେଳାଯିବ |

ଆସନ୍ତାକାଲିଠାରୁ ଆରମ୍ଭ ହେବାକୁ ଥିବା ଦିନିକିଆ ସିରିଜ୍‌ର ଶେଷ ମ୍ୟାଚ୍ ୧୫ ନଭେମ୍ବର (ରବିବାର) ଖେଳାଯିବ। 

ଭାରତୀୟ ସମୟ ଅନୁସାରେ ମ୍ୟାଚ୍‌ଗୁଡିକ ସକାଳ ୭:୩୦ରୁ ଆରମ୍ଭ ହେବ।

ସିରିଜ୍‌ର ପ୍ରଥମ ୩ ମ୍ୟାଚରେ ଶୁଭମନ ଗିଲ୍ ଅଧିନାୟକତ୍ୱ କରିବେ। ବାକି ୨ ମ୍ୟାଚରେ ନେତୃତ୍ୱ ଶ୍ରେୟସ ଆୟରଙ୍କ ହାତରେ ରହିବ।