ଡବଲ ଇଂଜିନ ସରକାରରେ ବାରି ହୋଇ ପଡୁଛି ଏକ ରାଜ୍ୟ ସରକାରଙ୍କର ଅସହାୟତା...

Sep 4, 2026 - 15:24
 9
ଡବଲ ଇଂଜିନ ସରକାରରେ ବାରି ହୋଇ ପଡୁଛି ଏକ ରାଜ୍ୟ ସରକାରଙ୍କର ଅସହାୟତା...

ଏକ ସଭାରେ ଅସହାୟତା ପ୍ରକାଶ କଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର

ଭାରତୀୟ ଖାଦ୍ୟ ନିଗମ ଚାଉଳ ଉଠାଉନଥିବାରୁ କ୍ଷୋଭ ପ୍ରକାଶ କଲେ

FCI ବେଳେ ବେଳେ ଆମକୁ ଧପେଇ ଦିଏ କହିଲେ ମନ୍ତ୍ରୀ

FCI ନିର୍ଦ୍ଦିଷ୍ଟ ପରିମାଣର ଚାଉଳ ଉଠାଇବାକୁ ଟାର୍ଗେଟ୍‌ ଦେଇଥିଲା

କିନ୍ତୁ ଆମର ଚାଉଳ ଏପର୍ଯ୍ୟନ୍ତ ଉଠିଲା ନାହିଁ- କୃଷ୍ଣଚନ୍ଦ୍ର ପାତ୍ର

ଏନେଇ ମୁଁ ବାରମ୍ବାର ଦିଲ୍ଲୀ ଯାଇ କେନ୍ଦ୍ର ମନ୍ତ୍ରୀଙ୍କୁ ଭେଟି ଜଣାଇଛି

ଏଇ ଗୋଟାକ ସମସ୍ୟା ଆମକୁ ମାରୁଛି କହିଲେ ମନ୍ତ୍ରୀ କୃଷ୍ଣ ପାତ୍ର

ଆମର ଉତ୍ପାଦନ ପାଇଁ ଆମେ ଚିନ୍ତିତ ନାହୁଁ, ଉତ୍ପାଦନ ତ ବଢ଼ିବ

ଆମେ ୩୦ ହଜାର କୋଟି ଟଙ୍କା ଦେଉଛୁ, ପୁଣି ୪୮ ଘଣ୍ଟା ଭିତରେ ଦେଉଛୁ

ଚାଉଳ ଠିକ୍ ସମୟରେ ଉଠୁନାହିଁ ସେଥିପାଇଁ ଆମେ ଚିନ୍ତିତ

କଣ ପାଇଁ ଅନ୍ୟ ରାଜ୍ୟ ପ୍ରତି ଦରଦ ବଢୁଛି, ଆମ ରାଜ୍ୟ ପାଇଁ ନାହିଁ ବୁଝାପଡ଼ୁନି

ମୋତେ ପୁଣି ଆଉଥରେ ହାଇ ଲେଭେଲ ଟିମ୍ ନେଇ ତାଙ୍କ ପାଖକୁ ଯିବାକୁ ପଡ଼ିବ

କାରଣ ଚାଉଳ ନ ଉଠାଇ ପାରିଲେ ପୁଣି ଆଉଥରେ ଧାନ କିଣିବା କଷ୍ଟକର

ଆମ ହାତ ବାନ୍ଧି ହେଇଯାଉଛି, ସେଇଥିପାଇଁ FCI ଜିଏମ୍‌ଙ୍କ ଆଗରେ କହୁଛି

ଆମ ରାଜ୍ୟର ଚାଉଳକୁ ଜଲଦି ଜଲଦି ଉଠାନ୍ତୁ- କୃଷ୍ଣଚନ୍ଦ୍ର ପାତ୍ର

ଆପଣଙ୍କ ଟାର୍ଗେଟରେ ଆମେ ଚାଲିଲୁ କିନ୍ତୁ ଆପଣଙ୍କ ଟାର୍ଗେଟ ଫେଲ୍ ହେଲା

ଚାଉଳ ଉଠାଉନଥିବା ନେଇ ଆମେ ଚିନ୍ତାରେ ପଡିଛୁ

୨୦ ସାଂସଦ ଯାଇଛନ୍ତି, ଆମର ଅଧିକାର ଅଛି ସେକଥା କେନ୍ଦ୍ରରେ କହିବୁ